ଯାତ୍ରୀସେବା ଅବ୍ୟାହତ ରଖିବାକୁ ୩ ଦଫା ଦାବି

ଭୁବନେଶ୍ୱର,୨୩।୩(ବ୍ୟୁରୋ): କରୋନା ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସ୍ଥାକୁ ଅବ୍ୟାହତ ରଖିବା ଏକ ବଡ଼ ଆହ୍ବାନ ହୋଇଥିବା କହିଛି ରାଜ୍ୟ ବସ୍‌ ମାଲିକ ସଂଘ। ସାଧାରଣ ଲୋକେ ସତର୍କତା ଅବଲମ୍ବନ କରୁଥିବା ବେଳେ ଅତ୍ୟନ୍ତ ଜରୁରୀ ନ ଥିଲେ ବସ୍‌ରେ ଯାତ୍ରା କରିବା ଲାଗି ଉଚିତ୍‌ ମନେ କରୁନାହାନ୍ତି। ଏଭଳି ସ୍ଥଳେ ରାଜ୍ୟରେ ଯାତ୍ରୀ ପରିବହନ ବ୍ୟବସାୟ ପ୍ରବଳ କ୍ଷତିର ସମ୍ମୁଖୀନ ହୋଇଛି। ଏ ନେଇ ସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ରବିବାର ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ସାକ୍ଷାତ କରି ସାମ୍ପ୍ରତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇଛନ୍ତି। ରାଜ୍ୟରେ ଯାତ୍ରୀସେବାକୁ ଅବ୍ୟାହତ ରଖିବା ପାଇଁ ସେମାନେ ୩ଦଫା ଦାବିପତ୍ର ମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀଙ୍କୁ ଦିଆଯାଇଛି। ମାସିକ ମୋଟର ଯାନ ଟିକସ ଓ ଅତିରିକ୍ତ ଟିକସକୁ ୬ମାସ ପାଇଁ ଛାଡ଼ କରିବା, ବସ୍‌ଗୁଡ଼ିକର ବୀମା ଅବଧିକୁ ସମସ୍ତ ବୀମା କମ୍ପାନୀ ଆସନ୍ତା ୬ମାସ ପାଇଁ ବୃଦ୍ଧି କରିବା, ଅର୍ଥଲଗାଣକାରୀ ସଂସ୍ଥା ଋଣ ଉପରେ ନେଉଥିବା ସୁଧକୁ ୬ମାସ ପାଇଁ ଛାଡ଼ କରିବା, ଋଣ ପରିଶୋଧ ପାଇଁ ୩ ମାସ ସମୟ ଦେବାକୁ ଦାବି କରିଛନ୍ତି। ଏଥିଲାଗି ପଦକ୍ଷେପ ନେବାକୁ ପରିବହନ ବିଭାଗ, ଆଇଆର୍‌ଡିଏ, ରିଜର୍ଭ ବ୍ୟାଙ୍କ୍‌, ଅର୍ଥ ବିଭାଗ ଅଧିକାରୀ ଓ ସଂଘର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକରେ ଆଲୋଚନା ପାଇଁ ଅନୁରୋଧ କରିଛନ୍ତି। ସଂଘର ସଭାପତି ଲୋକନାଥ ପାଢ଼ୀଙ୍କ ନେତୃତ୍ୱରେ ଏହି ପ୍ରତିନିଧି ଦଳରେ ସମ୍ପାଦକ ଦେବେନ୍ଦ୍ର ସାହୁ, କୋଷାଧ୍ୟକ୍ଷ ବରଦା ଆଚାର୍ଯ୍ୟ ଓ ମୁଖପାତ୍ର ଦେବାଶିଷ ନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦ ବର୍ଷ ହେଲା ଚାପିରହିଛି ଆର୍‌ଡିସି ତଦନ୍ତ ରିପୋର୍ଟ

ଯାଜପୁର,୨୯ା୧୧(ହର୍ଷବର୍ଦ୍ଧନ ବେହେରା): ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଏବଂ ବିରଜା ହାଟ ସ୍ଥାନାନ୍ତରଣକୁ ନେଇ ରାଜନୈତିକ ହଇଚଇ ସୃଷ୍ଟି...

ଆଜିଠାରୁ ଡିଜିପି ସମ୍ମିଳନୀ: ଯୋଗଦେବେ ମୋଦି, ଶାହା

ଭୁବନେଶ୍ୱର,୨୯ା୧୧(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱରରେ ଶୁକ୍ରବାରଠାରୁ ୩ ଦିନିଆ ସର୍ବଭାରତୀୟ ୫୯ତମ ଡିଜିପି ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ସବୁ ରାଜ୍ୟର ଡିଜିପି, ଆଇଜି, ବିଭିନ୍ନ ସୁରକ୍ଷା...

ଓଡ଼ିଶାରେ ଟିକସମୁକ୍ତ ହେଲା ‘ଦି ସାବରମତୀ ରିପୋର୍ଟ’ ଚଳଚ୍ଚିତ୍ର

ଭୁବନେଶ୍ୱର,୨୯ା୧୧(ଅନିଲ ଦାସ):ହିନ୍ଦୀ ଚଳଚ୍ଚିତ୍ର ‘ଦି ସାବରମତୀ ରିପୋର୍ଟ’କୁ ଓଡ଼ିଶା ସରକାର ଟିକସମୁକ୍ତ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଏବଂ ରାଜ୍ୟର ଜନସାଧାରଣଙ୍କ...

ଓଡ଼ିଶାରେ ବାତ୍ୟା ଛନକା: ୨ ଦିନ ବର୍ଷିବ

ଭୁବନେଶ୍ୱର,୨୯ା୧୧(ଅନୁରାଧା ମହାରଣା):ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଘନୀଭୂତ ହେଉଥିବାବେଳେ ଶୁକ୍ରବାର ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ତାମିଲନାଡ଼ୁରେ ପ୍ରବଳ ବର୍ଷା ହେଉଥିବାବେଳେ...

ଅସଲି ରାଜା ଆସିଲେ, ଡୁପ୍ଲିକେଟ ରାଜା ପଳେଇଲେ: ବିଧାନସଭାରେ ଏମିତି କାହିଁକି କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୨୯ା୧୧(ସୁନିତ୍‌ ମିଶ୍ର):ବିଧାନସଭାରେ ଓଡ଼ିଶା ସାମଗ୍ରୀ ଓ ସେବା ଟିକସ୍‌ (ଦ୍ୱିତୀୟ ସଂଶୋଧନ) ବିଲ୍‌, ୨୦୨୪ ଉପରେ ଆଲୋଚନା ଚାଲିଥାଏ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ...

ରାଜ୍ୟରେ ୨୧୦୩ ହାତୀ, ଢେଙ୍କାନାଳରେ ସର୍ବାଧିକ

ଭୁବନେଶ୍ୱର,୨୯ା୧୧(ବନ୍ଦନା ସେଠୀ):ଓଡ଼ିଶା ଜଙ୍ଗଲରେ ଏବେ ୨୧୦୩ ହାତୀ ରହିଛନ୍ତି। ଗତ ୬ ମାସ ମଧ୍ୟରେ ରାଜ୍ୟରେ ୫ ହାତୀ ବଢ଼ିଥିବା ପ୍ରଥମ ଶୀତଦିନିଆ ହାତୀ ଗଣନା...

ବାଇକ୍, ଫ୍ରିଜ୍ ଥିଲେ ମିଳିବ ପିଏମ୍‌ ଆବାସ ଘର, ସର୍ତ୍ତାବଳୀକୁ କୋହଳ କଲେ ସରକାର

ଭୁବନେଶ୍ୱର,୨୮ା୧୧(ଅନିଲ ଦାସ): ଆସନ୍ତା ଡିସେମ୍ବର ୧୫ ତାରିଖ ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମ୍‌ ଆବାସ-ଗ୍ରାମୀଣ)ର ନୂଆ ସର୍ଭେ ଆରମ୍ଭ ହେବ। ସବୁ ଯୋଗ୍ୟ ପରିବାରକୁ ମିଳିବ...

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ଟିଜିଟି ପରି ସମାନ ଦରମା ପାଇବେ ଓଡ଼ିଆ ଶିକ୍ଷକ

ଭୁବନେଶ୍ୱର,୨୮ା୧୧: ଓଡ଼ିଆ ଶିକ୍ଷକମାନେ ରାଜ୍ୟରେ ତାଲିମପ୍ରାପ୍ତ ସ୍ନାତକ ଶିକ୍ଷକ (ଟିଜିଟି-କଳା) ଙ୍କ ପରି ସମାନ ଦରମା ଏବଂ ଭତ୍ତା ପାଇବେ। ଓଡ଼ିଶା ସରକାରଙ୍କ ସ୍କୁଲ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri