ବ୍ରହ୍ମପୁର ଅଫିସ,୬ା୧୧-ଜନୈକା ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ବଡ଼ବଜାର ଥାନା ପୋଲିସ ମଙ୍ଗଳବାର ଜଣେ ଯୁବକଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ କୈଳାସନଗରର ଦଣ୍ଡପାଣି ବେହେରା। ମାମଲା ନଂ. ୧୯୩/୧୯ରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି। ପ୍ରକାଶ ଯେ, ଜଣେ ଯୁବତୀଙ୍କୁ ଦଣ୍ଡପାଣି ବଳାତ୍କାର କରିଥିବା ନେଇ ତାଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଘଟଣାର ତଦନ୍ତ କରି ଦଣ୍ଡପାଣିଙ୍କୁ ମଙ୍ଗଳବାର ଗରିଫ କରିଥିଲା। ଡ଼ାକ୍ତରୀ ମାଇନା କରିବା ପରେ ତାଙ୍କୁ କୋର୍ଟଚାଲାଣ କରାଯାଇଛି।