ମୌସୁମୀ ବିଳମ୍ବ: ମରୁଡ଼ି ଆଶଙ୍କା ନେଇ ଚିନ୍ତାରେ ଚାଷୀ

ମାଲକାନଗିରି,୧୭ା୬(ଡି.ଏନ.ଏ.)-  ଜୁନ ୧୭ରେ ବିଶ୍ୱ ଅନାବୃଷ୍ଟି ଓ ମରୁଡ଼ି ପ୍ରତିରୋଧ ଦିବସ ପାଳନ ହେବାକୁ ଯାଉଛି। ଏହି ଦିବସ କୃଷକମାନଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିବସ। ବିଭିନ୍ନ କୃଷିଜନିତ ଖାଦ୍ୟଶସ୍ୟ ଉତ୍ପାଦନରେ ଜଳର ଆବଶ୍ୟକତା ଅପରିହାର୍ଯ୍ୟ। ଜଳ ବିନା କୃଷିକାର୍ଯ୍ୟ ଅସମ୍ଭବ। ଯେଉଁ ଦେଶ ଏବଂ ରାଜ୍ୟରେ କୃଷକମାନଙ୍କ ପାଇଁ ଋତୁକାଳୀନ ବର୍ଷା ନ ହୁଏ ସେହି ଦେଶରେ ଖାଦ୍ୟଠାରୁ ଆରମ୍ଭ କରି ଆର୍ଥିକ ଓ ସାମାଜିକ ବିକାଶରେ ବାଧା ସୃଷ୍ଟି ହୋଇଥାଏ। ଫଳରେ ଜୀବଜଗତରେ ଖାଦ୍ୟ ପାଇଁ ହାହାକାର ପଡ଼ିଥାଏ। ବର୍ତ୍ତମାନ ପରିବେଶ ପ୍ରଦୂଷଣ ଯୋଗୁ ନିୟମିତ ବୃଷ୍ଟିପାତ ନ ହେବାରୁ ଏହାର ପ୍ରଭାବ ଜୀବଜଗତ ଉପରେ ପଡୁଛି। ଅନାବୃଷ୍ଟି ଓ ମରୁଡ଼ିକୁ କିପରି ପ୍ରତିରୋଧ କରିହେବ ସେ ନେଇ ସାରା ବିଶ୍ୱ ଚିନ୍ତିତ। ଏଥିପାଇଁ ପ୍ରତିବର୍ଷ ଜୁନ ୧୭କୁ ବିଶ୍ୱ ଅନାବୃଷ୍ଟି ଓ ମରୁଡି ପ୍ରତିରୋଧ ଦିବସ ରୂପେ ପାଳନ କରାଯାଉଛି। ଚଳିତ ବର୍ଷ ମୌସୁମୀ ବର୍ଷା ବିଳମ୍ବ ହୋଇଥିବାରୁ ଚାଷ କାର୍ଯ୍ୟରେ ଅଗ୍ରଗତି ହୋଇପାରିନାହିଁ। ଫଳରେ ମାଲକାନଗିରି ଜିଲାର ଚାଷୀ ଚିନ୍ତାରେ ରହିଛନ୍ତି। ଶତକଡ଼ା ୯୦ ପ୍ରତିଶତ ଚାଷୀ ସେମାନଙ୍କ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କରିପାରିନାହାନ୍ତି। ଜିଲାର ବିହନ ନିଗମ ଦ୍ୱାରା ବିଭିନ୍ନ ଲ୍ୟାମ୍ପସ ଓ ଡିଲରଙ୍କୁ ବିଭିନ୍ନ କିସମର ଧାନ ବିହନ ଯୋଗାଇ ଦେଇଥିଲେ ମଧ୍ୟ ବର୍ଷା ଅଭାବରୁ ଜିଲାର ଶତକଡ଼ା ୧୦ ପ୍ରତିଶତ ଚାଷୀ ବିହନ କ୍ରୟ କରିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଜିଲାରେ ବାଲିମେଳା ଜଳଭଣ୍ଡାର ଓ ସତୀଗୁଡ଼ା ଜଳଭଣ୍ଡାର ଥିବା ସତ୍ତ୍ୱେ ଏବେ ଉଭୟ ଜଳଭଣ୍ଡାରର ଜଳସ୍ତର ହ୍ରାସ ପାଇଛି। ଫଳରେ ଆଗାମୀ ଖରିଫ ଋତୁରେ ଜମିକୁ ଜଳସେଚନ ନେଇ ଅନିଶ୍ଚିତତା ଦେଖାଦେଇଛି। ବାଲିମେଳା ଜଳ ଭଣ୍ଡାରର ଜଳଧାରଣ କ୍ଷମତା ୧ ଲକ୍ଷ ୨୭ ହଜାର ୫୦୦ ମିଲିୟନ କ୍ୟୁବିକ ଥିବା ବେଳେ ବର୍ତ୍ତମାନ ୧୪୬୦ ଫୁଟ ଜଳସ୍ତର ରହିଛି। ଅନାବୃଷ୍ଟି ହେଲେ ଆଗାମୀ ଦିନରେ ବଡ଼ ସମସ୍ୟା ଦେଖାଦେବ ବୋଲି ଆଶଙ୍କା କରାଯାଉଛି। ସେହିପରି ସତୀଗୁଡ଼ା ଜଳଭଣ୍ଡାରର ଜଳ ଧାରଣ କ୍ଷମତା ୬୭୦୦ ହେକ୍ଟାମିଟର ଥିବା ବେଳେ ସର୍ବାଧିକ ଜଳସ୍ତର ୧୯୨.୬୩ ମିଟର ଓ ସର୍ବନିମ୍ନ ୧୮୨.୮୮ ମିଟର। ବର୍ତ୍ତମାନ ଏହାର ଜଳସ୍ତର ୧୮୪.୨୫ ମିଟର ରହିଛି ା ଏହି ଜଳଭଣ୍ଡାର ଜଳସେଚନ ବ୍ୟତୀତ ମାଲକାନଗିରି ସହରକୁ ପାନୀୟ ଜଳ ଯୋଗାଇ ଦେଉଥିବାରୁ ବର୍ତ୍ତମାନ ସ୍ଥିତିରେ ଚାଷଜମି ପାଇଁ ଜଳ ଯୋଗାଣ ଅସମ୍ଭବ ହୋଇପଡ଼ିଛି। ବିଶେଷ କରି ଜୁନ ୧୫ରେ ଖରିଫ ଚାଷ ପାଇଁ କେନାଲରେ ଜଳ ଛଡ଼ାଯିବା କଥା। ମାତ୍ର ଜଳଭଣ୍ଡାରରେ ଜଳ ଅଭାବରୁ କେନାଲରେ ଜଳ ଛଡାଯାଇପାରି ନ ଥିବା ବିଭାଗୀୟ ସୂତ୍ରରୁ ଜଣାପଡ଼ିଛି ା ଏହି ସମୟରେ ଜଳ ଛଡ଼ାଗଲେ ଚାଷୀମାନେ ତଳି ପକାଇବା କାର୍ଯ୍ୟ ଆରମ୍ଭ କରିଥାନ୍ତିି। ଜଳଯୋଗାଣ ହୋଇପାରୁ ନ ଥିବାରୁ ଚାଷ କାର୍ଯ୍ୟ ଆଗେଇପାରୁନାହିଁ। ଏହି ସଙ୍କଟ ଓ ମରୁଡ଼ି ପରିସ୍ଥିତିକୁ ପ୍ରତିରୋଧ କରିବାକୁ ହେଲେ ବିଭିନ୍ନ ଉପାୟ ଅବଲମ୍ବନ କରିବା ଜରୁରୀ ହୋଇପଡ଼ିଛି। ବିଶେଷ କରି ବର୍ଷା ଓ ନଦୀ ଜଳକୁ ସଂରକ୍ଷଣ ସହ ଗ୍ରୀଷ୍ମ ପ୍ରବାହ ଯୋଗୁ ଭୂତଳ ଜଳ ନିମ୍ନଗାମୀ ହୋଇଥିବାରୁ ଏହାକୁ ରୋକିବା ପାଇଁ ବହୁଳ ପରିମାଣରେ ବୃକ୍ଷରୋପଣ ଓ ପ୍ରାକୃତିକ ଜଙ୍ଗଲ ସଂରକ୍ଷଣର ଆବଶ୍ୟକତା ରହିଛି ବୋଲି ପରିବେଶବିତ୍‌ମାନେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଯିବେ ନବୀନ: ଚାଷୀଙ୍କୁ ଭେଟିବେ, କ୍ଷେତ ବୁଲି ଦେଖିବେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷା ଯୋଗୁ ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ। କାହାର ଫସଲ ଉଜୁଡ଼ି ଯାଇଛି ତ କାହାର ଧାନ ପାଣିରେ ଭାସୁଛି। ଏମିତିରେ...

ଇଣ୍ଡିଆ ମେଣ୍ଟର ସ୍ବରରେ ସ୍ବର ମିଶାଇଲା BJD? ପରାଜୟର ୬ ମାସ ପରେ ଇଭିଏମ୍‌ ଉପରେ ପ୍ରଶ୍ନ ଉଠାଇଲେ ନବୀନ

ଭୁବନେଶ୍ୱର,୨୮।୧୨: ନିକଟରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଇଣ୍ଡିଆ ମେଣ୍ଟର ଦଳଗୁଡ଼ିକ ଶୋଚନୀୟ ପରାଜୟ ପରେ ପୁଣି ଇଭିଏମ୍‌ ଅର୍ଥାତ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ...

ପୁରୀରେ ଅଘଟଣ: ନିଗମାନନ୍ଦ ସମ୍ମିଳନୀରେ ଚାଲିଗଲା ୨ ଜୀବନ

ପୁରୀ,୨୮।୧୨: ପୁରୀରେ ନିଗମାନନ୍ଦ ସମ୍ମିଳନୀ ଚାଲିଥିଲା। ପୁରୀ ବାଲିଘାଇରେ ଏହି ଭକ୍ତ ସମ୍ମିଳନୀ ହେଉଥିଲା। ତେବେ ଏହି ସମୟରେ ୨ ଶ୍ରଦ୍ଧାଳୁ ଅସୁସ୍ଥ ହୋଇ ମୃତ୍ୟୁ...

ବିଶ୍ୱ ପ୍ରସିଦ୍ଧ ବରଗଡ଼ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ୧ କୋଟିକୁ ବୃଦ୍ଧି

ବରଗଡ଼,୨୮।୧୨: ବରଗଡ଼ ବିଶ୍ୱ ପ୍ରସିଦ୍ଧ ‘ଧନୁଯାତ୍ରା’ ଲାଗି ଅନୁଦାନ ରାଶି ବଢ଼ିଛି। ପୂର୍ବୁରୁ ଏହା ୧୦ ଲକ୍ଷ ଟଙ୍କା ଥିବା ବେଳେ ଏହାକୁ ରାଜ୍ୟ ସରକାର...

ଜାଭିଅର ଛକରେ ସିରିଜ ଦୁର୍ଘଟଣା: ଡ୍ରାଇଭରଙ୍କୁ ନିସ୍ତୁକ ମାଡ଼, ଉତ୍ତେଜନା

ଭୁବନେଶ୍ୱର, ୨୮।୧୨: ଭୁବନେଶ୍ୱର ଜାଭିୟର ଛକରେ ଶନିବାର ସନ୍ଧ୍ୟାରେ ଏକ ସିରିଜ ଦୁର୍ଘଟଣା ଘଟିଛି। ଏକ କାର୍‌ ପଛକୁ ପଛ ପିକଅପ୍‌ ଭ୍ୟାନ ଏବଂ ଅଟୋକୁ...

କୋମ୍ବିଂ ବେଳେ ଧରାପଡ଼ିଲେ ୩ ମହିଳା କ୍ୟାଡର ମାଓବାଦୀ

ମାଲକାନଗିରି,୨୮।୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ଥାନା ଅଧୀନ ଗୁଣ୍ଠାବାଡା ଗ୍ରାମ ନିକଟରୁ ଓଡ଼ିଶା ପୋଲିସ ଏବଂ ଡିବିଏଫ ବାହିନୀ ରବିବାର ୩ଜଣ ମହିଳା କ୍ୟାଡର...

ଫସଲ କ୍ଷୟକ୍ଷତି ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ପରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ କହିଲେ…

ଭୁବନେଶ୍ୱର,୨୮।୧୨: ଅଦିନିଆ ବର୍ଷାରେ ଚାଷ ଉଜୁଡ଼ିବା ଓ ଚାଷୀ ମୃତ୍ୟୁ ଘଟଣାରେ ବରିଷ୍ଠ ବିଜେଡ଼ି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି,...

ଫସଲ କ୍ଷତି ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆସନ୍ତାକାଲି ସୁଦ୍ଧା ଆବେଦନ ନ କଲେ…

ଭୁବନେଶ୍ୱର,୨୮ା୧୨: ଫସଲ କ୍ଷତି ନେଇ ଶନିବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏକ ବଡ଼ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri