ଭୁବନେଶ୍ୱର, ୬।୫(ବ୍ୟୁରୋ): ଯାଜପୁରରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଅପରାହ୍ନରେ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୫୫କୁ ବୃଦ୍ଧି ପାଇଛି। ତେବେ ନୂଆ ଆକ୍ରାନ୍ତ ଜଣଙ୍କ ୫୭ ବର୍ଷୀୟ ବୟସ୍କ ବ୍ୟକ୍ତି। ସେ କୋଲକାତାରୁ ଫେରିଥିଲେ। ଏହାକୁ ମିଶାଇ ରାଜ୍ୟରେ ପଜିଟିଭ ସଂଖ୍ୟା ୧୮୦ରେ ପହଞ୍ଚିଛି। ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ୍ବେବ୍ସାଇଟରେ ସୂଚନା ମିଳିଛି।
3rd Health Update, 6th May
One positive case in Jajpur
57 yr Male(Kolkata returnee. In quarantine)
Contact tracing and follow-up action is being done.Total Positive Case: 180
— I & PR Department, Odisha (@IPR_Odisha) May 6, 2020