ବାରିପଦା ଅଫିସ, ୮।୬: ମୟୂରଭଞ୍ଜ ଜିଲାରୁ ସୋମବାର ନୂଆ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ରେ ପହଞ୍ଚିଛି। ତେବେ ନୂଆ ଚିହ୍ନଟ ୬ ଆକ୍ରାନ୍ତଙ୍କ ମଧ୍ୟରୁ ୪ ଜଣ ଶୁଲିଆପଦା ବ୍ଲକର ହୋଇଥିବା ବେଳେ ୨ଜଣ ବିଜତଳା ବ୍ଲକର। ସମସ୍ତେ ରାଜ୍ୟ ବାହାରୁ ଆସି ପ୍ରଶାସନ ପକ୍ଷରୁ ହୋଇଥବା ଅସ୍ଥାୟୀ ସଙ୍ଗରୋଧ ଗୃହରେ ରହୁଥିଲେ। ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ରରୁ ୨, ଗୋଆରୁ ୨, ଗୁଜୁରାଟରୁ ୧ ଓ ତାମିଲନାଡୁରୁ ୧ ଫେରନ୍ତା ଅଟନ୍ତି। ସମସ୍ତକୁ ବାଙ୍କୀଷୋଳସ୍ଥିତ କୋଭିଡ୍ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଜିଲାରୁ ଚିହ୍ନଟ ୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୧୪ଜଣ ସୁସ୍ଥ ହୋଇଥିବା ବେଳେ ୬୨ ଜଣ ଚିକିତ୍ସାଧୀନ ଅଛନ୍ତି।
Posted inଆମ ଜିଲା ଖବର, କରୋନା ଭାଇରସ୍, ମୟୂରଭଞ୍ଜ