ବାରିପଦା ଅଫିସ,୨୭ା୧୧- ମୟୂରଭଞ୍ଜ ମହୋତ୍ସବର ପ୍ରଥମ ସାଂସ୍କୃତିକ ସା ମଙ୍ଗଳବାର ଉଦଘାଟିତ ହୋଇଛି। ବାରିପଦା ଛଉ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଏମପି ଇଂ.ବିଶେଶ୍ୱର ଟୁଡୁ ଉଦଘାଟନ କରି ଜିଲାର ଇତିହାସ, ସଂସ୍କୃତି, ପରମ୍ପରା ନିଆରା ଏବଂ ଦେଶ ବିଦେଶରେ ଏହି ପରମ୍ପରା ସବୁ ବେଳେ ପ୍ରଶଂସିତ ହୋଇ ରହିଛି। ଏହି ପରମ୍ପରାକୁ ବଞ୍ଚାଇ ରଖିବା ପାଇଁ ହେଉଥିବା ପ୍ରୟାସ ନିହାତି ଭାବେ ପ୍ରଶଂସନୀୟ ବୋଲି କହିଥିେଲେ। ଆୟୋଜକ କମିଟିର ଚେୟାରମ୍ୟାନ ଉତ୍ତମ ମହାନ୍ତି, ସଭାପତି ଅସିତ ପତି, କାର୍ଯ୍ୟକାରୀ ସଭାପତି ସଞ୍ଜୀବ ଦ୍ବିବେଦୀ, ସାଧାରଣ ସମ୍ପାଦକ କଳିଙ୍ଗ କେଶରୀ ଜେନା, ସମ୍ପାଦକ ଇଂ. ବିପ୍ଳବ ଭଞ୍ଜନ ବୁଗୁଡ଼େଇ, ରାକେଶ ସିଂ, ପିଣ୍ଟୁ ମାଇତି,ତାପସ ପାଢୀ, ଲଡୁକେଶ୍ୱର ରଣା, ଲଲବହାଦୁର ମହାନ୍ତି, ରକେଶ ବେହେରା, ନିମାଇଁ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ସିନେ ତାରକା ସ୍ବର୍ଗତ ସଲିଲ ମିତ୍ରଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରାଯାଇଥିଲା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।