Posted inଖେଳ

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍‌: ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ପରାଜୟ

ବିଲେରିକା(ଇଂଲଣ୍ଡ),୩୧।୭(ପିଟି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଯୁବ ସିରିଜ୍‌ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳକୁ ବାଂଲାଦେଶ ୨ ଉଇକେଟରେ ହରାଇ ଦେଇଛି। ଏହା ଚଳିତ ସିରିଜ୍‌ରେ ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ପରାଜୟ। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ୧୯ ବର୍ଷରୁ କମ୍‌ ବାଂଲାଦେଶ ଦଳ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ଜିତିଛି। ୩୬ ଓଭରିଆ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫ ଉଇକେଟ ହରାଇ ୨୨୧ ରନ୍‌ କିରଥିଲା। ଦଳ ପାଇଁ ଅଧିନାୟକ ଧ୍ରୁବ ଜୁରେଲ ୭୦ ଓ ପ୍ରଜନେଶ କାନପିଲଓ୍ବେର ୫୩ ରନ୍‌ କରିଥିଲେ। ଏହାପରେ ଡି/ଏଲ ନିୟମ ଅନୁଯାୟୀ ବାଂଲାଦେଶ ଆଗରେ ୩୨ ଓଭରରେ ୨୧୮ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦଳ ୩ଟି ବଲ ପୂର୍ବରୁ ୮ ଉଇକେଟ ହରାଇ ବିଜୟୀ ଲାଗି ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ବିଜୟୀ ଦଳ ଲାଗି ପର୍ଭେଜ ହୋସେନ ଇମନ ୫୧ ଓ ଅଧିନାୟକ ଆକ୍‌ବର ଅଲି ୪୯ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ୩ଟି ଉଇକେଟ ନେଇଥିବାବେଳେ ପୁର୍ନାଙ୍କ ତ୍ୟାଗି ଓ ରବି ବିଷ୍ଣୋଇ ୨ ଲେଖାଏ ସଫଳତା ପାଇଥିଲେ। ପୂର୍ବରୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାଜୟ ବରଣ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPL ୨୦୨୫: ପୁଣି ବଦଳିବେ ରାଜସ୍ଥାନ ରୟାଲ୍ସ ଅଧିନାୟକ? ସାମସନଙ୍କ ଯୋଗୁ ନେବାକୁ ପଡ଼ିପାରେ…

ନୂଆଦିଲ୍ଲୀ,୧୮।୪: ୨୦୨୫ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଏପର୍ଯ୍ୟନ୍ତ ନୈରାଶ୍ୟଜନକ ପ୍ରଦର୍ଶନ କରିଆସୁଛି। ଏବେ ଦଳରେ ଏକ ନୂତନ ସମସ୍ୟା ସୃଷ୍ଟି ହୋଇଛି। ସିଜିନ ମଝିରେ...

ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଆରମ୍ଭ

ଭବାନୀପାଟଣା,୧୮ା୪(ଉତ୍ତମ କୁମାର ଦାଶ): ଭବାନୀପାଟଣା ତାରିଣୀ ମନ୍ଦିର ରୋଡ ସ୍ବାମୀ ବିବେକାନନ୍ଦ ପବ୍ଲିକ ସ୍କୁଲଠାରେ ଶୁକ୍ରବାର କଳାହାଣ୍ଡି ଜିଲାସ୍ତରୀୟ ଚେସ୍‌ ପ୍ରତିଯୋଗିତା ଉଦ୍‌ଘାଟିତ ହୋଇଯାଇଛି। କଳାହାଣ୍ଡି...

‘ମୁଁ ଚହଲଙ୍କୁ ଚଣ୍ଡିଗଡ଼ରେ ଭେଟିଛି’ ୧୬ ବର୍ଷ ତଳର ଫଟୋ ଶେୟାର କରି PBKSର ସହ ମାଲିକାଣୀ Preity Zinta କହିଛନ୍ତି…

ନୂଆଦିଲ୍ଲୀ,୧୮।୪: ପ୍ରୀତି ଜିଣ୍ଟା ବଲିଉଡର ଏକ ଜଣାଶୁଣା ନାମ। ପ୍ରଶଂସକମାନେ ତାଙ୍କୁ ଡିମ୍ପଲ ଗର୍ଲ ଭାବରେ ମଧ୍ୟ ଜାଣନ୍ତି। Preity Zinta ତାଙ୍କ କ୍ୟାରିୟରରେ ଅନେକ...

IPL 2025: ‘ଗୁଡ ବାୟ ଇଣ୍ଡିଆ’ ଆଇପିଏଲ ୨୦୨୫ ମଝିରେ ଛାଡ଼ି ଚାଲି ଯାଉଛନ୍ତି Pat Cummins? ପତ୍ନୀଙ୍କ ପୋଷ୍ଟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୮।୪: ଆଇପିଏଲ ୨୦୨୫ରେ, ଗୁରୁବାର ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା। ୱାଙ୍ଖଡେରେ ଖେଳାଯାଇଥିବା ମ୍ୟାଚରେ Pat Cumminsଙ୍କ ଅଧିନାୟକତ୍ୱରେ ଦଳ ଏକ ଶୋଚନୀୟ ପରାଜୟ...

୨୬ରେ ଡାଇମଣ୍ଡ ଲିଗ୍‌: ଭାଗନେବେ ଅବିନାଶ ସାବ୍‌ଲେ

ନୂଆଦିଲ୍ଲୀ୧୮ା୪: ଜାତୀୟ ରେକର୍ଡଧାରୀ ୩୦୦୦ ମିଟର ଷ୍ଟିପଲଚେଜର ଅବିନାଶ ସାବ୍‌ଲେ ଏପ୍ରିଲ ୨୬ରେ ଚାଇନାର ଜିଆମେନ୍‌ଠାରେ ହେବାକୁଥିବା ସିଜନ ଓପନିଂ ଡାଇମଣ୍ଡ ଲିଗ୍‌ ମିଟିଂରେ ଅଂଶଗ୍ରହଣ...

ପୁଣି ଖେଳାଯିବ ଟି୨୦ ମୁମ୍ବାଇ ଲିଗ୍‌: ରୋହିତ ହେବେ ବ୍ରାଣ୍ଡ ଆମ୍ବାସାଡର

ମୁମ୍ବାଇ, ୧୮ା୪: ଭାରତର ଟେଷ୍ଟ ଓ ଅନ୍ତର୍ଜାତୀୟ ଦିନିକିଆ ଅଧିନାୟକ ରୋହିତ ଶର୍ମା ଟି୨୦ ମୁମ୍ବାଇ ଲିଗ୍‌ରେ ବ୍ରାଣ୍ଡ ଆମ୍ବାସାଡର ହେବାକୁ ଯାଉଛନ୍ତି। କୋଭିଡ୍‌ ମହାମାରୀ...

୨୦ ଫୁଟ୍‌ ଗଭୀର ପାଣିରେ ଚେସ୍‌ ଖେଲିଲେ କ୍ରୀଡ଼ାମନ୍ତ୍ରୀ

କଟକ,୧୮ା୪(ଶିଳ୍ପା ପ୍ରିୟଦର୍ଶିନୀ): କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାନଦୀର ଜଳରାRଶିରେ ପ୍ରାୟ ୨୦ ଫୁଟ୍‌ ଗଭୀର ପାଣିରେ ବୁଡି ଚେସ୍‌ ଖେଳିଛନ୍ତି। କ୍ୟାଣ୍ଟନମେଣ୍ଟ ଥାନା ସମ୍ମୁଖ ମହାନଦୀ...

ମିଚେଲ ଷ୍ଟାର୍କଙ୍କୁ ଅଧିନାୟକ ଅକ୍ଷର ପଟେଲଙ୍କ ପ୍ରଶଂସା

ନୂଆଦିଲ୍ଲୀ,୧୭ା୪: ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ବିପକ୍ଷ ମ୍ୟାଚର ଅନ୍ତିମ ଓଭର ଓ ସୁପର ଓଭରରେ ଜବରଦସ୍ତ ବୋଲିଂ କରିଥିବା ମିଚେଲ ଷ୍ଟାର୍କଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image