ମୌଳିକ ସୁବିଧା କଥା ବୁଝିଲାନି ପ୍ରଶାସନ:ହଷ୍ଟେଲ ଛାଡ଼ିଲେ ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ

ପାଲଲହଡା,୧୨।୧୧(ଡି.ଏନ.ଏ.)

ଅନୁଗୋଳ ଜିଲା ପାଲଲହଡା ବ୍ଲକ ନଗିରା ପଞ୍ଚାୟତରେ ଥିବା ସିବିଡା ଶିକ୍ଷା ନିକେତନର ୧୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ଛାତ୍ରୀ ଦୀର୍ଘଦିନରୁ ଲାଗି ରହିଥିବା ଅବ୍ୟବସ୍ଥା ପାଇଁ ସୋମବାର ହଷ୍ଟେଲ ଛାଡିଛନ୍ତି। ବାରମ୍ବାର ଦାବି ପରେ ବି ପ୍ରଶାସନ ମୌଳିକ ସୁବିଧା ସମ୍ପର୍କରେ କିଛି ନ ବୁଝିବାରୁ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ସାଥିରେ ନେଇ ଯାଇଥିବା ଜଣାପଡ଼ିଛି।
ଅଭିଭାବକମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟ ସରକାରଙ୍କ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏହି ବିଦ୍ୟାଳୟର ପରିଚାଳନା ଦାୟିତ୍ୱ ପାଉଡିଭୁୟଁା ଉନ୍ନୟନ ସଂସ୍ଥାକୁ ଦିଆଯାଇଛି। ଏଠାରେ ଥିବା ସ୍ବତନ୍ତ୍ର ଅଧିକାରୀ ଛାତ୍ରୀମାନଙ୍କ କୌଣସି ସୁବିଧା ଅସୁବିଧା କଥା ବୁଝୁ ନାହାନ୍ତି। ଦୀର୍ଘଦିନରୁ ଏହି ଶିକ୍ଷା ନିକେତନରେ ମୌଳିକ ସୁବିଧା ପାଇବା ପାଇଁ ଅନ୍ତେବାସୀମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଠାରୁ ଆରମ୍ଭ କରି ଜିଲା ପ୍ରଶାସନ ପାଖରେ ଅଭିଯୋଗ କରି ଆସୁଥିଲେ। ହେଲେ କୌଣସି ସୁଫଳ ମିଳୁ ନ ଥିଲା। ଏହାର ପ୍ରତିବାଦରେ ସୋମବାର ୫ ଦଫା ଦାବିରେ ଅଭିଭାବକମାନେ ବିଦ୍ୟାଳୟ ନିକଟରେ ଏକଜୁଟ ହୋଇ ଏକ ବୈଠକ କରିଥିଲେ। ଯେ ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇ ନାହିଁ ସେ ପର୍ଯ୍ୟନ୍ତ ହଷ୍ଟେଲରେ ଛାତ୍ରୀମାନଙ୍କୁ ଛାଡ଼ିବେ ନାହିଁ ବୋଲି ଅଭିଭାବକମାନେ ନିଷ୍ପତ୍ତି ନେଇ ୧୫୦ରୁ ଊର୍ଦ୍ଧ୍ୱ ଛାତ୍ରୀଙ୍କୁ ନିଜ ସାଙ୍ଗରେ ନେଇ ଯାଇଛନ୍ତି।
ବିଦ୍ୟାଳୟରେ ଛାତ୍ରୀମାନଙ୍କ ପାଇଁ ଆବଶ୍ୟକ ଶୌଚାଳୟ ନାହିଁ। ନିମ୍ନମାନର ଖାଦ୍ୟ ଯୋଗାଣ କରାଯାଉଛି। ତେଣୁ ଏଥିପ୍ରତି ଧ୍ୟାନଦେବା ସହ ଅନ୍ତେବାସୀଙ୍କ ପାଇଁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା, ପ୍ରଥମରୁ ଯୁକ୍ତ ୨ ପର୍ଯ୍ୟନ୍ତ ଶିକ୍ଷାଦାନ ବ୍ୟବସ୍ଥା ପାଇଁ ଗତ ଅଭିଭାବକ ମିଟିଂରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ପରେ ପାଲଲହଡା ଠାରେ ଅନୁଷ୍ଠିତ ଜିଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମରେ ଜିଲାପାଳଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଯାଇଥିଲା। କିନ୍ତୁ କୌଣସି ସୁଫଳ ମିଳି ନ ଥିବା ଅଭିଭାବକମାନେ କହିଛନ୍ତି। ଖବରପାଇ ପାଲଲହଡା ବ୍ଲକ ଅଧ୍ୟକ୍ଷ ନବକିଶୋର ନାୟକ ବିଦ୍ୟାଳୟକୁ ଯାଇ ବୁଝାଶୁଝା କରିଥିଲେ ବି ଅଭିଭାବକମାନେ ବୁଝି ନ ଥିଲେ। ଅନ୍ତେବାସୀଙ୍କ ପାଇଁ ଥିବା ଶୌଚାଳୟ ଗୁଡିକ କାମ କରୁ ନ ଥିବାରୁ ଛାତ୍ରୀମାନେ ଶୌଚ ପାଇଁ ସ୍ଥାନୀୟ ଜଙ୍ଗଲକୁ ଯାଉଛନ୍ତି। ସେହିପରି ସ୍ବାସ୍ଥ୍ୟ ଖରାପ ହେଲେ କୌଣସି ଚିକିତ୍ସା ବ୍ୟବସ୍ଥା କରାଯାଉ ନ ଥିବା ସ୍ଥାନୀୟ ସମିତି ସଭ୍ୟା ସ୍ବର୍ଣ୍ଣମୟୀ ପ୍ରଧାନ ଅଭିଯୋଗ କରିଛନ୍ତି। ଏ ନେଇ ପିବିଡିଏର ମୁଖ୍ୟ ତଥା ଉପଜିଲାପାଳ ଅଜିତ କୁମାର ପ୍ରଧାନ କହିଛନ୍ତି, ଘଟଣା ସମ୍ପର୍କରେ ଅବଗତ ଅଛି। ମଙ୍ଗଳବାର ବିଦ୍ୟାଳୟକୁ ଯାଇ ତଦନ୍ତ କରିବି। ଏଥିସହିତ ଛାତ୍ରୀଙ୍କୁ ଫେରାଇ ଆଣିବା ପାଇଁ ବ୍ୟବସ୍ଥା କରାଯିବ। ଅଭିଭାବକମାନଙ୍କ ସହ ସ୍ଥାନୀୟ ସରପଞ୍ଚ ପିତନ ବାରିକ, ବରଡ଼ିହ ସରପଞ୍ଚ ଧନମତି ଦେହୁରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ

କଟକ,୨୦।୯(ଶିଳ୍ପା ପ୍ରିୟଦର୍ଶିନୀ) କଟକ ବାଲିଯାତ୍ରା ଉପର ପଡିଆରେ ଗଣେଶ ମହୋତ୍ସବ ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ଉତ୍ସବରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଯୋଗଦେଇଥିଲେ। ଏହାପରେ...

ଭରତପୁର ଥାନା ଘଟଣା: ଉଦ୍‌ବେଗ ପ୍ରକାଶ କଲେ ରାହୁଲ ଗାନ୍ଧି

ଭୁବନେଶ୍ୱର,୨୦ା୯: ଭରତପୁର ଥାନାରେ ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପୋଲିସର ଅତ୍ୟାଚାର ଏବଂ ଯୌନ ନିର୍ଯାତନା ଅଭିଯୋଗ ମାମଲା ଓଡ଼ିଶାକୁ ସାରା ଦେଶରେ ଲଜ୍ଜିତ କରିଛି।...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ଭରତପୁର ଥାନା ଘଟଣା: ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କଲେ ପ୍ରିୟଙ୍କା ଗାନ୍ଧି

ଭୁବନେଶ୍ୱର,୧୯।୯: ଭରତପୁର ଥାନା ଘଟଣାକୁ ନେଇ ଓଡ଼ିଶା ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ। ଏକ୍ସରେ ଏକ ପୋଷ୍ଟ କରି...

ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ଏହି ତାରିଖ ଯାଏ କରିପାରିବେ ଆବେଦନ

ଭୁବନେଶ୍ୱର,୧୯।୯: ସିଏମ୍‌ କିଷାନ ଯୋଜନାରେ ନୂତନ ହିତାଧିକାରୀମାନେ ନଭେମ୍ବର ମାସ ୮ ତାରିଖ ପର୍ଯ୍ୟନ୍ତ ପଞ୍ଜିକରଣ କରିପାରିବେ। ଚାଷୀମାନେ cmkissan.odisha.gov.in ମାଧ୍ୟମରେ ପଞ୍ଜିକରଣ କରିପାରିବେ। ଏହି...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri