ଆଜିକାଲିର ଇଲେକଟ୍ରୋନିକ୍ ଯୁଗରେ ଡିଭାଇସ୍କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ତାଲିକାରେ ସ୍ବିଡେନ୍ର ବୈଜ୍ଞାନିକ ଆଉ ଏକ କଥା ଯୋଡିଛନ୍ତି। ସେମାନେ ତିନିବର୍ଷ ପରିଶ୍ରମ କରି ଏକ ନୂଆ ଡିଭାଇସ୍ ପ୍ରସ୍ତୁତ କରିଛନ୍ତି। ଏହାର ଏକ ସ୍ବତନ୍ତ୍ର ବିଶେଷତ୍ୱ ରହିଛି। ଯନ୍ତ୍ରଣାରୁ ଉପଶମ ପାଇବାକୁ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଏହି ବୈଜ୍ଞାନିକମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ଯନ୍ତ୍ରଣା ଅନୁଭୂତ ହେଉଥିବା ଜାଗା ଉପରେ ଏହାକୁ ବାନ୍ଧି ଦେଲେ ତାହା କିଛି ସମୟ ଭିତରେ କାମ କରିବା ଆରମ୍ଭ କରିଥାଏ। ଖାସ୍ କଥା ହେଲା, ଏହି ନୂଆ ଡିଭାଇସ୍ କିପରି କାମ କରୁଛି ତାହାକୁ ପରୀକ୍ଷାମୂଳକ ଭାବରେ ବ୍ୟବହାର କରାଯାଇ ସେଥିରୁ ସଫଳତା ମିଳିଛି ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।