ରଙ୍ଗ ମିସ୍ତ୍ରୀ କାମ କରି ସୁନାଗହଣା ନେଇ ଚମ୍ପଟ, ଯାଜପୁର ରେଳଷ୍ଟେଶନରୁ ଅଭିଯୁକ୍ତ ଗିରଫ

ଢେଙ୍କିକୋଟ, ୧୮ା୬(ଡି.ଏନ.ଏ.)-କେନ୍ଦୁଝର ଜିଲା ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ତୋରାଣିପୋଖରୀ ପଞ୍ଚାୟତ ତୋରାଣିପୋଖରୀ ଗ୍ରାମର ପ୍ରଶ୍ନଜିତ୍‌ ମିଶ୍ରଙ୍କ ଘରେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଜଣେ ଯୁବକ ମଙ୍ଗଳବାର ଦ୍ୱିପ୍ରହର ସମୟରେ ସୁନାଗହଣା ଧରି ଚମ୍ପଟ ମାରିଥିଲେ। ଘରମାଲିକ ପ୍ରଶ୍ନଜିତ୍‌ ଏହା ଜାଣିବା ପରେ ଢେଙ୍କିକୋଟ ଫାଣ୍ଡିକୁ ଖବର ଦେଇଥିଲେ। ପ୍ରଶ୍ନଜିତ୍‌ ମିଶ୍ର, ତାଙ୍କ ସହଯୋଗୀ ବିଶ୍ୱନାଥ ବାରିକ ଓ ଫାଣ୍ଡି ଅଧିକାରୀ ସଦଳବଳେ ସହ ରଙ୍ଗ ମିସ୍ତ୍ରୀ ଜୋବର ସେକ୍‌ଙ୍କୁ ଖୋଜାଖୋଜି କରି ଯାଜପୁର ରେଳଷ୍ଟେଶନ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଜୋବର ମୁର୍ଶିଦାବାଦକୁ ଟିକେଟ କାଟି ଛିଡ଼ା ହୋଇଥିବା ବେଳେ ପୋଲିସ ତାଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ତାଙ୍କଠାରୁ ସମସ୍ତ ଚୋରି ସୁନାଗହଣା ସମେତ ନଗଦ ୨ହଜାର ଟଙ୍କା, ଆଲମାରି ଚାବି ଜବତ ହୋଇଛି। ଏନେଇ ଘଟଗଁା ଥାନାରେ ଏକ ମାମଲା ରୁଜୁ ହୋଇଛି।

ପ୍ରଶ୍ନଜିତ୍‌ ନିଜ ଘର ରଙ୍ଗ କରାଇବାକୁ ପଶ୍ଚିମବଙ୍ଗ ମୁର୍ଶିଦାବାଦର ଜୋବାର ସେକ(୪୦)ଙ୍କୁ ଦେଇଥିଲେ। ମାତ୍ର କେତେଦିନ ଘର ରଙ୍ଗ ମାରିବା ପରେ ସେ ତାଙ୍କ ଘରେ ବିଶ୍ୱାସ ଜନ୍ମାଇଥିଲା ଏବଂ ଘରର ଜିନିଷପତ୍ର ଆଲମାରୀ ଚାବି କେଉଁଠାରେ ରହୁଛି ସେସବୁ ଉପରେ ନଜର ରଖିଥିଲା। ମଙ୍ଗଳବାର ପୂର୍ବାହ୍ନ ୧୧ଟା ବେଳେ ଘରେ କୌଣସି ପୁରୁଷ ନ ଥିବା ବେଳେ ୨ବୋହୂ ଘର କାମରେ ବ୍ୟସ୍ତ ଥିଲେ। ଏହାର ସୁଯୋଗ ନେଇ ଜୋବାର ସେକ୍‌ ଆଲମାରି ଚାବି ଖୋଲି ଗୋଟିଏ ସୁନା ହାର, ଦୁଇଟି ମଙ୍ଗଳ ସୂତ୍ର, ୪ଟି ସୁନା ଲକେଟ, ସୁନା ଚେନ, ସୁନା ବାହୁଟି ଏବଂ ନଗଦ ୨ ହଜାର ଟଙ୍କା ଧରି ଚମ୍ପଟ ମାରିଥିଲେ। ବୋହୂ ଦୁଇଜଣ ନିଜ କାମ ସାରି ରଙ୍ଗ ମିସ୍ତ୍ରୀଙ୍କୁ ନ ପାଇ ନିଜ ସ୍ବାମୀମାନଙ୍କୁ ଖବର ଦେଇଥିଲେ। ଏଣେ ଆଲମାରୀ ଚାବି ମଧ୍ୟ ମିଳି ନ ଥିଲା। ଖୋଜାଖୋଜି କରି ବିଫଳ ହେବା ଫଳରେ ପ୍ରଶ୍ନଜିତ ମିଶ୍ର ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡ଼ାଙ୍କୁ ଖବର ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମିଳିଥିଲା ନଗଦ ୪୫ ଲକ୍ଷ ଟଙ୍କା, କୋଟିଏ ଟଙ୍କାର ବ୍ୟାଙ୍କ ଡିପୋଜିଟ୍: ବନ୍ଧାହେଲେ କୁବେର ଯନ୍ତ୍ରୀ

ବାଲେଶ୍ୱର,୨୧।୯: ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଏନ୍‌ଭି ହରିହର ରାଓଙ୍କୁ ବାନ୍ଧିଲା ପୋଲିସ। ଆୟ ବର୍ହିଭୂତ ସଂପତ୍ତି ଠୁଳ ମାମଲାରେ ତାଙ୍କଚ ଭିଜିଲାନ୍ସ...

ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯(ବାଞ୍ଛାନିଧି ଦେ): ବାଲେଶ୍ୱର ଗ୍ରାମ୍ୟ ଉନ୍ନୟନ ବିଭାଗ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହର ରାଓଙ୍କ...

ସୁବର୍ଣ୍ଣରେଖାରେ ବନ୍ୟା

ଭୋଗରାଇ(ପ୍ରଦୀପ ଦାସ)/ ବାଲିଆପାଳ (ଗୋପାଳ ଚନ୍ଦ୍ର ସାହୁ)/କାଳିପଦା(ରାଜଶ୍ରୀ ପାଣିଗ୍ରାହୀ)/ଜଳେଶ୍ୱର (ରବିନାରାୟଣ ପାତ୍ର), ୧୮।୯: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖାର ନିମ୍ନ ଅବବାହିକରେ ପ୍ରଥମ...

ସୁଭଦ୍ରା ପ୍ରଶ୍ନର ଉତ୍ତର ଦେଇ ଜିତିଲେ…

ବଉଳା, ୧୮।୯(ଦୁର୍ଗାପ୍ରସାଦ ଆୟଚ) ସୁଭଦ୍ରା ଯୋଜନାର ଶୁଭାରମ୍ଭ ଅବସରରେ ମଙ୍ଗଳବାର କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉପସ୍ଥିତ ମହିଳାମାନଙ୍କୁ...

ରାସ୍ତା ଉପରେ ଲହଡ଼ି ଭାଙ୍ଗୁଛି ବର୍ଷା ପାଣି

ବାଲେଶ୍ୱର,୧୬।୯: ଲଗାଣ ବର୍ଷାରେ ବାଲେଶ୍ୱର ମୁଖ୍ୟ ରାସ୍ତାରେ ଫୁଟେ ଉଚ୍ଚର ପାଣି ଚାଲୁଛି। ନୂଆସାହି ଛକ ମୁଖ୍ୟରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ପ୍ରବାହିତ ହେଉଛି। ଫଳରେ...

ତିନି ତିନିଟା ଛୁଆଙ୍କ ସହ ରୋଗିଣା ସ୍ତ୍ରୀଙ୍କୁ ମେଡିକାଲରେ ଛାଡି ଚାଲିଗଲେ ସ୍ବାମୀ,ପରେ…..

ନୀଳଗିରି,୧୬।୯: ରୋଗିଣା ସ୍ତ୍ରୀ ଓ ୩ ପିଲାଙ୍କୁ ମେଡିକାଲରେ ଏକୁଟିଆ ଛାଡି ଚାଲିଗଲେ ସ୍ବାମୀ। ଟଙ୍କା ଆଣିବେ ବୋଲି କହି ଯାଇଚନ୍ତି ଯେ ଯାଇଛନ୍ତି। ମାସେ...

ବିପଦସଙ୍କେତ ଟପିଲା ଜଳକା

ବାଲେଶ୍ୱର,୧୬ା୯(ବାଞ୍ଛାନିଧି ଦେ): ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ଲଗାଣ ବର୍ଷା ଜାରି ରହିଛି। ଦୁଇଦିନ ଧରି ବାଲେଶ୍ୱର ଜିଲାରେ ପ୍ରବଳ ବର୍ଷା ଯୋଗୁ ଜନଜୀବନ...

ବଢୁଛି ଜଳକା, ବନ୍ୟା ଆଶଙ୍କା

ବାଲେଶ୍ୱର, ୧୫।୯(ବାଞ୍ଛାନିଧି ଦେ ): ବାଲେଶ୍ୱର ଜିଲା ବସ୍ତା ବ୍ଲକ ଦେଇ ପ୍ରବାହିତ ଜଳକା ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ମଥାନୀ ଠାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri