ରଣପୁର,୭ା୯(ସ୍ବ.ପ୍ର.): ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନୟାଗଡ ଜିଲାର ରଣପୁର ଥାନା ପୋଲିସ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହୋଇଛି । ଜାଲ ଦଲିଲରେ ପଟ୍ଟା କରିଥିବା ମୁଖ୍ୟ ଅଭିଯୁକ୍ତ ବିପିନଙ୍କ ସମେତ ରଣପୁର ଅତିରିକ୍ତ ତହସିଲଦାର ମାନସ ରାୟ ଓ ତହସିଲର ଅନ୍ୟ କର୍ମଚାରୀଙ୍କ ନଁ।ରେ ଆଇପିସି ଦଫା ୪୬୫, ୪୬୭, ୪୬୮, ୪୭୭(ଏ), ୪୨୦, ୨୯୪, ୫୦୬, ୧୨୦(ବି)ରେ ଗତ ୫ତାରିଖରେ ମାମଲା (ନଂ.୧୮୭/୧୯) ରୁଜୁ କରିଛି।
ଅଭିଯୋଗ ଅନୁସାରେ ରଣପୁର ତହସିଲ ବାଙ୍କପୁର ଗଁାର ସ୍ବର୍ଗତ ଦାଶରଥି ଜେନା ଓ କୁମୁଦିନୀ ଜେନାଙ୍କ ୨ ପୁଅ ଓ ୩ ଝିଅ ଅଛନ୍ତି। ଦାଶରଥି ଓ କୁମୁଦିନୀଙ୍କ ନଁାରେ ଥିବା ସମ୍ପତ୍ତି ବଡଭାଇ ବିପିନ ଜାଲିଆତି କରି ନିଜ ନଁାରେ କରାଇ ନେଇଥିଲେ। ପରେ ସେ ସାନଭାଇ ବିଜିନିଙ୍କୁ ଘରୁ ତଡି ଦେଇଥିଲେ। ବିଜିନି ଘଟଣାର ତଦନ୍ତ ପାଇଁ ରଣପୁର ସବ୍ରେଜିଷ୍ଟ୍ରାର କାର୍ଯ୍ୟାଳୟରୁ ଦଲିଲର ସାର୍ଟିଫାଏଡ୍ କପି ମାଗିଥିଲେ। ଏଥିରେ ଜାଲିଆତି କରି ଘରବାରି, କୋଠା ଓ ଜମିକୁ ବଡଭାଇ ନିଜ ନଁାରେ କରାଇ ନେଇଥିବା ବିଜିନି ଜାଣିପାରିଥିଲେ । ପରେ ସେ ୧୭।୧।୨୦୧୮ରେ ସୂଚନା ଅଧିକାର ଆଇନ ଅନୁସାରେ ତହସିଲ କାର୍ଯ୍ୟାଳୟକୁ ଜମି ଜାଲିଆତିର ପ୍ରମାଣ ମାଗିଥିଲେ। ହେଲେ ତହସିଲ କର୍ତ୍ତୃପକ୍ଷ ଚୁପ ରହିଥିଲେ । ପରେ ଜିଲାପାଳଙ୍କୁ ଅବଗତ କରାଇଥିଲେ ମଧ୍ୟ ସୁଫଳ ମିଳିଲା ନାହିଁ। ଏ ସମ୍ପର୍କରେ ୨୦୧୯ ଜାନୁୟାରୀ ୨୧ରେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ ତପତ୍ରତା ପ୍ରକାଶ ପାଇଥିଲା। ଏହାର ତଦନ୍ତ କରାଯାଇ ଜମି ପଟ୍ଟା ଖାରଜ ହୋଇଥିଲା। ଏପରି କି ଘରର ମୁଖିଆ ବାପାଙ୍କ ନଁାକୁ ସମ୍ପତ୍ତି ଚାଲି ଆସିଥିଲା। ହେଲେ ଆଇନଗତ ଦିଗକୁ ତହସିଲ କର୍ତ୍ତୃପକ୍ଷ ଭୁଲିଯାଇ ନୂଆ ପଟ୍ଟା ପ୍ରଦାନ କରି ଚୁପ ହୋଇ ରହିଗଲେ। ଅଭିଯୋଗକାରୀ ନ୍ୟାୟ ପାଇଁ ରଣପୁର ଥାନା ଓ ନୟାଗଡ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ସୁଫଳ ମିଳି ନ ଥିଲା। ଶେଷରେ ବିଜିନି ହାଇକୋର୍ଟରେ ଆଶ୍ରୟ ନେଇଥିଲେ । ହାଇକୋର୍ଟ ଅଭିଯୋଗକୁ ଗ୍ରହଣ କରି କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ୪ ସପ୍ତାହ ମଧ୍ୟରେ ଜଣାଇବାକୁ ପିଆରଏଲ୍ଏନ୍ଟି ନଂ.୧୦୯୦/୨୮।୮।୨୦୧୯ରେ ମୁଖ୍ୟ ସଚିବ ଗୃହ ବିଭାଗ, ଡିଜିପି କଟକ, ନୟାଗଡ଼ ଏସ୍ପି, ରଣପୁର ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ରଣପୁର ପୋଲିସ ବିଜିନିଙ୍କ ଅଭିଯୋଗକ୍ରମେ ମାମଲା ରୁଜୁ କରି ତଦନ୍ତ ତ୍ୱରାନ୍ବିତ କରିଛି। ଧରିତ୍ରୀ ଯୋଗୁ ତାଙ୍କୁ ନ୍ୟାୟ ମିଳିଲା ବୋଲି ବିଜିନି କହିଛନ୍ତି।
ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ
ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...
ସରପଞ୍ଚଙ୍କ ଘରୁ ଲୁଟ୍
ନୟାଗଡ଼,୯।୧୨(ଲୋକନାଥ ମିଶ୍ର ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଭୋଗବାଡ଼ି ସରପଞ୍ଚ ନିିର୍ମଳା ସାହୁଙ୍କ ଘରୁ ଚୋରି ହୋଇଛି। ଦୁର୍ବୃତ୍ତମାନେ ସୋମବାର ରାତିରେ ସରପଞ୍ଚଙ୍କ ଘରେ...
ବାଇକରେ ଫେରୁଥିବାବେଳେ ପୋଲ ତଳକୁ ଖସିପଡ଼ିଲେ ୨ ଜଣ: ଆଉ ତା’ପରେ…
ଓଡଗାଁ, ୯।୧୨(ଆଦର୍ଶ କୁମାର ପଟ୍ଟନାୟକ): ନୟାଗଡ଼ ଜିଲା ଓ ଆଦର୍ଶ ଥାନା ଗିରିଡିପଲ୍ଲୀରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଥିରେ ପଞ୍ଚାୟତ ଧଝୋଲା ଗ୍ରାମର ଫକୀର...
ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି
ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...
ଘର ଗ୍ରିଲ୍ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ
ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍ ହୋଇଛି। ଆଠଜଣ ଡକାୟତ ସୋମବାର...
ନୟାଗଡ଼ରେ ବନ୍ଧୁକ ତିଆରି କାରଖାନା ଠାବ
ନୟାଗଡ଼,୩୦ା୧୧: ନୟାଗଡ଼ରେ ଦେଶୀ ବନ୍ଧୁକ ତିଆରି କାରଖାନା ଠାବ ହୋଇଥିବାବେଳେ ୨ ଜଣଙ୍କୁ ଗିରଫ କରାଯାଇଛି। ଜିଲାର ଶରଣକୁଳ ଥାନା ଗୋଡ଼ିପଡ଼ାରେ ଏହି ବନ୍ଧୁକ ତିଆରି...
ବନବିଭାଗ ଘଉଡାଇବା ବେଳେ ଅଘଟଣ: କୂଅରେ ପଡ଼ି ଚାଲିଗଲା ହାତୀଛୁଆର ଜୀବନ
ନୟାଗଡ଼/ରଣପୁର,୨୩।୧୧(ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ଖୋର୍ଦ୍ଧା ବନଖଣ୍ଡ ନୟାଗ ଜିଲା ରଣପୁର ବନାଞ୍ଚଳ ପାତେଳେଶ୍ୱର ଗ୍ରାମ ନିକଟସ୍ଥ କାଜୁ ଜଙ୍ଗଲରେ ଥିବା ପରିତ୍ୟକ୍ତ କୂଅରେ ପଡି...
ଜେଲ ଗଲେ ବିଜେଡି ନେତା: କରୁଥିଲେ ଏହି କାମ
ନୟାଗଡ଼/ ରଣପୁର, ୧୫।୧୧ (ଲୋକନାଥ ମିଶ୍ର/ ସୁକାନ୍ତ କିଶୋର ଡାକୁଆ):ବେକାର ଯୁବକମାନଙ୍କୁ ବିଭିନ୍ନ ସରକାରୀ ସଂସ୍ଥାରେ ଚାକିରି କରାଇଦେବା କହି ଲକ୍ଷାଧିକ ଟଙ୍କା ଠକି ନେଇଥିବା...
Archives


