ରାଇସୁଆଁ,୧୬।୬(ଡି.ଏନ୍.ଏ.): ରଜ ପାଇଁ ଟଙ୍କା ନ ଦେବାରୁ ମା’ଙ୍କୁ ଟାଙ୍ଗିଆରେ ହାଣିଲେ ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲା ସଦର ଥାନା ଅନ୍ତର୍ଗତ ଗୋପୀନାଥପୁର ପଞ୍ଚାୟତ ଗୋପୀନାଥପୁର ଗ୍ରାମରେ।
ମିଳିଥିବା ସୂଚନାନୁଯାୟୀ, ସୁଜୁନି ବେଣ୍ଟକାର(୫୫)ଙ୍କ ପୁଅ ସୋମବାର ବିଳମ୍ବିତ ରାତିରେ ତାଙ୍କୁ ରଜ ଖର୍ଚ୍ଚ ପାଇଁ ଟଙ୍କା ମାଗିଥିଲା। ମାତ୍ର ସୁଜୁନି ଟଙ୍କା ଦେଇ ନ ଥିଲେ। ଏଥିରେ ଉତ୍କ୍ଷୀପ୍ତ ହୋଇ ପୁଅ ଘରେ ଥିବା ଏକ ଟାଙ୍ଗିଆରେ ମା’ ସୁଜିନିଙ୍କ ମୁଣ୍ତ ପଛପଟକୁ ହାଣି ଦେଇଥିଲେ। ତାଙ୍କୁ ଗୁରୁତ଼ର ଅବସ୍ଥାରେ ପରିବାର ଲୋକେ ଉଦ୍ଧାରକରି ଜିଲା ମୁଖ୍ୟ ଚ଼ିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତ଼ର ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସଦର ପୋଲିସ ଘଟଣାର ତ଼ଦନ୍ତ ଚ଼ଳାଇଛି। ଅଭାବନୀୟ କାଣ୍ତ ଘଟାଇଥିବା ପୁଅର ପରିଚ଼ୟ ଜଣାପଡ଼ି ନାହିଁ।