ରଞ୍ଜିତାଙ୍କୁ ଦୁଇଟି ପଦକ

ବ୍ରହ୍ମପୁର ଅଫିସ୍‌,୨୨ା୪- ପୁନେର ଚାକନ୍‌ଠାରେ ବିଲିଭ୍‌ ଫିଟନେସ୍‌ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ଶକ୍ତି ଉତ୍ତୋଳନ ପ୍ରତିଯୋଗିତାରେ ବ୍ରହ୍ମପୁରର ରଞ୍ଜିତା ମିଶ୍ର ଦୁଇଟି ପଦକ ଜିତିଛନ୍ତି। ସେ ଶ୍ରେଷ୍ଠ ଲିଫଟର୍‌ ଭାବେ ସ୍ବର୍ଣ୍ଣ ପଦକ ଏବଂ ଡେଡ୍‌ ଲିଫ୍ଟିଂ ପାଇଁ ରୌପ୍ୟ ପଦକ ଜିଣିଛନ୍ତି। ସେ ସ୍କ୍ବାଟ୍ସରେ ୧୩୦କିଲୋ, ବେଞ୍ଚ୍‌ରେ ୬୫କିଲୋ ଏବଂ ଡେଡ୍‌ ଲିଫ୍‌ଟରେ ୧୫୦କିଲୋ ଓଜନ ଉଠାଇ ଏହି ସଫଳତା ହାସଲ କରିଛନ୍ତି। ବ୍ରହ୍ମପୁର ଗାନ୍ଧୀ ନଗର ନିବାସୀ ଜଗନ ମୋହନ ମହାପାତ୍ର ଏବଂ ବିଜୟ ଲକ୍ଷ୍ମୀ ମହାପାତ୍ରଙ୍କ ଝିଅ ରଞ୍ଜିତା ସମ୍ପ୍ରତ୍ତିି ମୁମ୍ବାଇରେ ରହୁଛନ୍ତି । ତାଙ୍କ ସ୍ବାମୀ ସୁବାସ ମିଶ୍ରଙ୍କ ପ୍ରୋତ୍ସାହନ ଏବଂ କୋଚ୍‌ ସି. ରଘୁନାଥଙ୍କ ଯୋଗୁ ଏହି ସଫଳତା ମିଳିଛି ବୋଲି ରଞ୍ଜିତା ପ୍ରକାଶ କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଟି ବାଇକ୍‌ ଧକ୍କାରେ ଜଣେ ମୃତ, ୩ ଗୁରୁତର

ଆସିକା, ୧୪ା୪ (ସୁରେନ୍ଦ୍ର ନାଥ ସାହୁ): ଆସିକା-ଭଞ୍ଜନଗର ମୁଖ୍ୟ ରାସ୍ତାର ଆସିକା ଥାନା ଅନ୍ତର୍ଗତ ବାଲିସିରା ଛକ ନିକଟରେ ସୋମବାର ଅପରାହ୍ନରେ ଏକ ସ୍କୁଟି ସହ...

ବି. ଆର୍‌. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ  ଜୟନ୍ତୀ ପାଳିତ ହୋଇଯାଇଛି।...

ଘରକୁ ଫେରୁଥିଲେ ଧକ୍କାଦେଲା ସ୍କୁଟି: ୩ ଗୁରୁତର

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଭଞ୍ଜନଗର ଫୁଲବାଣୀ ମୁଖ୍ୟ ରାସ୍ତାର ଖାରିଗୁଡା ନିକଟରେ ସୋମବାର ସାରେ ଏକ ସ୍କୁଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ସ୍କୁଟିରେ ବସିଥିବା ଦୁଇଜଣ ଏବଂ...

ଦଣ୍ଡଯାତ୍ରା ଉଦଯାପିତ: ମେରୁ ପର୍ବରେ ମା’ କାଳୀପୀଠ ଲୋକାରଣ୍ୟ

ହିଞ୍ଜିିଳିକାଟୁ, ୧୪।୪(ଦ୍ବିତୀକୃଷ୍ଣ ପଣ୍ଡା): ସୋମବାର ହିଞ୍ଜିିଳିକାଟୁ ଏବଂ ବିଭିନ୍ନ ଗ୍ରାମରେ ମା’ଦଣ୍ଡକାଳୀଙ୍କ ମେରୁପୀଠଗୁଡିକରେ ଦଣ୍ଡଯାତ୍ରା ଉଦଯାପିତ ହୋଇଯାଇଛି। ମେରୁ ଖୁଣ୍ଟରେ ପୂଜା ନିମନ୍ତେ ଲୋକାରଣ୍ୟ ହୋଇଛି।...

ଦଣ୍ଡନାଚ ପ୍ରସାଦ ସେବନ ବେଳେ ମାରପିଟ: ବାପ-ପୁଅ ଗୁରୁତର

ଧରାକୋଟ,୧୪ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଧରାକୋଟ ବ୍ଲକ ମାଣିକପୁର ପଞ୍ଚାୟତ ତଥା ବଡଗଡ ଥାନା ଅନ୍ତର୍ଗତ ଢ଼ଉପଦା ଗ୍ରାମରେ ଦଣ୍ଡନାଚ ପ୍ରସାଦ ସେବନ ସମୟରେ ସାମାନ୍ୟ ବଚସାକୁ...

ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା...

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

ନାବାଳିକା କଲେଜ ଛାତ୍ରୀ ଅପହୃତ, ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଞ୍ଚଳର ଏକ କଲେଜରେ ଯୁକ୍ତ ୨ ଶେଷ ବର୍ଷ କଳା ବିଭାଗରେ ବାର୍ଷିକ ପରୀକ୍ଷା ଦେଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image