Posted inଫୁରସତ

ଯେଉଁଠି ଗୋଟିଏ ମନ୍ଦିରରେ ପୂଜା କରନ୍ତି ଉଭୟ ହିନ୍ଦୁ ମୁସଲମାନ

ଭାରତ ଓ ବାଂଲାଦେଶ ସୀମାରେ ଥିବା ଡେଲଟାରେ ରହିଛି ସୁନ୍ଦରବନ ଜଙ୍ଗଲ। ଏହା ବିଶ୍ୱର ସବୁଠାରୁ ବଡ ଦଲଦଲି ଜଙ୍ଗଲ ବା ହେନ୍ତାଳ ବଣ ଭାବେ ପରିଚିତ। ୟୁନେସ୍କୋ ଏହାକୁ ବିଶ୍ୱ ଆଶ୍ଚର୍ଯ୍ୟରେ ସ୍ଥାନ ଦେଇଛି। ଏଠାରେ ଆସୁଥିବା ଜୁଆର ଭଟ୍ଟା ଓ ପଙ୍କୁଆ ସ୍ଥାନ ପ୍ରକୃତିର ଏକ ନିଆରା ସମ୍ପର୍କକୁ ସୂଚାଇଥାଏ। ଏହି ସୁନ୍ଦରବନରେ ବିଭନ୍ନ ପ୍ରକାରର ଜୀବଜନ୍ତୁଙ୍କୁ ଦେଖିବାକୁ ମିଳିଥାଏ। ଆଉ ସବୁଠାରୁ ଆକର୍ଷଣର କେନ୍ଦ୍ର ପାଲଟିଥାଏ ରୟାଲ ବେଙ୍ଗଲ ଟାଇଗର। ପ୍ରାୟ ୧୦ ହଜାର ବର୍ଗ କିଲୋମିଟର ଅଞ୍ଚଳ ପରିମିତ ଏହି ଜଙ୍ଗଲ ଅଞ୍ଚଳରେ ପାଖାପାଖି ୪୫ ଲକ୍ଷ ଲୋକ ରହିଥାଆନ୍ତି। ଏଠାରେ ଉଭୟ ବାଂଲାଦେଶ ଓ ଭାରତୀୟମାନେ ଗୋଟିଏ ଦେବୀଙ୍କୁ ପୂଜା କରିଥାଆନ୍ତି। ଜଙ୍ଗଲ ଅଞ୍ଚଳରେ ରହୁଥିବା ଏହି ଲୋକେ କୌଣସି କାମ ଆରମ୍ଭ କରିବା ପୂର୍ବରୁ ଉକ୍ତ ମନ୍ଦିରରେ ପୂଜା କରିଥାଆନ୍ତି। ମନ୍ଦିରରେ ପୂଜା ପାଆନ୍ତି ବନବିବି ନାମକ ଦେବୀ। ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା ହେଲା ଏହି ଜଙ୍ଗଲରେ ଯେତେବେଳେ ବାଘ ମଣିଷଙ୍କୁ ଆକ୍ରମଣ କରେ ସେତେବେଳେ ସେ ହିନ୍ଦୁ ମୁସଲମାନ ଭେଦଭାବ ରଖି ନ ଥାଏ। ତେଣୁ ଆମ ମଣିଷଙ୍କ ଭିତରେ ସେମିତି କିଛି ଭେଦଭାବ ନ ଥାଏ ଓ ଆମେ ଏକାଠି ଗୋଟିଏ ଦେବୀଙ୍କୁ ପୂଜା କରିଥାଉ। ହିନ୍ଦୁ ମୁସଲମାନ ଉଭୟଙ୍କର ବିଶ୍ୱାସ ରହିଛି ସେ ଜଙ୍ଗଲରେ ସେମାନଙ୍କୁ ରକ୍ଷା କରିବାକୁ ବନବିବି ସ୍ବର୍ଗରୁ ଓହ୍ଲାଇ ଆସିଛନ୍ତି। ଏଠାକାର ବାସିନ୍ଦା କୁହନ୍ତି ବନବିବି ସୌଦି ଆରବର ଏକ ମୁସଲମାନ ପରିବାରରେ ଜନ୍ମ ନେଇଥିଲେ। ଆଉ ଉକ୍ତ ପରିବାରର ସଦସ୍ୟଙ୍କ ସହ ସେ ହଜ୍‌ ପାଇଁ ମକା ଯାଇଥିବା ବେଳେ ତାଙ୍କୁ ଦୈବିଶକ୍ତି ପ୍ରାପ୍ତ ହୋଇଥିଲା। ଏହାପରେ ସେ ପ୍ରାୟ ୫ହଜାର କିଲୋମିଟର ଚାଲି ଚାଲି ଆସି ସୁନ୍ଦରବନରେ ରହି ଯାଇଛନ୍ତି। ସେବେଠାରୁ ସେ ସୁନ୍ଦରବନରେ ଥିବା ଲୋକଙ୍କର ରକ୍ଷା କରୁଥିବା ବିଶ୍ୱାସ ରହିଛି। ଏମିତିକି ହିନ୍ଦୁ ଓ ମୁସଲମାନ ନାମର ମିଶ୍ରଣରେ ଦେବୀଙ୍କ ନାଁ ବନବିବି ରଖାଯାଇଛି। ଜାନୁୟାରୀ ଓ ଫେବୃୟାରୀରେ ଏଠି ମହାଆଡମ୍ବରରେ ବନବିବିଙ୍କର ପୁଜା କରାଯାଏ। ହିନ୍ଦୁ ମୁସଲମାନ ଉଭୟ ସମ୍ପ୍ରଦାୟର ମହିଳାମାନେ ବ୍ରତ ମଧ୍ୟ ରଖିଥାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ

ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri