ଯଲିଉଡ୍‌ରେ ରତି-ପ୍ରମିଳାଙ୍କ ସଫଳ ଯାତ୍ରା

ଯୋଡ଼ି ଗଢ଼ିବା ମଣିଷ ହାତରେ ନ ଥାଏ। ଥାଏ ବିଧାତାଙ୍କ ହାତରେ। ସେଇଥିପାଇଁ ତ ବର୍ଷ ପରେ ବର୍ଷ ସିନା ବିତି ଯାଉଥାଏ। ହେଲେ ଯୋଡ଼ିର ଚମକ କମୁ ନ ଥାଏ। ଯାତ୍ରା ଜଗତର ସେମିତି ଏକ ଯୋଡ଼ି ହେଉଛନ୍ତି ରତି-ପ୍ରମିଳା। ଦୀର୍ଘ ଦୁଇ ଦଶନ୍ଧିରୁ ଅଧିକ ହେବ ଏହି ଯୋଡ଼ି ଯଲିଉଡ୍‌ରେ ସେମାନଙ୍କର ଜଲଓ୍ବା ଦେଖେଇ ଚାଲିଛନ୍ତି। ଦିନକୁଦିନ ସେମାନଙ୍କର ଚମକ ବଢୁଛି ସିନା ଫିକା ପଡ଼ିବାର ନଁା ଧରୁନି। ଦର୍ଶକମାନେ ଏହି ଯୋଡ଼ିକୁ ସେମାନଙ୍କର ଅତି ଆପଣାର ଯୋଡ଼ି ଭାବରେ ଗ୍ରହଣ କରି ନେଇଛନ୍ତି। ପୂର୍ବରୁ ମୁଖ୍ୟତଃ ନାୟକ ନାୟିକା ଭାବରେ ଅବତୀର୍ଣ୍ଣ ହେଉଥିବା ବେଳେ ଏବେ ଏହି ଯୋଡ଼ି ମଞ୍ଚ ଉପରେ ବାପାମା’ ଭାବରେ ଦେଖା ଦେଉଛନ୍ତି। ରତିକାନ୍ତ ଲେଙ୍କା ଓ ତାଙ୍କର ଅଭିନେତ୍ରୀ ପତ୍ନୀ ପ୍ରମିଳା ଲେଙ୍କା ଇତିମଧ୍ୟରେ ଯଲିଉଡ୍‌ରେ ବହୁ ପଥ ଅତିକ୍ରମ କରି ସାରିଲେଣି। ‘ବାଣେଶ୍ୱରୀ’, ‘ଯାତ୍ରା ତ୍ରିରଙ୍ଗା’, ‘ଦୁର୍ଗାଶ୍ରୀ’, ‘ଅପେରା ଓମ୍‌ଶ୍ରୀ’, ‘ତ୍ରିନାଥ ଗଣନାଟ୍ୟ’, ‘ଇନ୍ଦ୍ରମହଲ’ ଆଦି ଅନୁଷ୍ଠାନରେ ନିଜର ଅଭିନୟର ଯାଦୁ ପ୍ରଦର୍ଶନ କରି ଅଶେଷ ପ୍ରଶଂସା ସାଉଣ୍ଟିଛନ୍ତି। ‘କଲଗର୍ଲ’, ‘ବାସନ୍ତୀର ଚିଠି’, ‘ଚୁପ୍‌ଚାପ୍‌ ରାତି ଟୁପ୍‌ଟାପ୍‌ କଥା’, ‘ଆସିଛି ମଙ୍ଗଳ ଗ୍ରହର ଝିଅ’, ‘ମୁଁ ତୋର କ’ଣ ହେବି’, ‘ବାଘମାମୁ’, ‘ଗୋଟିଏ ଝିଅରେ କୋଟିଏ ତୁ’, ‘ଗଙ୍ଗା ପାପକଲେ ଧୋଇବ କିଏ’, ‘ଶ୍ରୀକୃଷ୍ଣ ମୋର ଶେଷସାକ୍ଷୀ’, ‘ବଡ଼ଲୋକକୁ ଉତ୍ତର ନାହିଁ’, ‘ଉର୍ବଶୀ ଆସୁଛି ଇନ୍ଦ୍ରମହଲ’ ଆଦି ନାଟକରେ ଏହି ଦୁଇ ଯୋଡ଼ିଙ୍କର ରହିଛି ଚମତ୍କାର ଅଭିନୟ। ଭଦ୍ରକର ମାନ୍ତପୁର ଗ୍ରାମରେ ପ୍ରମିଳାଙ୍କ ଜନ୍ମ। ପ୍ରମିଳାଙ୍କର ଦୁଇ ଭଉଣୀ ଥିଲେ ଜଣେ ଜଣେ ସଫଳ ଅଭିନେତ୍ରୀ। ସେମାନଙ୍କ ପ୍ରେରଣାରେ ଅନୁପ୍ରେରିତ ହୋଇ ପ୍ରମିଳା ମାତ୍ର ୧୪ବର୍ଷ ବୟସରେ ଯାତ୍ରାରେ ପାଦ ଥାପିଥିଲେ। ପ୍ରଥମେ ଶିଶୁ କଳାକାର, ପରେପରେ ସାନଭଉଣୀ ଭୂମିକା ଏବଂ ଶେଷରେ ନାୟିକା ଭୁମିକାରୁ ଆସି ଏବେ ମା’ ଭୂମିକାରେ ପାଦ ଥାପିଲେଣି ଏହି ଅଭିଜ୍ଞା ଅଭିନେତ୍ରୀ। ବାଲେଶ୍ୱର ପଣପଣା ଗ୍ରାମରେ ଜନ୍ମ ରତିକାନ୍ତଙ୍କର। ଏହି ଦମ୍ପତି ଯାତ୍ରାରେ ଯେତିକି ସଫଳ ପାରିବାରିକ ଜୀବନରେ ମଧ୍ୟ ତା’ଠୁ ବେଶି ସଫଳ। ଗୋଟିଏ କଥାରେ କହିବାକୁ ଗଲେ, ଯାତ୍ରାକୁ ଗୁରୁତ୍ୱ ଦେଇ ସେମାନେ ପରିବାରକୁ ଅବହେଳା କରିନାହାନ୍ତି। ବରଂ ଯାତ୍ରା ସହିତ ପରିବାରକୁ ବେଶ୍‌ ସମାନ୍ତରାଳ ଭାବରେ ଆଗକୁ ନେଇ ପାରିଛନ୍ତି ଏହି ସଫଳ ଯୋଡ଼ି। ଦୁଇପୁଅ ସମୀର ଓ ଦିବ୍ୟଶେଖରଙ୍କୁ ନେଇ ତାଙ୍କର ସଂସାରର ଗାଡ଼ି ଆଗକୁ ଗଡ଼ିଗଡ଼ି ଚାଲିଛି। ସମ୍ପ୍ରତି ଏହି ସଫଳଯୋଡ଼ି ‘ଯାତ୍ରା ସ୍ବପ୍ନମହଲ’ରେ ନିଜର ଅଭିନୟ ଜାରି ରଖିଛନ୍ତି। ‘ସ୍ବପ୍ନ ମହଲ’ରେ ସେମାନେ ଅଭିନୟ କରୁଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ‘ଆପଣମାନେ ଖୁସି ତ’, ‘ବାପା ବୋଉ ତମେ ଭୁଲକଲ’, ‘ବାଦଶାହ’, ‘ସ୍ବପ୍ନ ମହଲର ସ୍ବପ୍ନା’।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri