ଯାତ୍ରା ଜଗତର ଲୋକପ୍ରିୟ ଯୋଡ଼ି ସନ୍ତୋଷ-କୁସୁମ

ଯାତ୍ରା ଜଗତର ଏକ ଲୋକପ୍ରିୟ ଯୋଡ଼ି ହେଉଛନ୍ତି ସନ୍ତୋଷ-କୁସୁମ ଯୋଡ଼ି। ନିଜ ନିଜର ନିଆରା ଅଭିନୟରେ ସେମାନେ ଦର୍ଶକଙ୍କୁ ସାରା ରାତି ବାନ୍ଧି ରଖିଥାନ୍ତି। ସନ୍ତୋଷଙ୍କ ପୂରା ନାମ ସନ୍ତୋଷ କୁମାର ଦାସ। ଘର ବଡ଼ବିଲ୍‌ର ସାଇଲୋ। ସେ ପ୍ରାୟ ୨୧ବର୍ଷ ତଳେ ଆସନ୍ତି ଯାତ୍ରାକୁ। ପିଲାଟି ବେଳୁ କଳା ପ୍ରତି ରୁଚି ଥିଲା। ସେ ସ୍କୁଲ୍‌ରେ ଏକକ ଅଭିନୟ କରି ପୁରସ୍କାର ଜିତୁଥିଲେ। ଗ୍ରାଜୁଏଶନ ପରେ ଚାଲି ଆସିଲେ ଭୁବନେଶ୍ୱର। ଭୁବନେଶ୍ୱରର ଝାରପଡ଼ାଠାରେ ରହି ପିଲାଙ୍କୁ ଟ୍ୟୁଶନ କରୁଥିଲେ। ସେଠାରେ ‘ମହାବୀର ୟୁଥ୍‌ କ୍ଲବ୍‌’ ନାମରେ ଏକ ଡ୍ରାମାଟିକ୍‌ କ୍ଲବ୍‌ ଥିଲା। ସେଠାରେ ସେ ଅଭିନୟ କରୁଥିଲେ। ଟୁର୍ନାମେଣ୍ଟ ଜିତୁଥିଲେ। ତେବେ ଏସବୁ ତାଙ୍କର କଳାମନସ୍କତାକୁ ଶାନ୍ତି ଦେଇପାରୁ ନ ଥିଲା। ସେ ଚାହୁଁଥିଲେ କୌଣସି ଏକ ପେସାଦାର ପାର୍ଟିରେ ଯୋଗଦେବେ। ଏତିକିବେଳେ ତାଙ୍କର ଭେଟ ହେଲା ନାଟ୍ୟକାର ବଙ୍କିମ ସ୍ବାଇଁଙ୍କ ସହିତ। ସେତେବେଳେ ବଙ୍କିମ୍‌ବାବୁ ଜଗଜ୍ଜନନୀ ଅପେରାରେ ନାଟକ ଲେଖିବା ସହିତ ଅଭିନୟ ମଧ୍ୟ କରୁଥିଲେ। ତାଙ୍କଠୁ ପ୍ରେରଣା ନେଇ ସେ ଇଣ୍ଟରଭିୟୁ ଦେଲେ। ଆଉ ସିଲେକ୍ଟ ମଧ୍ୟ ହେଲେ। ଯୋଗଦେଲେ ଜଗଜ୍ଜନନୀ ଅପେରାରେ। ତାଙ୍କୁ ପାର୍ଶ୍ୱ ନାୟକ ଭୂମିକା ମିଳିଲା। ଏଇଠୁ ହିଁ ଆରମ୍ଭ ହେଲା ସନ୍ତୋଷଙ୍କ ପେସାଦାର କଳାକାର ଜୀବନ। ଜଗଜ୍ଜନନୀରୁ ସେ ଆସିଲେ ତାରାପୁର। ତାରାପୁରରେ ତାଙ୍କର ଭେଟ ହେଲା କୁସୁମ ଓରଫ ସାଗରିକା ଦାସଙ୍କ ସହିତ। କୁସୁମ ସାତଶଙ୍ଖ ଅପେରାରେ ଜଣେ ଗାୟିକା ଭାବରେ ଯୋଗଦେଇ ତାଙ୍କର ଯାତ୍ରା କ୍ୟାରିୟର ଆରମ୍ଭ କରିଥିଲେ। ତେବେ ସେହି ପାର୍ଟିରେ ତାଙ୍କୁ ନାୟିକା ହେବାର ସୁଯୋଗ ମିଳିଲା। ସାତଶଙ୍ଖରେ କିଛି ବର୍ଷ ରହିବା ପରେ କୁସୁମ ଆସିଲେ ତାରାପୁରକୁ। ସେହି ତାରାପୁରରେ ହିଁ ଭେଟହେଲା ଉଭୟ କୁସୁମ ଏବଂ ସନ୍ତୋଷଙ୍କର। ଉଭୟ ନାୟକ ନାୟିକା ଭାବରେ ଅଭିନୟ କରୁଥିଲେ। ଅଭିନୟ ପ୍ରେମକୁ ରୂପାନ୍ତରିତ ହେଲା। ଆଉ ଉଭୟେ ନିଷ୍ପତ୍ତି ନେଲେ ସତସତିକା ଜୀବନରେ ନାୟକ ନାୟିକା ସାଜିବାକୁ। ଉଭୟ ପରିବାରରୁ ମଧ୍ୟ ସହମତି ମିଳିଲା। ଆଉ ସେମାନେ ସମ୍ପୂର୍ଣ୍ଣ ବୈଦିକ ରୀତିରେ ହିଁ ପରସ୍ପରକୁ ବିବାହ କଲେ। ଇତିମଧ୍ୟରେ ଉଭୟ ସନ୍ତୋଷ ଓ କୁସୁମ ତାରାପୁର, ବାଣେଶ୍ୱରୀ, ଋକ୍ମିଣୀ, ଗୌରୀ, ପାର୍ବତୀ, ଯାତ୍ରାଗଁା ଆଦି ଅନୁଷ୍ଠାନରେ ଅଭିନୟ କରି ସମ୍ପ୍ରତି ଆସି ପହଞ୍ଚତ୍ଛନ୍ତି ଯାତ୍ରା ମାୟାନଗରୀରେ। ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି ବାଉଁଶ ରାଣୀ, ବାଟ ଛାଡ଼ ଷଣ୍ଢ ଆସୁଛି, ଶୁଣ ସୁଜନେ ଦେଇ ମନ, ଚନ୍ଦନ ଟୋପାକୁ ନାଲି ଅଳତା, ଆମ୍ମା ଏକ ରୁଟି ଦେ, ବାସୀ ମୋ ହେଲା ଫୁଲଶେଜ, କଥା ରହିଗଲା ମଗୁଶୁରକୁ, ଅପାକୁ ସୁନ୍ଦର ରୁପା ପାଉଁଜି, ଅଟକି ଯାଇଛି କଟକୀ ଝିଅ, ଗୁଲାମ୍‌ ନଗରୀ ଭୁବନେଶ୍ୱର, କାନ ଧରୁଛିଲୋ କଟି ପକାନି, କଥା ଦଉଛି ମୁଁ ଭୁଲିବି ନାହିଁ, ଅର୍ଦ୍ଧାଙ୍ଗିନୀ, ଡାକବଙ୍ଗଳା, ବାଃ ବାଃରେ ଉପରବାଲା ଏବଂ ଆହୁରି ଅନେକ। ଚଳିତବର୍ଷ ଯାତ୍ରା ମାୟାନଗରୀରେ ସେମାନେ ଅଭିନୟ କରିଥିବା ନାଟକଗୁଡ଼ିକ ମଧ୍ୟରେ ରହିଛି କଥା ଦିଅ ମତେ କରିବନି ପର, ଦେଲେ ଧରା କଥା ସରେ, ଧନ ପାଖେ ମନ ବନ୍ଧା ପଡ଼ିଛି ଏବଂ ନିଜ ନିଜର ରାମାୟଣ।


Enter your email to get our daily news in your inbox.

All Right Reserved By Dharitri.Com

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ମଧ୍ୟରେ ଛାଡପତ୍ର! ମିଳିଗଲା ବଡ଼ ପ୍ରମାଣ

ନୀଳନୟନା ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଉଭୟଙ୍କ ମଧ୍ୟରେ ସବୁକିଛି ଠିକ ନ ଥିବା ଆଲୋଚନା ହେଉଛି। ଐଶ୍ୱର୍ଯ୍ୟା ରାୟ...

ଆମି ପୁରସ୍କାର ଘୋଷଣା: ଏହି ଫିଲ୍ମକୁ ମିଳିଲା ୧୪ ପୁରସ୍କାର

ଲସ ଆଞ୍ଜେଲ୍ସର ପିକକ୍‌ ଥିଏଟରରେ ୭୬ତମ ପ୍ରାଇମଟାଇମ ଆମି ପୁରସ୍କାର ଆୟୋଜିତ ହୋଇଛି। ମନୋରଞ୍ଜନ ଜଗତର ସବୁଠାରୁ ସମ୍ମାନଜନକ ପୁରସ୍କାର ସମାରୋହରେ ଏଥର ଫିଲ୍ମ ‘ଶୋଗୁନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri