ଭାରତର ଲଦାଖର ଲେହ ଅଞ୍ଚଳରେ ରହିଛି ଏକ ଚମତ୍କାର ପାହାଡ଼। ଏହି ପାହାଡ଼ ଦେଇ ଯାଇଥିବା ରାସ୍ତାରେ କୌଣସି ଯାନବାହନ ଗଲେ ଏକ ବିଚିତ୍ର ଅନୁଭୁତି ହୋଇଥାଏ। ଯାନବାହନକୁ ନିଜ ଆଡ଼କୁ ଘଣ୍ଟା ପ୍ରତି ୨୦ କିଲୋମିଟର ବେଗରେ ପାହାଡ଼ ଟାଣିଥାଏ। ଏହାକୁ ଲୋକେ ଚୁମ୍ବକ ପାହାଡ଼ କହିଥାନ୍ତି। ବୈଜ୍ଞାନିକଙ୍କ ଅନୁସାରେ ପାହାଡ଼ର ପଥରରେ ଚମ୍ବକୀୟ ଶକ୍ତି ରହିଛି। ତେଣୁ ଏହି ରାସ୍ତା ଦେଇଗଲାବେଳେ ଏଭଳି ହୋଇଥାଏ। ତେଣୁ ଏଠାରେ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ବୋର୍ଡ ଲଗାଯାଇଛି। ଏହି ରାସ୍ତାରେ କାର୍କୁ ଷ୍ଟାର୍ଟ ନ କରି ରଖିଲେ ଏହା ଧିରେ ଧିରେ ଗଡ଼ିବାକୁ ଆରମ୍ଭ କରିଥାଏ। କିଛି ସମୟ ମଧ୍ୟରେ ଏହା ସ୍ବାଭାବିକ ଭାବେ ଗତି କରିବାକୁ ଆରମ୍ଭ କରି ଦେଇଥାଏ। ଏହି ପାହାଡ଼ ଉପର ଦେଇ ଯାଉଥିବା ବିମାନକୁ ପାହାଡ଼ର ଚୁମ୍ବକୀୟ ଶକ୍ତି ଟାଣି ଥାଏ। ତେଣୁ ଏହା ଉପର ଦେଇ ବିମାନ ଚଳାଳଚକୁ ବାରଣ କରାଯାଇଥାଏ।