ଯାଜପୁର ଜିଲାରେ ଖାଦ୍ୟ ସଙ୍କଟ ଘନୀଭୂତ: ବରଗଡ଼ରୁ ଆସିବ ୬ହଜାର କୁଇଣ୍ଟାଲ ଚାଉଳ

ଯାଜପୁର ଅଫିସ,୩ା୧- ରାଜ୍ୟର ଉପକୂଳବର୍ତ୍ତୀ ଯାଜପୁର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂପୁର ଜିଲାରେ ଖାଦ୍ୟ ସଂଙ୍କଟ ଦେଖା ଦେଇଛି। ଏହିସବୁ ଜିଲାର ପିଡିଏସ୍‌ ହିତାଧିକାରୀଙ୍କ ପାଇଁ ବରଗଡ଼, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲାରୁ ଚାଉଳ ଆସୁଛି। ତେବେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲାର ୩ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ ଆସନ୍ତା ଫେବୃୟାରୀରୁ ମାର୍ଚ୍ଚମାସ ପର୍ଯ୍ୟନ୍ତ ୩୫୦୦ ମେଟ୍ରିକ ଟନ୍‌(ଏମ୍‌ଟି) ଚାଉଳର ଆବଶ୍ୟକ ରହିଛି। ଏଥିପାଇଁ ବରଗଡ଼ରୁ ଯାଜପୁର ଜିଲାକୁ ଶ୍ରୀରାମ କେଟେଲ ଫିଡ୍‌ ପରିବହନ ସଂସ୍ଥାକୁ ଚାଉଳ ଆଣିବାକୁ କାର୍ଯ୍ୟାଦେଶ ଦିଆଯାଇଛି। ତେବେ ୩୧ା୧୨ା୨୦୧୯ ତାରିଖ ସୁଦ୍ଧା ଲକ୍ଷ୍ୟଧାର୍ଯ୍ୟରୁ ମାତ୍ର ୫୭୭ ଏମ୍‌ଟି ଚାଉଳ ଆମଦାନି ହୋଇଛି। ତେଣୁ ଆସନ୍ତା ୭ତାରିଖ ସୁଦ୍ଧା ଏହାକୁ ଅତି ଗୁରୁତର ସହ ଗ୍ରହଣ କରି ଲକ୍ଷ୍ୟଧାଯ୍ୟ ସମସ୍ତ ଚାଉଳ ବରଗଡ଼ରୁ ପରିବହନ କରିବାକୁ ଓଡ଼ିଶା ଖାଦ୍ୟ ନିଗମ ପକ୍ଷରୁ ପରିଚାଳନା ନିର୍ଦ୍ଦେଶକ କଡ଼ା ତାଗିଦ କରିଛନ୍ତି। ଏଥିରୁ ଯାଜପୁର ଜିଲାରେ କୃଷିର ଉନ୍ନତି କିପରି ହେଉଛି ତାହା ସହଜେ ଅନୁମେୟ।
ଯାଜପୁର ଜିଲାରେ ବିକାଶ ପାଇଁ ସରକାର ଗୋଟେ ପଟେ ଶିଳ୍ପକୁ ପ୍ରୋତ୍ସାହନ ଦେଇ ଚାଲିଥିବାବେଳେ କୃଷିକୁ ଏକ ପ୍ରକାର ଅଣଦେଖା କରିଚାଲିଛନ୍ତି। ଯାହାର ଫଳସ୍ବରୂପ ଜିଲାରେ ଖାଦ୍ୟଶସ୍ୟ ନିଅଣ୍ଟ ହେବାରେ ଲାଗିଛି। ସ୍ବତନ୍ତ୍ର ଅର୍ଥନୈତିକ ଜୋନ ଆଳରେ ବିଭିନ୍ନ ଘରୋଇ କମ୍ପାନୀ ଓ ଶିଳ୍ପ ସଂସ୍ଥାକୁ ବିପୁଳ ପରିମାଣର ଭୂଖଣ୍ଡ ସୁବିଧାରେ ସରକାର ଯୋଗାଇ ଦେଇ ସେମାନଙ୍କୁ ଅଧିଶ୍ୱର କରାଇ ଚାଲିଛନ୍ତି। ଆଉ ଏହା ଯଦି ଆଗାମୀ ଦିନରେ ଜାରି ରହେ ତେବେ ଜିଲାରେ କୃଷି ଓ କୃଷକ ପାଇଁ ଦୁର୍ଦ୍ଦିନ ଆଣିଦେବ ବୋଲି ସମାଲୋଚକ ତଥା ବୁଦ୍ଧିଜୀବୀ ଶ୍ରେଣୀର ଲୋକେ ଚିନ୍ତା ପ୍ରକଟ କରିବାରେ ଲାଗିଛନ୍ତି। ଜିଲାର ସମୁଦାୟ ୧,୪୫,୪୫୦ ହେକ୍ଟର ଚାଷ ଜମି ମଧ୍ୟରୁ ଖରିଫରେ ୪୨ପ୍ରତିଶତ ଓ ରବି ଋତୁରେ ମାତ୍ର ୨୩ ପ୍ରତିଶତ ଜଳସେଚନ ସୁବିଧା ଥିବା କୁହାଯାଉଛି। କିନ୍ତୁ ବାସ୍ତବରେ ଏହାର ଅଧା ପରିମାଣର ଜମିରେ ବି ଜଳସେଚନ ହେଉ ନ ଥିବାରୁ ଜିଲାବାସୀଙ୍କ ଖାଦ୍ୟ ଚାହିଦାକୁ ଚାଷୀ ପୂରଣ କରି ପାରୁନାହିଁ। ଅର୍ଦ୍ଧାଧିକ ଉଠାଜଳସେଚନ ପ୍ରକଳ୍ପ ଅଚଳ ହୋଇ ପଡ଼ିଥିବାବେଳେ କ୍ଷୁଦ୍ରଜଳସେଚନଗୁଡ଼ିକ ଆବଶ୍ୟକ ଜଳସେଚନ କରିବାରେ ବିଫଳ ହୋଇଛି। ନଦୀନାଳ ଭରା ଜିଲାରେ ଜଳସେଚନର ପ୍ରାଚୂର୍ଯ୍ୟ ରହିଥିଲେ ହେଁ ଜଳସମ୍ପଦ ବିଭାଗର ଆନ୍ତରିକତାର ଅଭାବ ଏବଂ ସ୍ଥାନୀୟ ରାଜନେତାଙ୍କ ଅନାଗ୍ରହ ଯୋଗୁ ଚାହିଦା ମୁତାବକ ଖାଦ୍ୟ ଉପତ୍ାଦନ ପରାହତ ହୋଇଛି। ଏହାବାଦ ଶିଳ୍ପକାରଖାନା ପାଇଁ ଜିଲାର ଚାଷଜମି କ୍ରମଶଃ ସଂକୁଚିତ ହେବାରେ ଲାଗିଛି। ରାଜ୍ୟ ସରକାରଙ୍କ ଉପଯୁକ୍ତ ପ୍ରୋସତ୍ାହନ ଅଭାବରୁ ଚାଷୀ ଆଉ ଚାଷ କରିବାକୁ ଆଗଭଳି ଆଗ୍ରହ ଦେଖାଉ ନାହାନ୍ତି। ଏହି କ୍ରମରେ ବିପିଏଲ୍‌, ଅନ୍ନପୂର୍ଣ୍ଣା, ଅନ୍ତ୍ୟୋଦ୍ୱୟ, ମଧ୍ୟାହ୍ନ ଭୋଜନ ଆଦି ହିତାଧିକାରୀଙ୍କ ପାଇଁ ବାର୍ଷିକ ଆବଶ୍ୟକ ୧୦ଲକ୍ଷ କୁଇଣ୍ଟାଲ ମଧ୍ୟରୁ ଅବଶିଷ୍ଟ ୫ଲକ୍ଷ କୁଇଣ୍ଟାଲ ଚାଉଳ ବାହାର ଜିଲାରୁ ଆମଦାନୀ କରିବାକୁ ପଡୁଛି। ଚଳିତ ମାସ ଜାନୁୟାରୀ ୭ତାରିଖ ସୁଦ୍ଧା ୩,୫୦୦ ମେଟ୍ରିକଟନ୍‌ ଚାଉଳ ବରଗଡ଼ରୁ ଆଣି ଯାଜପୁର ଜିଲାରେ ଦାଖଲ କରିବାକୁ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ କଳାହାଣ୍ଡି ଜିଲାର ଶ୍ରୀରାମ କେଟଲ ଫିଡ୍‌ ପରିବହନ ସଂସ୍ଥା ସହିତ ଚୁକ୍ତି ହୋଇଛି। ଯାଜପୁର ଜିଲାରେ ସଂଗୃହୀତ ପ୍ରାୟ ୫ଲକ୍ଷ କୁଇଣ୍ଟାଲ ଚାଉଳ ମାତ୍ର ୬ମାସ ପାଇଁ ପୁରଣ ହୋଇ ପାରୁଛି। ବାକି ୬ମାସର ଆବଶ୍ୟକତାକୁ ମେଣ୍ଟାଇବାକୁ ବାହାର ଜିଲା ଉପରେ ପ୍ରଶାସନ ନିର୍ଭର ହେବାକୁ ପଡୁଛି। ଏଥିପାଇଁ ପରିବହନ ଖର୍ଚ୍ଚ ବାବଦକୁ ରାଜକୋଷରୁ ବାର୍ଷିକ କୋଟିକୋଟି ଟଙ୍କା ଖର୍ଚ୍ଚ ହେଉଛି। ଚଳିତ ଧାନ ସଂଗ୍ରହର ଆର୍ଥିକ ବର୍ଷରେ ଯାଜପୁର ଜିଲା ଚାଷୀଙ୍କଠାରୁ ୮,୦୧,୪୦୦ କୁଇଣ୍ଟାଲ ଧାନ ସଂଗ୍ରହ ଧାର୍ଯ୍ୟ ହୋଇଛି। ତେବେ ଏଯାଏ ୧୨୨ଟି ପ୍ୟାକ୍ସ ମଧ୍ୟରୁ ୨୬ଟି ପ୍ୟାକ୍ସ ଜରିଆରେ ମାତ୍ର ୫୬,୭୩୪.୬୨ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଯାହାକି ଧାନ ସଂଗ୍ରହରେ ନୈରାଶ୍ୟଜନକ ବୋଲି କୁହାଯାଇପାରେ। ଏସଂକ୍ରାନ୍ତରେ ଯାଜପୁର ସିଏସ୍‌ଓ ସୁରେନ୍ଦ୍ର କୁମାର ହେତାଙ୍କୁ ପଚାରିବାରେ ଚଳିତ ବର୍ଷ ପିଡିଏସ୍‌ ହିତାଧିକାରୀଙ୍କ ପାଇଁ ପ୍ରାୟ ୬,୦୦୦ କୁଇଣ୍ଟାଲ ଚାଉଳ ବାହାରୁ ଉପତ୍ାଦନର ଲକ୍ଷ୍ୟ ରହିଛି। ଏଥିପାଇଁ ବିଭାଗ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇଛି। ତେବେ ଖାଦ୍ୟଶସ୍ୟ ଉପତ୍ାଦନ କିଭଳି ବୃଦ୍ଧି ହେବ ତାହା କୃଷି ବିଭାଗ କହି ପାରିବ ବୋଲି ହୋତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୋନସ ଦାବି ତେଜିଲା…

ରାଉରକେଲା,୨୦।୯(ସଙ୍ଗୀତା ଜେନା): କେନ୍ଦ୍ରୀୟ ଟ୍ରେଡ୍‌ ୟୁନିୟନ ସିଟୁ ସମର୍ଥିତ ଷ୍ଟିଲ୍‌ ଏମ୍ପ୍ଲୟିଜ୍‌ ଟ୍ରେଡ୍‌ ୟୁନିୟନ ତଥା ରାଉରକେଲା କଣ୍ଟ୍ରାକ୍ଟର ୱାର୍କର୍ସ ୟୁନିୟନ ପକ୍ଷରୁ ଶୁକ୍ରବାର ପାୱାରଗେଟ୍‌...

ନିଆରା ଅନ୍ଦାଜରେ ମୁଖ୍ୟମନ୍ତ୍ରୀ: କ୍ରୀଡାବିତଙ୍କୁ କଲେ ଉତ୍ସାହିତ

କେନ୍ଦୁଝର ,୨୦ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା କରଞ୍ଜିଆପଡା ଖେଳପଡିଆରେ ଆୟୋଜିତ ୧୮ ତମ ନକ ଆଉଟ୍ ଫୁଟବଲ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ...

ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କଲେ ପଶ୍ଚିମବଙ୍ଗ ସରକାର: ରାସ୍ତାରେ ଅଟକିଛି ହଜାର ହଜାର ଟ୍ରକ୍‌

ରାଞ୍ଚି,୨୦ା୯: ପଶ୍ଚିମବଙ୍ଗ ସରକାର ଦିବ୍ରୁଗଡ଼ ଚେକ୍‌ପୋଷ୍ଟ ସିଲ୍‌ କରିଦେଇଥିବାରୁ ଝାଡ଼ଖଣ୍ଡରୁ ଯାଉଥିବା ହଜାର ହଜାର ଭାରୀଯାନ ୧୯ ନମ୍ବର ଜାତୀୟ ରାଜପଥରେ ଅଟକି ରହିଛି। ଆନ୍ତଃରାଜ୍ୟ...

ଝାଡ଼ାବାନ୍ତିରେ ୩ ମୃତ, ୩୦ରୁ ଊର୍ଦ୍ଧ୍ୱ ହସ୍ପିଟାଲରେ ଭର୍ତ୍ତି 

ବାରିପଦା,୨୦ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଗୁଡ଼ିଆଲବନ୍ଧ ପଞ୍ଚାୟତ ଆଲବନ୍ଧ ଗ୍ରାମ ବାଥୁଡ଼ିସାହିରେ ଝାଡ଼ାବାନ୍ତି ଜନିତ ରୋଗରେ ୩ ଜଣଙ୍କର ମୃତ୍ୟୁ...

ବଂଶଧାରା ନଦୀରେ ମିଶିଲା କାରଖାନାର ବିଷାକ୍ତ ରାସାୟନିକ ପାଣି: ଜଳ ଯୋଗାଣ ବନ୍ଦ ଲୋକେ ହନ୍ତସନ୍ତ

କାଶୀନଗର,୨୦ା୯(ଟି. କ୍ରିଷ୍ଣା ରାଓ): ଗଜପତି ଜିଲା କାଶୀନଗର ଦେଇ ପ୍ରବାହିତ ବଂଶଧାରା ନଦୀ ପାଣିରେ ବେଦାନ୍ତ କାରଖାନାର କାଷ୍ଟିକ ପୋଖରୀ ହୁଡା ଭାଙ୍ଗି କ୍ଷୟକାରୀ ବିଷାକ୍ତ...

ମୁଖ୍ୟ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି; ଘରୁ ମିଳିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍

ବାଲେଶ୍ୱର,୧୯।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀ ଏନ.ଭି ହରିହରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିବା ପରେ ବିପୁଳ ପରିମାଣର ଆୟାବହିର୍ଭୁତ ସମ୍ପତ୍ତି ଜବତ...

ଗ୍ରାହକ ହୋଇ କିଣିବା ବାହାନାରେ ଆସି ଗହଣା ଦୋକାନରୁ….

ବ୍ରହ୍ମପୁର,୨୦ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗ୍ରାହକ ହୋଇଆସି ଜଣେ ବ୍ୟକ୍ତି ଦୋକାନରୁ ସୁନା ଗହଣା ଚୋରାଇ ନେଇଛନ୍ତି। ଦୋକାନ ମାଲିକ ସତ୍ୟନାରାୟଣ ସେନାପତି ଏହି ସମ୍ପର୍କରେ ବଡ଼ବଜାର...

ବିବାଦରେ ଯାତ୍ରା ଷ୍ଟାର ଆକ୍ଟର କାହ୍ନା ସ୍ବାଇଁ

ଭୁବନେଶ୍ୱର,୨୦।୯: କୋଟିକୋଟି ଓଡ଼ିଆଙ୍କ ପ୍ରାଣ ମହାପ୍ରଭୁ ଶ୍ରୀଜଗନ୍ନାଥ। ସିଏ ସମଗ୍ର ବିଶ୍ୱକୁ ତାଙ୍କ ଛତ୍ରଛାୟା ତଳେ ଘୋଡାଇ ରଖିଛନ୍ତି। ହେଲେ ତାଙ୍କୁ ଅସମ୍ମାନିତ କରାଯାଇଛି। ଯାତ୍ରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri