ଯାତ୍ରା ଅନିଲ କପୁର

ଓଡ଼ିଆ ଯାତ୍ରାର ଦର୍ଶକମାନେ ତାଙ୍କୁ ଅନିଲ କପୁର ବୋଲି କହିଥାନ୍ତି। ସେ ଏକ ନିଆରା ଢଙ୍ଗରେ ଆସନ୍ତି ମଞ୍ଚକୁ। ତାଙ୍କ ଡାଏଲଗ୍‌ କହିବାର ଶୈଳୀ ମଧ୍ୟ ଅଲଗା। ଆଙ୍ଗ୍ରିମ୍ୟାନ୍‌ର ଭୂମିକା ହେଉ କି ରୋମାଣ୍ଟିକ ଅଥବା ଟ୍ରାଜେଡି ସବୁକିଛି ସେ ଏକ ଭିନ୍ନବାଗରେ କରନ୍ତି। ସେଥିପାଇଁ ଯାତ୍ରା ଇଣ୍ଡଷ୍ଟ୍ରିଜ୍‌ରେ ତାଙ୍କର ଢେରସାରା ଚାହିଦା। ଏହି ଅଭିନେତା ଜଣକ ହେଉଛନ୍ତି ଚିକୁ କର। ତାଙ୍କର ଭଲ ନାମ ଦ୍ୱାରିକାରାମ କର ହୋଇଥିଲେ ମଧ୍ୟ ଯାତ୍ରା ଜଗତରେ ତାଙ୍କୁ ଚିକୁ ବୋଲି ଜାଣନ୍ତି। ଘର କେନ୍ଦ୍ରାପଡ଼ା ଜିଲା ପଞ୍ଚୁପାଣ୍ଡବ ଅଧୀନ କୁଶୁନପୁର ଗଁା। ବାପା ସ୍ବର୍ଗତ ନଗେନ୍ଦ୍ର କୁମାର କର ଏବଂ ମା’ ରେଣୁବାଳା କର। ପିଲାଟିବେଳୁ କଳା ପ୍ରତି ରୁଚି ଥିଲା। ନବମ ଶ୍ରେଣୀରେ ଥରୁଟିଏ ଯାତ୍ରାରେ ପାର୍ଟ କରିଥିଲେ। ତେଣୁ ଗ୍ରାଜୁଏଶନ୍‌ ସରୁ ସରୁ ସେ ଚାଲି ଆସିଲେ ଯାତ୍ରାକୁ। ତେବେ ତାଙ୍କର ଯାତ୍ରାକୁ ଆସିବାର କାହାଣୀଟି ବି ଭାରି ନିଆରା। ୧୯୯୨ ମସିହା କଥା। ଚିକୁଙ୍କ ଭଉଣୀଙ୍କ ଶାଶୁଘର ଧାନମଣ୍ଡଳ। ଭଉଣୀଙ୍କ ଶାଶୁଘର ଲୋକ ଅନେକ ଘର ଭଡ଼ାରେ ଲଗେଇଥିଲେ। ଗୋଟିଏ ଭଡ଼ାଘରେ ରହୁଥିଲେ ‘ଉତ୍କଳ ଗଣନାଟ୍ୟ’ ମାଲିକଙ୍କ ଜଣେ ସମ୍ପର୍କୀୟ ଭାଇ। ତାଙ୍କ ସହିତ ଚିକୁଙ୍କର ବନ୍ଧୁତା ଗଢ଼ି ଉଠିଥିଲା। ଦିନେ ତାଙ୍କ ସାଥିରେ ଚିକୁ ଯାଇଥିଲେ ବରୀ। ବରୀରେ ହିଁ ‘ଉତ୍କଳ ଗଣନାଟ୍ୟ’ର ରିହର୍ସାଲ ହେଉଥିଲା। ଚିକୁଙ୍କର ଆଗ୍ରହ ବଢ଼ିଲା ଯାତ୍ରାରେ ପାର୍ଟ କରିବା ପାଇଁ। ସେ ତାଙ୍କର ବନ୍ଧୁଙ୍କୁ କହି ମାଲିକଙ୍କୁ ଭେଟିବାକୁ ଗଲେ। ମାଲିକଙ୍କ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଶହେଟଙ୍କାର ଏକ ନୋଟ୍‌ ମିଳିଲା। ଚିକୁ ଭାବିଲେ ତାଙ୍କର ଶୁଭବେଳା ଅଛି। ଈଶ୍ୱର ତାଙ୍କୁ ଟଙ୍କା ଦେଇ ଆଶୀର୍ବାଦ କରିଛନ୍ତି ଆଉ ଯାତ୍ରାକୁ ଯିବା ଲାଗି ସଂକେତ ମଧ୍ୟ ଦେଇଛନ୍ତି। ଯା’ହେଉ ସେ ମାଲିକଙ୍କୁ ଭେଟିଲେ। ଚିକୁଙ୍କର ଚକୋଲେଟ୍‌ ଚେହେରା ଦେଖି ମାଲିକ ଖୁସି ହୋଇଗଲେ ଆଉ ପାର୍ଟିରେ ରଖିବା ପାଇଁ ସମ୍ମତି ଦେଲେ। ଆଡଭାନ୍ସ ଭାବରେ ଦୁଇଶହ ଟଙ୍କା ଦେଲେ। ବର୍ଷକୁ ପାଞ୍ଚ ହଜାର ଟଙ୍କାରେ ତାଙ୍କୁ ଚୁକ୍ତି କରାଗଲା। ପ୍ରଥମରୁ ନାୟକ ଭୂମିକାରେ ଅବତୀର୍ଣ୍ଣ ହେଲେ ସେ। ଏବେ ଚିକୁଙ୍କୁ ପଚାଶ ଟପି ଏକାବନ ବର୍ଷ ଚାଲିଲା। ଏବେ ମଧ୍ୟ ସେ ନାୟକ ଭୂମିକାରେ ଅଭିନୟ କରୁଛନ୍ତି। ଇତିମଧ୍ୟରେ ସେ ଶ୍ରୀକ୍ଷେତ୍ର ଗଣନାଟ୍ୟ, ତ୍ରିନାଥ ଗଣନାଟ୍ୟ, ଟାଇଗର ତାରିଣୀ, ଶୁଭଶ୍ରୀ ଗଣନାଟ୍ୟ, ଗୌରୀ ଗଣନାଟ୍ୟ, ଶିବାନୀ ଗଣନାଟ୍ୟ, ପାର୍ବତୀ ଗଣନାଟ୍ୟ, ଧଉଳି ଗଣନାଟ୍ୟ, ବିଶ୍ୱଦରବାର ଆଦିରେ ଅଭିନୟ କରିସାରିଛନ୍ତି। ସମ୍ପ୍ରତି ସେ ଯାତ୍ରା ମାୟାନଗରୀରେ ଅଭିନୟ କରୁଛନ୍ତି। ତାଙ୍କ ଅଭିନୀତ ନାଟକ ମଧ୍ୟରେ ରହିଛି ବିଦେଶିନୀ, କାହାଣୀ ଲାଗୁଛି ନୂଆ ନୂଆ, ମିଛ ମଣିଷ, ତମ ପିଲାର ମା’ ହେବିନି, ସରକାର ମତେ ଫାଶୀ ଦିଅ, ତମ ଛାତିରେ ଲାଗିଛି କାହା ସିନ୍ଦୂର, ମୋ ରେକର୍ଡ ପବ୍ଲିକ୍‌ କହିବେ, କିଏ କାଚ କିଏ କାଞ୍ଚନ, ସାବତ ମା’ ସାବିତ୍ରୀ, ଧନ ପାଖେ ମନ ବନ୍ଧା ପଡ଼ିଛି, ଦେଲେ ଧରା କଥା ସରେ, ନିଜ ନିଜର ରାମାୟଣ, କଥା ଦିଅ ମତେ କରିବନି ପର ଏବଂ ଆହୁରି ଅନେକ। ପତ୍ନୀ ବିଦ୍ୟୁଲତାଙ୍କ ପ୍ରେରଣାରୁ ଯାତ୍ରାରେ ଆଗକୁ ଆଗକୁ ଗତି କରୁଥିବା ଚିକୁଙ୍କ ପରିବାର କହିଲେ ଦୁଇପୁଅ ଆଶୀର୍ବାଦ ଓ ତଥାସ୍ତୁ, ଝିଅ ବର୍ଷା ଏବଂ ସାନଭାଇ ବାବୁରାମ କରଙ୍କ ଦୁଇସନ୍ତାନ ସ୍ବପ୍ନା ଓ ଆୟୁଷ୍ମାନ। ଯାତ୍ରା ତାଙ୍କ ଜୀବନକୁ ପୂର୍ଣ୍ଣ କରିଛି। ଯାତ୍ରାକୁ ଆସି ନ ଥିଲେ ଜୀବନ ଅଧା ରହିଯାଇଥାନ୍ତା ବୋଲି କହନ୍ତି ଏହି ଅଭିନେତା।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri