ରକ୍ତ ପରୀକ୍ଷା ସୂଚାଇବ କରୋନା ସଂକ୍ରମଣର ଭୟାବହତା

ନ୍ୟୁୟର୍କ,୨୨।୩: ପୃଥିବୀ ବ୍ୟାପି କରୋନା ସଂକ୍ରମଣ ନେଇ ଆତଙ୍କ ସୃଷ୍ଟି ହେବାରେ ଲାଗିଛି। କରୋନା କିଭଳି ସଂକ୍ରମଣ ହୋଇଥାଏ ଏନେଇ ଲୋକଙ୍କ ମଧ୍ୟରେ ନାନା ପ୍ରଶ୍ନ ଉଙ୍କି ମାରୁଛି। ତେବେ ନ୍ୟୁୟର୍କ ସିଟିରେ ଥିବା ଇସାହନ୍‌ ସ୍କୁଲ୍‌ ଅଫ୍‌ ମେଡ଼ିସିନ୍‌ର ଗବେଷକଙ୍କ ଦ୍ୱାରା ହୋଇଥିବା ଏକ ଗବେଷଣା ରିପୋର୍ଟରେ କରୋନା ସଂକ୍ରମଣର ଭୟାବହତା ସମ୍ପର୍କରେ ତଥ୍ୟ ପ୍ରକାଶ ପାଇଛି। ଏଥିରେ ଦର୍ଶାଯାଇଛି ଯେ, ଯେଉଁ ବ୍ୟକ୍ତିଙ୍କ ରକ୍ତରେ ଟେଲଟାଲେ ଆଣ୍ଟିବଡ଼ି ରହିଥାଏ ସେଭଳି ଲୋକଙ୍କଠାରେ କରୋନା ସଂକ୍ରମଣ ହେବାର ଆଶଙ୍କା ଅଧିକ ରହିଥାଏ। ଏଚ୍‌ଆଇଭି ଏଡସ୍‌ ଭୂତାଣୁ ଭଳି କରୋନା ଭୂତାଣୁ ମଧ୍ୟ ଟେଲଟାଲେ ଆଣ୍ଟିବଡ଼ି ଉପସ୍ଥିତିରେ ଶୀଘ୍ର ବଂଶ ବିସ୍ତାର କରିଥାଏ। କରୋନା ଏଡସ୍‌ ଭୂତାଣ ଭଳି ମନୁଷ୍ୟର ରୋଗ ପ୍ରତିରୋଧକ ଶକ୍ତିକୁ ହ୍ରାସ କରିଥାଏ। ନାଶା ରନ୍ଧ୍ରରୁ ଶ୍ୱାସନଳୀ ସଂକ୍ରମଣ ପରେ ଫୁସଫୁସ୍‌କୁ ସଂକ୍ରମିତ କରିଥାଏ। ଏହାପରେ ଲିଭରର ସ୍ବାଭାବିକ କାର୍ଯ୍ୟକାରିତାକୁ ପ୍ରଭାବିତ କରେ। ପରବର୍ତ୍ତୀ ସମୟରେ କିଡ୍‌ନୀ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ। ଶେଷରେ ମଲ୍ଟି ଅର୍ଗାନ ଫେଲ୍ୟୁର ଯୋଗୁ ସଂକ୍ରମିତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥାଏ। କରୋନାଠାରୁ କେବଳ ସଚେତନା ଦ୍ୱାରା ହିଁ ଦୂରେଇ ହେବ। ତେଣୁ ଏହାର ଭୟାବହତା ସମ୍ପର୍କରେ ଅବଗତ ହୋଇ ପୃଥିବୀର ବିଭିନ୍ନ ଦେଶର ସରକାର ଲକ୍‌ଡାଉନ୍‌ ସ୍ଥିତି ପ୍ରଣୟନ ଉପରେ ଗୁରୁତ୍ୱାରୋପ କରିବା ଆବଶ୍ୟକ ବୋଲି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ବିରୋଧରେ ଷଡଯନ୍ତ୍ର ରହୁଛି ଏହି ଛୋଟ ଦେଶ: ପାକିସ୍ତାନ-କାନାଡ଼ାଠାରୁ ବି ନେଲା ବଡ଼ ପଦକ୍ଷେପ

କାଠମାଣ୍ଡୁ,୪।୧୧: ନିକଟରେ ନେପାଳ ଏହାର ୧୦୦ ଟଙ୍କିଆ ନୋଟକୁ ପୁନଃଡିଜାଇନ କରିବାକୁ ନିଷ୍ପତ୍ତି ନେଇଛି। ତେବେ ଏହି ନିଷ୍ପତ୍ତି ନେପାଳ ଏବଂ ଭାରତ ମଧ୍ୟରେ ତିକ୍ତତା...

କାନାଡ଼ା ସରକାରଙ୍କୁ ମୁହଁତୋଡ଼ ଜବାବ ଦେଳେ ମୋଦି: ହିନ୍ଦୁ ମନ୍ଦିର ଆକ୍ରମଣକୁ କଡ଼ା ନିନ୍ଦା

ଓଟ୍ଟାଓ୍ବା/ନୂଆଦିଲ୍ଲୀ,୪ା୧୧: କାନାଡାର ଓଣ୍ଟାରିଓ ଅନ୍ତର୍ଗତ ବ୍ରାମ୍ପ୍‌ଟନ୍‌ଠାରେ ଥିବା ହିନ୍ଦୁ ମନ୍ଦିର ଉପରେ ଖଲିସ୍ତାନୀ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ସେଠାରେ ଥିବା ହିନ୍ଦୁମାନଙ୍କୁ ମାଡ଼ ମରାଯାଇଛି। ଏପରିକି...

ପୁଣି ବଢିବ ତେଲ ଦର: ଉତ୍ପାଦନକାରୀ ଦେଶ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୪।୧୧: ଅଶୋଧିତ ତୈଳ ଉତ୍ପାଦନ ହ୍ରାସ କରିବାକୁ ଉତ୍ପାଦନକାରୀ ରାଷ୍ଟ୍ର(ଓପେକ ପ୍ଲସ)ଗୁଡିକ ନିଷ୍ପତ୍ତି ନେବା ପରେ ତେଲ ମୂଲ୍ୟ ୨ ପ୍ରତିଶତ ବୃଦ୍ଧି ପାଇଛି। ଯେତେବେଳେ...

କମଲା ଜିତିଲେ ଅପରାଧୀଙ୍କ ପାଇଁ ଖୋଲିଦେବେ ବର୍ଡର: ଟ୍ରମ୍ପ

ଓ୍ବାଶିଂଟନ,୪।୧୧: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଉପରାଷ୍ଟ୍ରପତି କମଲା ହାରିସଙ୍କୁ ଟାର୍ଗେଟ କରି କହିଛନ୍ତି, ଯଦି କମଲା ହାରିସ ଚଳିତ ନିର୍ବାଚନରେ ବିଜୟୀ ହୁଅନ୍ତି...

ପାକିସ୍ତାନ କହିଲା ଦିଲ୍ଲୀ ନୁହେଁ ଲାହୋର ହେଉଛି ବିଶ୍ୱର ସବୁଠାରୁ ଅଧିକ ପ୍ରଦୂଷିତ ସହର

ଇସଲାମାବାଦ,୪।୧୧: ଲଗାତାର ଧୂଆଁ ଯୋଗୁଁ ପାକିସ୍ତାନ ପଞ୍ଜାବ ପ୍ରଦେଶର ରାଜଧାନୀ ଲାହୋରର ବାସିନ୍ଦାଙ୍କୁ ନିଶ୍ୱାସ ନେବା କଷ୍ଟକର ହୋଇପଡ଼ିଛି। ସହରର ବାୟୁ ଗୁଣବତ୍ତା ସୂଚକାଙ୍କ (AQI)...

ରାଜା-ରାଣୀଙ୍କ ଉପରକୁ କାଦୁଅ ଫୋପାଡି ବିରୋଧ କଲେ ଜନତା

ମାଦ୍ରିଦ,୪।୧୧: ଦଶନ୍ଧି ମଧ୍ୟରେ ସ୍ପେନ ସବୁଠାରୁ ଭୟଙ୍କର ବନ୍ୟା ପରିସ୍ଥିତିର ସମ୍ମୁଖୀନ ହୋଇଛି । ଏହି ବନ୍ୟାରେ ଏପର୍ଯ୍ୟନ୍ତ ୨୦୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି।...

କିପରି ହୁଏ କିଡ୍‌ନୀ ଡାୟାଲିସିସ୍‌

ଡାୟାଲିସିସ୍‌ ହେଉଛି ରାସାୟନିକ ଉପାଦାନଗୁଡ଼ିକର ଏକ ପୃଥକୀକରଣ ପଦ୍ଧତି। କିଡ୍‌ନୀଦ୍ୱୟ କାମ କରିବା ପାଇଁ ଅକ୍ଷମ ହୋଇ ପଡ଼ିଲେ ଡାୟାଲିସିସ୍‌ ପଦ୍ଧତି ଅନୁସରଣ କରାଯାଏ। ଏହା...

ବାତ ମାରିବା ସମୟରେ କ’ଣ କରିବେ ଜାଣି ରଖନ୍ତୁ…

ମନେରଖିବା କଥା ଯେ ବାତମାରିବା ଲକ୍ଷଣ ଅସ୍ଥାୟୀ ଏବଂ ତାହା ମନକୁ ମନ ଉପଶମ ହୋଇଯାଏ। ବାତମାରିଲେ ରୋଗୀ ଦୁଲ୍‌କରି ପଡ଼ିଯାଇପାରେ। ଏହି ସମୟରେ ତା’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri