ଯାଜପୁର ଜିଲାରେ କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌

ଯାଜପୁର ଅଫିସ୍‌,୧୩।୫: କେନ୍ଦ୍ରୀୟ ସ୍ବାସ୍ଥ୍ୟ ଟିମ୍‌ ବୁଧବାର ଯାଜପୁର ଜିଲା ଗସ୍ତ କରି ଜିଲାରେ କରୋନା ପଜିଟିଭ୍‌ ସଂଖ୍ୟା ସ୍ଥିତି ଓ ଚିକିତ୍ସା ପ୍ରଣାଳୀ ସହ ସ୍ବାବ ସଂଗ୍ରହ, ରିପୋର୍ଟ, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର(ଟିଏମସି) ବ୍ୟବସ୍ଥାକୁ ଅନୁଧ୍ୟାନ କରିଛନ୍ତି। ଏହି ଅବସରରେ ଟିମ୍‌ ସଦସ୍ୟ ଜିଲାପାଳଙ୍କ ସହିତ ଆଲୋଚନା କରିଥିଲେ। କେନ୍ଦ୍ରୀୟ ଟିମ୍‌ ମୁଖ୍ୟ ଡା. ମହେଶ ୱାଘାମାରେ ବିଷଦ ଭାବେ ସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ଜିଲା ମୁଖ୍ୟ ଚିକିସତ୍ାଧିକାରୀ ଡା. ସୁଧାଂଶୁ ଶେଖର ବଳ ଚିକିତ୍ସା ବ୍ୟବସ୍ଥା, ବିଶୋଧନ ପ୍ରକ୍ରିୟା, ସ୍ବାବ୍‌ ସଂଗ୍ରହ ସମୟରେ ସତର୍କତା, କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ସ୍ବାସ୍ଥ୍ୟସେବା ଆଦି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଟିମ୍‌ ଜିଲାର ବିଭିନ୍ନ ଅଞ୍ଚଳ ଗସ୍ତ କରି ସ୍ଥିତି ଅନୁଧ୍ୟାନ ସହ ଆବଶ୍ୟକ ପରାମର୍ଶ ଓ ଚିକିତ୍ସା ସମ୍ପର୍କିତ କୌଶଳ ଅବଗତ କରାଇବେ। ଏହି ରିପୋର୍ଟକୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯିବା ସହ ବିବିଧ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିବେ ବୋଲି ଟିମ୍‌ ଲିଡର ୱାଘମାରେ ସୂଚନା ଦେଇଥିଲେ। ଏହି ଟିମ୍‌ରେ କେନ୍ଦ୍ରୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ରର ସହକାରୀ ନିର୍ଦ୍ଦେଶକ ଡା. ତୁଷାର ନାଲେ, ଆରଏମ୍‌ଆର୍‌ସିର ପ୍ରତିନିଧି ଡା. ସୋମଲକର ପ୍ରମୁଖ ସାମିଲ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଭାତ-ମାଂସ ଖାଇବାର ଲୋଭ ଦେଖାଇ କରିଥିଲେ ବଳାତ୍କାର, ଏବେ ଭୋଗିବେ ଆଜୀବନ କାରାଦଣ୍ଡ

ବାରିପଦା,୮ା୧(ନୀଳାଦ୍ରି ଦଣ୍ଡପାଟ): ମୟୂରଭଞ୍ଜ ଅତିରିକ୍ତ ଜିଲା ଓ ଦୌରା ଜଜ୍‌ ତଥା ସ୍ବତନ୍ତ୍ର ଫାଷ୍ଟ ଟ୍ରାକ୍‌ ପୋକ୍ସୋ କୋର୍ଟରେ ଏକ ନାବାଳିକା ବଳାତ୍କାର ମାମଲାର ରାୟ...

ମାଓବାଦୀ କ୍ୟାମ୍ପ୍‌ ସହ ଆଇଇଡି ଠାବ

ବାଲିଗୁଡ଼ା,୮ା୧: କୁମ୍ବିଂବେଳେ ମାଓବାଦୀ କ୍ୟାମ୍ପ ସହ ଆଇଇଡି ଠାବ କରାଯାଇଛି ବୋଲି କନ୍ଧମାଳ ଏସ୍‌ପି ହରିଶ ବି.ସି ସୂଚନା ଦେଇଛନ୍ତି। ବାଲିଗୁଡ଼ା ଥାନା ମାରଦୁଲି ଜଙ୍ଗଲରେ...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ଗୋପପୁରରେ ସରିଲା ବସ୍ତ୍ରହରଣ ଦୃଶ୍ୟାଭିନୟ

ଗୋପପୁର,୮।୧(ପ୍ରେମାନନ୍ଦ ଖମାରୀ): ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ବୁଧବାର ଷଷ୍ଠ ଦିବସରେ ଗୋପପୁର ଦୃଶ୍ୟାଭିନୟ ବେଶ ହୃଦୟସ୍ପର୍ଶୀ ହୋଇଥିଲା। ଏହି ଦୃଶ୍ୟାଭିନୟ ଦେଖିବା...

ଆତ୍ମରକ୍ଷା କୌଶଳ ଜାଣିଲେ ଛାତ୍ରୀ

ବ୍ରାହ୍ମଣୀଗାଁ,୮ା୧(ମନୋରଞ୍ଜନ ରଣା) : କନ୍ଧମାଳ ଜିଲା ବ୍ରାହ୍ମଣୀଗାଁଠାରେ ଥିବା ଋଷିମାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦେବରାଜ ବଳିଆରସିଂଙ୍କ ଅଧ୍ୟକ୍ଷତାରେ ଆତ୍ମରକ୍ଷା ତାଲିମ ଶିବିର ଉଦ୍‌ଘାଟନ...

ଧାନଗଦାରେ ଲାଗିଲା ନିଆଁ, ସବୁ ପୋଡ଼ି ଛାରଖାର

ଛତ୍ରପୁର,୮ା୧(ଦିଲ୍ଲୀପ ସାମଲ): ଅଦିନିଆ ବର୍ଷାରେ ଚାଷୀର ମେରୁଦଣ୍ଡ ଭାଙ୍ଗି ଯାଇଥିବା ବେଳେ ପୁଣି ଧାନଗଦାରେ ନିଆଁ ଲାଗି ଚାଷୀ ସର୍ବସ୍ବାନ୍ତ ହୋଇପଡ଼ିଛି। ଏପରି ଘଟଣା ଦେଖିବାକୁ...

ଜଳିଗଲା ଗୁହାଳ, ଜିଅନ୍ତା ଜଳିଗଲେ ୩ ଗାଈ

ଦିଗପହଣ୍ଡି,୮ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ ଗାଁ ବଡ଼ସାହିରେ ଅଗ୍ନିକାଣ୍ଡ ଘଟି ସନ୍ତୋଷ ସାହୁ, ସଦାନନ୍ଦ ସାହୁ ଏବଂ କାଳୁ ସାହୁଙ୍କ...

ନାବାଳିକାଙ୍କୁ ଗଣବଳାତ୍କାର: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍‌

ଫୁଲବାଣୀ,୮ା୧(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ଗଣବଳାତ୍କାର କରିବା ଘଟଣାର ରାୟ ବୁଧବାର ପ୍ରକାଶ ପାଇଛି। ଏହି ମାମଲାର ବିଚାର କରି ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ...

ପିକ୍‌ନିକ୍‌ ପାଇଁ ବାଦୁବାଡ଼ିରେ ଜମୁଛି ଭିଡ଼, ଭୋଜିଭାତ କରି ମଜା ଉଠାଉଛନ୍ତି ଲୋକେ

ରାଇକିଆ,୮ା୧(ପ୍ରଦୀପ ବେହେରା): ଏବେ ଚାଲିଛି ପିକ୍‌ନିକ୍‌ ଋତୁ। ସବୁଠି ବଣଭୋଜିର ଆସର। କନ୍ଧମାଳ ଜିଲା ନୂଆଗାଁ ବ୍ଲକର ଗୁଞ୍ଜିବାଡ଼ି ନିକଟରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ବାଦୁବାଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri