ଯାତ୍ରୀ ହ୍ରାସ ଯୋଗୁ ବାତିଲ ହେଉଛି ଟ୍ରେନ୍‌

ନୂଆଦିଲ୍ଲୀ/ଭୁବନେଶ୍ୱର,୧୮-୩ :ପୂର୍ବତଟ ରେଳପଥ ଯାତ୍ରୀ ପରିବହନ କ୍ଷେତ୍ରରେ ବୃହତ୍‌ ସଂଖ୍ୟାରେ ହ୍ରାସ ଘଟିଛି। ଲୋକମାନେ ବୁକିଂ କରିଥିବା ସେମାନଙ୍କ ଟିକେଟ ବାତିଲ କରି ଦେଉଛନ୍ତି। ଗତ ୬ ଦିନ ମଧ୍ୟରେ ପୂର୍ବତଟ ରେଳପଥର ୧ ଲକ୍ଷ ଟିକେଟ ବାତିଲ କରାଯାଇଛି। ଗତ ବର୍ଷ ସମାନ ସମୟ ତୁଳନାରେ ବାତିଲ ହୋଇଥିବା ଟିକେଟ ସଂଖ୍ୟାଠାରୁ ଏହା ୬୭% ଅଧିକ ରହିଛି। ସାରା ଦେଶରେ ଟିକେଟ ବାତିଲ ହାର ପୂର୍ବବର୍ଷ ଅପେକ୍ଷା ଏବେ ୮୦% ଛୁଇଁଛି। ଯାତ୍ରୀ ହେଉ ନ ଥିବାରୁ ପୂର୍ବତଟ ରେଳପଥ ଦେଇ ପ୍ରାୟ ୫ ଯୋଡ଼ା ଟ୍ରେନ୍‌ ବାତିଲ କରାଯାଇଥିବା ରେଳପଥ ପକ୍ଷରୁ ସୂଚନା ରହିଛି। ଏଭଳି ସ୍ଥିତି ଲାଗି ରହିଲେ ଅଧିକ ଟ୍ରେନ୍‌ ବାତିଲ ହେବା ନେଇ ଆଶଙ୍କା କରାଯାଉଛି। ଟିକେଟ ବୁକିଂକୁ ନିୟମିତ ଭିତ୍ତିରେ ତର୍ଜମା କରାଯାଉଛି। ଏହି ଆଧାରରେ ଟ୍ରେନ୍‌ଗୁଡିକୁ ବାତିଲ କରିବା ଉପରେ ନିଷ୍ପତ୍ତି ହେଉଥିବା ସୂଚନା ରହିଛି। ପୂର୍ବତଟ ରେଳପଥ ଅଧିନ ଭୁବନେଶ୍ୱର, ପୁରୀ, ସମ୍ବଲପୁର ଏବଂ ବିଶାଖାପାଟଣାରୁ ବାହାରୁଥିବା ଟ୍ରେନଗୁଡିକରେ ପରଦା ଏବଂ କମ୍ବଳକୁ ହଟାଯାଇଛି। ଯାତ୍ରୀଙ୍କୁ ନିଜର କମ୍ବଳ, ସାଲ୍‌ ଆଣିବା ଲାଗି କୁହାଯାଇଛି। ଏହି ସମୟରେ ପୂର୍ବତଟ ରେଳପଥ ସାମୟିକ ଲାଗି କିଛି ସ୍ବତନ୍ତ୍ର ଟ୍ରେନ୍‌କୁ ମଧ୍ୟ ବାତିଲ କରିଛି।
ଏପଟେ କରୋନା ଭୂତାଣୁ ସଂକ୍ରମଣକୁ ଏଡ଼ାଇବା ଲାଗି ରେଳପଥ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି। ଜୀବାଣୁ ନାଶ ପ୍ରକ୍ରିୟା ହାତକୁ ନିଆଯାଇଛି। ଜ୍ୱର କିମ୍ବା କଫ ଥିବା ଯାତ୍ରୀ ଗୁରୁତ୍ୱପୂର୍ଣ୍ଣ ଷ୍ଟେଶନଗୁଡିକରେ ଖୋଲାଯାଇଥିବା ସାହାଯ୍ୟ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ରହିଛି। ରେଲଓ୍ବେ ଷ୍ଟେଶନରେ ଯାଞ୍ଚ ବୁଥ୍‌ ବା ସ୍କ୍ରିନିଂ ବୁଥ୍‌ ଖୋଲିବାକୁ ରାଜ୍ୟଗୁଡିକୁ ପ୍ରସ୍ତାବ ଦିଆଯାଇଛି।
କୋଭିଡ ୧୯ ରୋଗୀ ଏବଂ ସନ୍ଦିଗ୍ଧମାନଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେବା ଲାଗି ଆମ୍ବୁଲାନ୍ସ ବ୍ୟବସ୍ଥା ଯୋଗାଣ ନେଇ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥର ୩ ମଣ୍ଡଳରେ ଆଇସୋଲେଶନ,କ୍ୱାରାଣ୍ଟାଇନ ବ୍ୟବସ୍ଥା କରାଯାଇଛି। ନିକଟରେ ବିଦେଶ ଯାତ୍ରା କରିଥିବା ରେଳ କର୍ମଚାରୀଙ୍କୁ ପୃଥକ୍‌ ଭାବେ ରହିବାକୁ ନିର୍ଦ୍ଦେଶ ରହିଛି। ସରକାର ଧାର୍ଯ୍ୟ କରିଥିବା ନିୟମାବଳୀକୁ ମାନିବା ଏବଂ ସହଯୋଗ କରିବା ନେଇ ରେଳଯାତ୍ରୀଙ୍କୁ ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟାଭୂଷଣ ନିବେଦନ କରିଛନ୍ତି। ରେଳପଥ ପକ୍ଷରୁ କେତେକ ସ୍ଥାନରେ ଟ୍ରେନ୍‌ଗୁଡିକ ମଧ୍ୟ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି କେନ୍ଦ୍ର ରେଳପଥ ପକ୍ଷରୁ ଶନିବାର ୨୩ ଟ୍ରେନ୍‌ ବାତିଲ କରାଯାଇଛି। ଏଥିରେ ମେଲ୍‌, ଏକ୍ସପ୍ରେସ ଟ୍ରେନଠାରୁ ଆରମ୍ଭକରି ରାଜଧାନୀ ଭଳି ଟ୍ରେନ୍‌ ସାମିଲ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ଲୋବାଲ ଫୁଟ୍‌ ପ୍ରିଣ୍ଟ ବିସ୍ତାରକରିବ ମାଲାବାର

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଦେଶର ଅଗ୍ରଣୀ ଅଳଙ୍କାର ପ୍ରତିଷ୍ଠାନ ତଥା ବିଶ୍ୱର ସର୍ବବୃହତ୍‌ ଗହଣା ବ୍ରାଣ୍ଡ୍‌ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡ ୨୦୨୪ ଅକ୍ଟୋବରରେ ୨୦ଟି...

ରିଲାଏନ୍ସ ଫାଉଣ୍ଡେଶନ ସ୍କିଲିଂ ଏକାଡେମିର ଶୁଭାରମ୍ଭ

ମୁମ୍ବାଇ, ୭।୯ (ଅଭୟ ଦାଶ): ଭାରତର ଭବିଷ୍ୟତ ରୂପରେଖ ପ୍ରସ୍ତୁତ କରିବା ଦିଗରେ ଏକ ବଳିଷ୍ଠ ପଦକ୍ଷେପ ସ୍ବରୂପ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ...

ରାଜ୍ୟରେ ସାମାଜିକ ଯୋଜନାର ସଫଳ ରୂପାୟନ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ ସମିତି (ଏସ୍‌ଏଲ୍‌ବିସି) ଓଡ଼ିଶାର ୧୭୫ ତମ ଓ ୧୭୬ ତମ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଏପରିକି ଆର୍ଥିକ...

ଗଣେଶପୂଜାରେ ୨୫ କୋଟିର ବ୍ୟବସାୟ ଆକଳନ

ଭୁବନେଶ୍ୱର,୭।୯ (ଅନୁରାଧା ମହାରଣା): ଗଣେଶପୂଜା ସାରା ଦେଶରେ ଖୁବ୍‌ ଉସତ୍ାହର ସହ ପାଳନ କରାଯାଉଥିବାବେଳେ ପୂଜା ବ୍ୟବସାୟ ମଧ୍ୟ ବଢ଼ିବାରେ ଲାଗିଛି। ଭାରତୀୟ ବ୍ୟବସାୟୀମାନେ ଚାଇନା...

ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ‘ଆୱାର୍ଡ ଟୁ ରିୱାର୍ଡ’ କାର୍ଯ୍ୟକ୍ରମ

ଭୁବନେଶ୍ୱର,୭।୯ (ଅଭୟ ଦାଶ): ରାଜ୍ୟର ପ୍ରମୁଖ ଘରୋଇ ଶିକ୍ଷାନଷ୍ଠାନ ତଥା ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ପରିସରରେ ‘ଆୱାର୍ଡ ଟୁ ରିୱାର୍ଡ’କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି। ଗୁରୁଦିବସ ଅବସରରେ...

ଦିନକରେ ନିବେଶକ ହରାଇଲେ ୫ଲକ୍ଷ କୋଟିରୁ ଅଧିକ

ମୁମ୍ବାଇ, ୭।୯ (ଅଭୟ ଦାଶ): ଅନ୍ତଃରାଷ୍ଟ୍ରୀୟ ବଜାରରେ ଦେଖାଦେଇଥିବା ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ସହ ଫେଡେରାଲ ରିଜର୍ଭ ସୁଧ ହାର ହ୍ରାସର ପ୍ରଭାବ ଭାରତୀୟ...

ଜେଏସ୍‌ଏଲ୍‌ର ନୂଆ ମାଇଲଷ୍ଟୋନ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ଜିନ୍ଦଲ ଷ୍ଟେନ୍‌ଲେସ୍‌ ଲିମିଟେଡ୍‌ (ଜେଏସ୍‌ଏଲ୍‌)ର ଉଚ୍ଚ ଶକ୍ତିସମ୍ପନ୍ନ ଟେମ୍ପର୍ଡ ୩୦୧ ଏଲ୍‌ ଗ୍ରେଡ୍‌ ଅଷ୍ଟେନିଟିକ୍‌ ଷ୍ଟେନ୍‌ଲେସ୍‌ ଷ୍ଟିଲର ଉଲ୍ଲେଖନୀୟ ସଫଳତା ପାଇଁ...

ବଜାରରେ ନିଶାନ୍‌ର ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌

ଭୁବନେଶ୍ୱର,୭।୯ (ଅଭୟ ଦାଶ): ନିଶାନ୍‌ ଇଣ୍ଡିଆର ବହୁ ପ୍ର୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍‌ ନ୍ୟୁ ଏକ୍ସ-ଟ୍ରେଲ୍‌ର ଅନାବରଣ ଓ ବଜାର ପ୍ରବେଶ ସର୍ବଭାରତୀୟସ୍ତରରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri