ଭଦ୍ରକ ଅଫିସ,୧୯।୪: କରୋନା ମୁକାବିଲା ଲାଗି କରାଯାଇଥିବା ଲକ୍ଡାଉନ୍ ଯୋଗୁ ଗରିବ ତଥା ଶ୍ରମିକ ଶ୍ରେଣୀୟ ଲୋକେ ବିଶେଷଭାବେ ପ୍ରଭାବିତ ହୋଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସହାୟତା ଯୋଗାଇ ଦିଆଯାଉଛି। ଏହି କ୍ରମରେ ଭଦ୍ରକ ଜିଲାପାଳ ଡ. ଜ୍ଞାନ ରଞ୍ଜନ ଦାସ ନିଜେ ସରକାରଙ୍କ ବିଭିନ୍ନ ଯୋଜନାରେ ଉପକୃତ ହେଉଥିବା ଗ୍ରାମବାସୀଙ୍କୁ ଭେଟି ଆଲୋଚନା କରିଛନ୍ତି। ତିହିଡି ବ୍ଲକର ବାବନବିନ୍ଧା ପଞ୍ଚାୟତର କାନପୁର ଗାଁରେ ଜିଲାପାଳ ପହଞ୍ଚି ଗ୍ରାମବାସୀ କେଉଁ ଯୋଜନାରେ କେତେ ଟଙ୍କା ଲେଖାଏଁ ପାଇଛନ୍ତି, ଗ୍ରାମବାସୀ କିଭଳି ସାମାଜିକ ଦୂରତ୍ୱ ନିୟମକୁ ମାନୁଛନ୍ତି ସେ ସମ୍ପର୍କରେ ବୁଝିଥିଲେ।