ପାଟନା,୧୦।୬: ବିହାରର ୪ ଜଣ ବିଧାୟକ ନିକଟରେ ମଣିପୁରରେ ପ୍ରେମରେ ଉବୁଟୁବୁ ହେଉଥିବା ବେଳେ ସେମାନଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଇମ୍ଫାଲ ଟାଇମ୍ସରେ ପ୍ରକାଶିତ ଏକ ଖବର ଅନୁଯାୟୀ, ବିହାରର ଜନତା ଦଳ ୟୁନାଇଟେଡ(ଜେଡିୟୁ), ରାଷ୍ଟ୍ରୀୟ ଜନତା ଦଳ(ଆର୍ଜେଡି) ଓ ଭାରତୀୟ ଜନତା ପାର୍ଟି(ଭାଜପା)ର ୪ ଜଣ ବିଧାୟକ ଭାରତ-ମ୍ୟାନମାର ସୀମାରେ ଥିବା ମେରେହ ସହରରେ ଯୁବତୀମାନଙ୍କ ସହ ଜୋର ଜବରଦସ୍ତ ଡ୍ୟାନ୍ସ କରୁଥିବାର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହାପରେ କିନ୍ତୁ ଭିଡିଓଟି ମିଥ୍ୟା ବୋଲି କହି ଏହାର ଯାଞ୍ଚ କରାଯିବାକୁ ବିଧାୟକମାନେ ଦାବି କରିଛନ୍ତି।