ଯେସାକୁ ତେସା ନୀତି : ଆମେରିକା ସାମଗ୍ରୀରେ ଟାରିଫ ବଢ଼ାଇବ ଭାରତ

ନୂଆଦିଲ୍ଲୀ,୧୫-୬: ନିକଟରେ ଭାରତ ଠାରୁ ଆମେରିକା ଜିଏସ୍‌ପି ପ୍ରତ୍ୟାହାର କରିଛି। ପୂର୍ବରୁ ଭାରତରୁ ଆମଦାନୀ ହେଉଥିବା କେତେକ ପ୍ରକାରର ଇସ୍ପାତ ଓ ଆଲୁମିନିୟମ ଉପରେ ଆମେରିକା ଟାରିଫ ବୃଦ୍ଧି କରିଥିଲା। ଆମେରିକାକୁ ଜବାବ ଦେବା ଲାଗି ଭାରତ ମଧ୍ୟ ‘ଯେସାକୁ ତେସା ନୀତି’ଆପଣାଇବାକୁ ଯାଉଛି। ଆସନ୍ତା ୧୬ରୁ ବାଦାମ, ଅଖରୋଟ, ଡାଲି ସମେତ ୨୯ ଆମେରିକୀୟ ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ(ଟାରିଫ) ବୃଦ୍ଧି କରିବା ଲାଗି ଅର୍ଥ ମନ୍ତ୍ରଣାଳୟ ସ୍ଥିର କରିଛି। ଏଥିପୂର୍ବରୁ ଭାରତ ଏହି ନିଷ୍ପତ୍ତିକୁ ଦୀର୍ଘ ଦିନ ଧରି ଟାଳି ଆସୁଥିଲା। ଅର୍ଥ ମନ୍ତ୍ରଣାଳୟ ଖୁବଶୀଘ୍ର ଏ ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରିବ ବୋଲି ଶୁକ୍ରବାର କହିଛି। ଆମେରିକାର ଟ୍ରମ୍ପ ପ୍ରଶାସନ ଭାରତ ଠାରୁ ଆସୁଥିବା ଇସ୍ପାତ ଓ ଆଲୁମିନିୟମ ଉପରେ ଟାରିଫ୍‌ ବୃଦ୍ଧି କରିଥିଲା। ଏହାର ଜବାବ ଦେବାକୁ ଭାରତ ମଧ୍ୟ ନିଷ୍ପତ୍ତି ନେଇଥିଲା। ତେବେ ବାଣିଜ୍ୟ କାରବାର ନେଇ ଦୁଇଦେଶ ମଧ୍ୟରେ ରହିଥିବା ମତଭେଦ ଦୂର କରିବା ଲାଗି ଆଲୋଚନା ଜାରି ରହିଥିଲା। ଅନ୍ୟପକ୍ଷରେ ଜିଏସ୍‌ପି ପ୍ରତ୍ୟାହାର କରିନେବ ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିବା ପରେ ଭାରତ ମଧ୍ୟ ପାଲ୍‌ଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ଚେତାବନୀ ଶୁଣାଇଥିଲା। ତେବେ ଆମେରିକା ସହ ସମାଧାନ ବାଟ ବାହାରି ଯିବା ଆଶାରେ ଭାରତ ୨୯ ଆମେରିକୀୟ ସାମଗ୍ରୀ ଉପରେ ଟାରିଫ ବୃଦ୍ଧି ନିଷ୍ପତ୍ତିକୁ ଘୁଞ୍ଚାଇ ଚାଲିଥିଲା। ନିକଟରେ ଆମେରିକା ପ୍ରଶାସନ ଭାରତଠାରୁ ଜିଏସ୍‌ପି ପ୍ରତ୍ୟାହାର କରିନେବା ପରେ ଭାରତର ଧୈର୍ଯ୍ୟର ସୀମା ଟପିଯାଇଛି। ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ, ଆମେରିକାରୁ ଆସୁଥିବା ଅଖରୋଟ୍‌ ଉପରେ ଲାଗୁଥିବା ୩୦% ଶୁଳ୍କକୁ ୧୨୦ ପ୍ରତିଶତକୁ ବୃଦ୍ଧି କରାଯିବ। ସେହିପରି କାବୁଲି ଚଣା, ଚଣା ଓ ମସୁର ଡାଲି ଉପରେ ଶୁଳ୍କକୁ ୭୦ ପ୍ରତିଶତ କରାଯିବ। ଏବେ ଏଗୁଡ଼ିକ ଉପରେ ୩୦% ଶୁଳ୍କ ଆଦାୟ କରାଯାଉଛି। ଅନ୍ୟ ଡାଲି ଉପରେ ଶୁଳ୍କକୁ ୪୦% କରାଯିବ। ସେହିପରି ବୋରିକ ଏସିଡ, ଚିଙ୍ଗୁଡି, ନଟ୍‌ସ, ଲୌହ ଏବଂ ଷ୍ଟିଲ୍‌ ସାମଗ୍ରୀ, ସେଉ, ନାସପାତି, ଷ୍ଟେନଲେସ ଷ୍ଟିଲ୍‌, ଆଲଏ ଷ୍ଟିଲ୍‌, ଟ୍ୟୁବ୍‌, ପାଇପ୍‌ ଫିଟିଙ୍ଗ, ସ୍କୃ ଏବଂ ବୋଲ୍ଟ ଉପରେ ମଧ୍ୟ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବ। ଏହାଦ୍ୱାରା ଦେଶକୁ ୨୧.୭ କୋଟି ଡଲାର ଅଧିକ ରାଜସ୍ବ ମିଳିବ। ଇତିମଧ୍ୟରେ କେନ୍ଦ୍ର ସରକାର ନିଜର ନିଷ୍ପତ୍ତି ସମ୍ପର୍କରେ ଆମେରିକା ସରକାରଙ୍କୁ ଜଣାଇ ଦେଇଛି। ଆମେରିକା ଗତବର୍ଷ ମାର୍ଚ୍ଚରେ ଭାରତରୁ ଆସୁଥିବା ଇସ୍ପାତ ଉପରେ ଆମଦାନୀ ଶୁଳ୍କକୁ ୨୫% ଏବଂ ଆଲୁମିନିୟମ ଉପରେ ୧୦% ଶୁଳ୍କ ବଢ଼ାଇ ଦେଇଥିଲା। ଭାରତ ଏହି ସାମଗ୍ରୀର ସବୁଠାରୁ ବଡ଼ ରପ୍ତାନିକାରୀ ଦେଶ। ଶୁଳ୍କ ବଢ଼ିବା କାରଣରୁ ଭାରତୀୟ ଇସ୍ପାତ ଓ ଆଲୁମିନିୟମ ଉତ୍ପାଦକଙ୍କ ଉପରେ ୨୪ କୋଟି ଡଲାର ଅତିରିକ୍ତ ଆର୍ଥିକ ବୋଝ ପଡ଼ିଛି। ଭାରତ ପ୍ରତିବର୍ଷ ୧.୫ ବିଲିୟନ ଡଲାର ଇସ୍ପାତ ଓ ଆଲୁମିନିୟମ ରପ୍ତାନି କରିଥାଏ। ସୂଚନାଥାଉ କି, ଆର୍ଥିକ ବର୍ଷ ୨୦୧୭-୧୮ରେ ଭାରତ ପକ୍ଷରୁ ଆମେରିକାକୁ ୪୭.୯ ବିଲିୟନ ଡଲାର ରପ୍ତାନି କରାଯାଉଥିବା ବେଳେ ୨୬.୭ ବିଲିୟନ ଡଲାର ଆମଦାନୀ କରାଯାଉଛି। ଏପରି ଭାବେ ଦେଖିଲେ ବାଣିଜ୍ୟ ସନ୍ତୁଳନ ଭାରତ ସପକ୍ଷରେ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଶେୟାର ବଜାରରେ ନୂଆ ରେକର୍ଡ: ପ୍ରଥମଥର ୮୪ ହଜାର ପଏଣ୍ଟ ପାର୍‌ କଲା ସେନସେକ୍ସ

ନୂଆଦିଲ୍ଲୀ,୨୦।୯: କ୍ରମାଗତ ଦ୍ୱିତୀୟ ଦିନ ପାଇଁ ଘରୋଇ ଷ୍ଟକ ମାର୍କେଟ ନୂତନ ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛି। ବ୍ୟବସାୟରେ ଧୀର ଆରମ୍ଭ ହେବା ପରେ, ଅଳ୍ପ...

ଆଇଫୋନ୍‌ କିଣିବାକୁ ଦୌଡିଲେ ଲୋକେ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୦।୯:ଭେଟେରାନ ଟେକ୍‌ କମ୍ପାନୀ ଆପଲ ଆଜିଠାରୁ ଆଇଫୋନ ୧୬ ସିରିଜ ବିକ୍ରି ଆରମ୍ଭ କରିଛି। ସେପ୍ଟେମ୍ବର ୯ରେ ‘ଇଟିସ୍‌ ଗ୍ଲୋ ଟାଇମ’ରେ ଏଆଇ ବୈଶିଷ୍ଟ୍ୟ ସହିତ...

ବଜାରରେ ଏଚ୍‌ପିର ନୂତନ ଉତ୍ପାଦ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ଇ-ଉତ୍ପାଦନକାରୀ ବ୍ରାଣ୍ଡ ଏଚ୍‌ପିର ନୂତନ ଉତ୍ପାଦ ରେଞ୍ଜର ଅନାବରଣ ନିକଟରେ ହୋଇଯାଇଛି। ଏପରିକି ବ୍ରାଣ୍ଡ୍‌ର ଅଫିସ୍‌...

ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନର ଶୁଭାରମ୍ଭ

ନୂଆଦିଲ୍ଲୀ,୨୦।୯ (ଅଭୟ ଦାଶ):ଆଇସିଆଇସିଆଇ ପ୍ରୁଡେନ୍ସିଆଲ ଲାଇଫ୍‌ ଇନ୍ସୁରାନ୍ସର ନୂତନ ଉତ୍ପାଦ ‘ଆଇସିଆଇସିଆଇ ପ୍ରୁ ସିଗ୍ନେଚର ପେନ୍‌ସନ’ ପ୍ଲାନ୍‌ର ଶୁଭାରମ୍ଭ ନିକଟରେ ହୋଇଯାଇଛି। ଏପରିକି ଏହା ଏକ...

ମଉଳୁଛି ପେଟ୍ରୋଲ, ଡିଜେଲ ଶସ୍ତା ହେବା ଆଶା

ଭୁବନେଶ୍ୱର,୨୦।୯ (ଅନୁରାଧା ମହାରଣା):ନିକଟରେ ଅଶୋଧିତ ତୈଳର ମୂଲ୍ୟ ହ୍ରାସ ପାଇବା ପରେ ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା।...

କୋଟି କୋଟି ଟଙ୍କାର ବ୍ୟବସାୟ ଛାଡି ରିଲାଏନ୍ସରେ ଦେଇଥିଲେ ଯୋଗ, ଏବେ କମ୍ପାନୀର…

ନୂଆଦିଲ୍ଲୀ,୧୯।୯: ଜୟକର୍ପ ଲିମିଟେଡର ଚେୟାରମ୍ୟାନ୍‌ ଆନନ୍ଦ ଜେନ ରିଅଲ ଇଷ୍ଟେଟ, ବିତ୍ତ ଓ ପୁଞ୍ଜି ବଜାର ସହିତ ଅନ୍ୟ ଉଦ୍ୟୋଗରେ ୩୦ବର୍ଷର ଅନୁଭବ ରଖିଛନ୍ତି। ତେବେ...

ପାର୍ବଣ ସମୟରେ ନିୟନ୍ତ୍ରଣରେ ରହିବ ଦରଦାମ୍: ଆଶ୍ୱସ୍ତ କଲେ ସରକାର

ନୂଆଦିଲ୍ଲୀ,୧୮ା୯: ସରକାର ନାଗରିକମାନଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ଆଗାମୀ ପାର୍ବଣ ଋତୁରେ ଅତ୍ୟାବଶ୍ୟକ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ହେବ ନାହିଁ। ବଢୁଥିବା ଦରଦାମ୍ ଏବେ ଲୋକମାନଙ୍କର...

ଜିଡିପିରେ ଓଡ଼ିଶାର ଜବରଦସ୍ତ ଉନ୍ନତି: ପଛରେ ପଡିଲା ପଶ୍ଚିମବଙ୍ଗ

ନୂଆଦିଲ୍ଲୀ,୧୮।୯: ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ) ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ଉଦାରୀକରଣ ପରେ ଦକ୍ଷିଣ ରାଜ୍ୟଗୁଡ଼ିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri