ଯୁବକଙ୍କୁ ହତ୍ୟା ଘଟଣା, ଅଭିଯୁକ୍ତ କୋର୍ଟଚାଲାଣ

ପୁରୁଷୋତ୍ତମପୁର,୩ ।୬( ଡି.ଏନ୍‌.ଏ.)- ପୁରୁଷୋତ୍ତମପୁର ଥାନା ଭୂତସରସିଙ୍ଗି ପଞ୍ଚାୟତ କଇଠଡା ଗ୍ରାମରେ ଶନିବାର ସନ୍ଧ୍ୟାରେ ଡାକ୍ତର ପ୍ରଧାନଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲଶ। ଏହି ଘଟଣାରେ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଗାନ୍ଧୀ ପ୍ରଧାନ ଓରଫ ମାଧବ। ଥାନା କେସ ନଂ.୧୨୭/୧୯ ପ୍ରକାରେ ତାଙ୍କୁ ସୋମବାର କୋର୍ଟଚାଲାଣ କରାଯାଇଛି। ହତ୍ୟାରେ ବ୍ୟବହୃତ ଖଣ୍ଡା ଜବତ ହୋଇଥିବା ଆଇଆଇସି ଜଗନ୍ନାଥ ମଲ୍ଲିକ ସୂଚନା ଦେଇଛନ୍ତି ।
ପୋଲିସ ଆହୁରି ସୂଚନା ଦେଇଛି ଯେ, ୩ ମାସ ତଳେ ଡାକ୍ତର ଓ ଗାନ୍ଧୀଙ୍କ ମଧ୍ୟରେ ସାମାନ୍ୟ କଥାକୁ ନେଇ ବଚସା ହୋଇଥିଲା। ସେ ସମୟରେ ଗାନ୍ଧୀଙ୍କୁ ଡାକ୍ତର ଜୀବନରେ ମାରିଦେବେ ବୋଲି ଧମକ ଦେଇଥିଲେ । ପରେ ଉଭୟେ ଉଭୟଙ୍କୁ ଆକ୍ଷେପ ପ୍ରତିଆପେକ୍ଷ କରୁଥିଲେ। ଶନିବାର ସନ୍ଧ୍ୟାରେ ଡାକ୍ତର ଗ୍ରାମର ଏକ ମଣ୍ଡପରେ ବସିଥିବା ବେଳେ ଖଣ୍ଡାରେ ହାଣି ପକାଇଥିଲେ ବୋଲି ଜେରା ବେଳେ ଗାନ୍ଧୀ ସ୍ବୀକାର କରିଥିବା ଆଇଆଇସି କହିଛନ୍ତି । ଡାକ୍ତରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ରହ୍ମପୁର ବଡ ମେଡିକାଲକୁ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ତପ୍ତପାଣି ଘାଟିରେ ଦୁର୍ଘଟଣା: ଗଛରେ ପିଟିହେଲା ଯାତ୍ରୀବାହୀ ବସ୍‌

ଦିଗପହଣ୍ଡି,୧୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ତପ୍ତପାଣି ଘାଟି ତଳେ ଥିବା ମା’ କନ୍ଧୁଣି ଦେବୀଙ୍କ ମନ୍ଦିର ନିକଟରେ ଘଟିଛି...

ରାଷ୍ଟ୍ରପତିଙ୍କ ମନ ଜିଣିଲେ ଓଡ଼ିଆ ପୁଅ

ଗୋପାଳପୁର,୧୬।୯(ନବୀନ ରାଜ ଆଚାରୀ)ଗଞ୍ଜାମ ଜିଲାର ଚିତ୍ରକରଙ୍କୁ ପାଇ ଖୁସି ପ୍ରକଟ କରିବା ସହ ୪୫ ମିନିଟ୍‌ ଧରି ତାଙ୍କ ସହ କଥା ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ...

ନଦୀ, ପୋଖରୀରୁ ମିଳିଲା ୨ ମୃତଦେହ

ଛତ୍ରପୁର,୧୬।୯(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀ କଂସାରୀ ଗଣ୍ଡରୁ ଜଣେ ଓ ଗଙ୍ଗାପୁର ପୋଖରୀରୁ ଆଉ ଜଣଙ୍କ...

ଗଣେଶ ଭସାଣି: ଡିଜେ ପାଇଁ ଥାନାରେ ପାଟିତୁଣ୍ଡ

ହିଞ୍ଜିଳିକାଟୁ,୧୫।୯( ଦ୍ବିତୀକୃଷ୍ଣ ପଣ୍ଡା): ଗଣେଶ ଭସାଣି ବେଳେ ଡିଜେ ବଜାଇବାକୁ କେନ୍ଦ୍ର କରି କେତେକ ବ୍ୟକ୍ତି ଗଞ୍ଜାମ ଜିଲା ବେଲଗାଁ ଥାନା ସମ୍ମୁଖରେ ପାଟିତୁଣ୍ଡ କରିଛନ୍ତି।...

ପୁଣି ଦାଦନ ଦୁଃଖ: ଚେନ୍ନାଇରେ ଗଲା ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ଜୀବନ

ଚିକିଟି,୧୫ା୯(ପ୍ରକାଶ ଚନ୍ଦ୍ର ସାହୁ): ଚେନ୍ନାଇକୁ ଦାଦନ ଖଟିବାକୁ ଯାଇ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଗଞ୍ଜାମ ଜିଲା ଚିକିଟି ବ୍ଲକ ଅଧୀନ...

ଋଷିକୂଲ୍ୟା କଂସାରୀଗଣ୍ଡକୁ ଯାଇଥିଲେ ଗାଧୋଇ, ଆଉ ତା’ପରେ…

ଛତ୍ରପୁର,୧୫।୯(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ମୁନିସିପେଣ୍ଠ ନିକଟ ଋଷିକୂଲ୍ୟା ନଦୀର କଂସାରୀଗଣ୍ଡରେ ରବିବାର ଗାଧୋଇବାକୁ ଯାଇ ଜଣେ ବୃଦ୍ଧ ନିଖୋଜ ହୋଇଯାଇଛନ୍ତି।...

ପିଏମ କିଷାନ ସମ୍ମାନନିଧି ଯୋଜନାରେ ଜିଲାର ୧,୫୦,୨୩୧ ଚାଷୀ

ବ୍ରହ୍ମପୁର,୧୪ା୯(ଅଶୋକ କୁମାର ସାହୁ): ରାଜ୍ୟ ଓ କେନ୍ଦ୍ର ସରକାର କୃଷକମାନଙ୍କୁ ଚାଷ ପାଇଁ ପ୍ରୋତ୍ସାହନ ଯୋଗାଇଦେବାକୁ ବହୁ ଯୋଜନା କରିଛନ୍ତି। ଚଳିତବର୍ଷ ବଜେଟରେ ମଧ୍ୟ କୃଷି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri