ବିବାହକୁ ନେଇ ରହିଛି ଭିନ୍ନ ଭିନ୍ନ ପରମ୍ପରା। ଚାଇନାରେ ଥିବା ଏକ ଅଜବ ପରମ୍ପରା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଥିଲେ ମଧ୍ୟ ଏମିତି ପରମ୍ପରାରେ ଲୋକେ ଭାଗ ନେବାକୁ ବେଶ୍ ପସନ୍ଦ କରନ୍ତି। ବିଶେଷ କରି ଅବିବାହିତ ଝିଅ ପୁଅମାନେ ଏଥିରେ ଅଧିକ ସଂଖ୍ୟାରେ ଭାଗ ନେଇଥାଆନ୍ତି। ଚାଇନାର ଝାନ୍ଠାରେ ଇସାଇ ସମ୍ପ୍ରଦାୟର ବିବାହ ଉତ୍ସବ ପରେ କନ୍ୟା ଧରିଥିବା ଏକ ଫୁଲତୋଡାକୁ ଉପରକୁ ଫୋପାଡି ଥାଆନ୍ତି। ଆଉ ଏହି ତୋଡାକୁ ଧରିବାକୁ ଲାଗେ ପ୍ରତିଯୋଗିତା। କାରଣ ଉକ୍ତ ତୋଡାକୁ ଯେଉଁ ଅବିବାହିତ ଝିଅ ଅବା ପୁଅ ଧରିଥାଆନ୍ତି ସେମାନଙ୍କର ବିବାହ ଖୁବ୍ଶୀଘ୍ର ସ୍ଥିର ହୋଇଯାଇଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ ଉକ୍ତ ଅଞ୍ଚଳରେ ହେଉଥିବା ବିବାହ ଉତ୍ସବରେ ଅଧିକାଂଶ ବିବାହ ଯୋଗ୍ୟ ହୋଇଯାଇଥିବା ଅବିବାହିତ ଝିଅପୁଅ ପହଞ୍ଚିଥାଆନ୍ତି।