କାକଟପୁର,୧୫ା୬(ଡି.ଏନ୍.ଏ.) : ପୁରୀ ଜିଲା କାକଟପୁର ମା’ ମଙ୍ଗଳାଙ୍କ ପୀଠ ରଜସଂକ୍ରାନ୍ତି ଅବସରରେ ଉତ୍ସବ ମୁଖର ହୋଇଉଠିଛି। ବିଶେଷକରି ଝିଅବୋହୂମାନେ ନୂଆ ବସ୍ତ୍ର ପିନ୍ଧି ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି। ଶନିବାର ପୂଜାପଣ୍ଡା ରଘୁନାଥ ଦୀକ୍ଷିତ ମା’ଙ୍କୁ ଚନ୍ଦନବେଶ କରିଥିବାବେଳେ ପ୍ରାତଃରୁ ମନ୍ଦିରରେ ପ୍ରବଳ ଭିଡ଼ ଲାଗିରହିଥିଲା। ଅସ୍ତରଙ୍ଗ ବ୍ଲକ ଅଞ୍ଚଳର କୁଣ୍ଡେଶ୍ୱର ଏବଂ କାକଟପୁର ବ୍ଲକର ବାଜପୁର ଗାଁରେ ବେଶ୍ ଉତ୍ସାହ ଉଦ୍ଦୀପନାର ସହ ରଜ ଉତ୍ସବ ପାଳନ କରାଯାଉଛି। କୁଣ୍ଡେଶ୍ୱର ଗାଁର କୁମାରୀମାନେ କଣ୍ଢେଇ ବାହାଘର ଧୂମଧାମ କରିଥିବାବେଳେ ବାଜପୁରରେ ଦୋଳିର ମଜା ନେଉଛନ୍ତି କୁମାରୀମାନେ।