ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ: ଖଣିଚୋରଙ୍କ କବ୍‌ଜାରେ ମାଙ୍କଡ଼ା, ମୋରମ ଖଣି

ରଣପୁର,୨ା୯(ସ୍ବ.ପ୍ର.): ନୟାଗଡ ଜିଲାର ରଣପୁର ତହସିଲରେ ୬ବର୍ଷ ହେଲା ନିଲାମ ବନ୍ଦ ହୋଇଥିବାବେଳେ ଚଢ଼ାଉ ଓ ଧରପଗଡ ନ ଥିବାରୁ ଖଣି ଚୋରଙ୍କ ପ୍ରାଦୁର୍ଭାବ ବଢ଼ିଚାଲିଛି। ମୃତ ଖଣିରୁ ପଥର ଓ ମୋରମ ଖନନ ଚାଲିଛି। ବାଲି ପୋତା ଯାଉ ନ ଥିବାରୁ ଅସୁରକ୍ଷିତ ଖଣି ୩ବର୍ଷ ମଧ୍ୟରେ ୧୫ ମୁଣ୍ଡ ନେଇ ସାରିଲାଣି । ପୁଣି ରଣପୁରବାସୀଙ୍କୁ ଭୂମିକମ୍ପର ଭୟ ଘାରୁଛି । ଅନ୍ୟପକ୍ଷେ ପୋଲିସ ଓ ତହସିଲ କର୍ତ୍ତୃପକ୍ଷଙ୍କ ବେଆଇନ ଖଣି ଓ ପଥର ଚାଲାଣ ଉପରେ ଲଗାମ ରହୁନି । ଏପରିସ୍ଥଳେ ବଜ୍ରକୋଟର ସାମାଜିକ କର୍ମୀ ଦିଲୀପ କୁମାର ସାମନ୍ତରାୟ ରାଜ୍ୟ ଓ କେନ୍ଦ୍ର ପ୍ରଦୂଷଣ ବୋର୍ଡ ସଚିବ, ବିଭାଗୀୟ ମନ୍ତ୍ରୀ, ଜିଲାପାଳ, ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ଅଭିଯୋଗ ଅନୁସାରେ ୨୦୧୩ରୁ ରଣପୁର ତହସିଲରେ ଖଣି ନିଲାମ ବନ୍ଦ ରହିଛି। ଏଥିଯୋଗୁ ସରକାର ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଇଲେ। ଅନ୍ୟପଟେ ଖଣି ଚୋର, କିଛି ସରକାରୀ ଅଧିକାରୀ, କର୍ମଚାରୀ, ରାଜନେତା ଉପକୃତ ହେଉଛନ୍ତି। ତହସିଲର ଏକତାଳ, କଟକ ସହର, କନ୍ଧ ନୟାଗଡ଼, ବେଣ୍ଟ, ଚମ୍ପାଗଡ଼, ରାଇପଡା, କେରେଣ୍ଡାଟାଙ୍ଗୀ, ଚାନ୍ଦପୁର, ଗୋପାଳପୁଳ, ଓସ୍ତପଡା, ଜଙ୍କିଆ, ମୟୂରଝାଲିଆ, ନରସିଂହପୁର, ଚମ୍ପାପେଡି ଅଞ୍ଚଳରେ ୧୩୦ରୁ ଊର୍ଦ୍ଧ୍ୱ ବେଆଇନ ଖଣି ଖନନ ଚାଲିଛି। ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଖଣି ପୋଖରୀ ତିଆରି ହୋଇସାରିଲାଣି। ଏଥିରେ ପଡି ୩ବର୍ଷ ମଧ୍ୟରେ ୧୫ଜଣ ବ୍ୟକ୍ତି ମୃତ୍ୟୁ ଘଟିଛି। ୨୦ରୁ ଊର୍ଦ୍ଧ୍ୱ ଗୃହପାଳିତ ପ୍ରାଣୀ ମଧ୍ୟ ପ୍ରାଣ ହରାଇ ସାରିଲେଣି। ବେଆଇନ ଖଣି ଖନନ ନେଇ ମୁହଁ ଖୋଲିଲେ ମାରପିଟ୍‌ ଓ ହତ୍ୟା ଧମକ ଦେଇ ମୁହଁ ବନ୍ଦ କରି ଦିଆଯାଉଛି। ଏପରି କି ଟଙ୍କା ଦିଆଯାଇ ମଧ୍ୟ ଚୁପ କରାଯାଉଥିବା ଅଭିଯୋଗ ରହିଛି। ଜଣେ ଖଣି ଚୋରଙ୍କ ସୂଚନା ଅନୁସାରେ ଦୋଷ ଛଡେଇବା ପାଇଁ ଲୋକଦେଖାଣିଆ ଚଢ଼ାଉ କରାଯାଏ। ହେଲେ ଚଢ଼ାଉ ପୂର୍ବରୁ ବେଆଇନ ଖଣି ଖନନ ବନ୍ଦ ରୁହେ। ମାସିକିଆ କୋଟା ଯୋଗୁ ଚଢ଼ାଉ ଭୟ ନ ଥାଏ। ଯେଉଁମାନେ ଧରା ପଡନ୍ତି ସେମାନେ କାରବାର ଚାଲୁ ରଖିବାକୁ ମାସିକିଆ କୋଟା ଦେବା ପାଇଁ ଫିକ୍ସିଂ କରିବାକୁ ବାଧ୍ୟ ହୋଇଥାନ୍ତି। ଖଣି ନିଲାମ ହେଲେ ଉପୁରି ମିଳିବା କଷ୍ଟ ହେବ । ଏଣୁ ବେଆଇନ ଖଣି ଖନନ ଚାଲୁ ରହିବାକୁ ଲାଭବାନ ଗୋଷ୍ଠୀ ଯେପରି ଲିଜ୍‌ ନ ହୁଏ ସେଥିପ୍ରତି ଚେଷ୍ଟା କରିଥାନ୍ତି। ଏସ୍‌ଟିଏଫର ନଜର ମାଙ୍କଡା ଓ ମୋରମ ଖଣି ଉପରେ ନ ଥିବାରୁ ଭୟର ସମ୍ଭାବନା ନାହିଁ ବୋଲି ସେ କହିଛନ୍ତି। ରଣପୁର ତହସିଲଦାର ସୁଶାନ୍ତ କୁମାର ପତି କୁହନ୍ତି, ଖଣି ଚଢ଼ାଉ କରିବା ପାଇଁ ପୋଲିସ ଫୋର୍ସ ଆବଶ୍ୟକତା ରହିଛି । ହେଲେ ଏସ୍‌ପି ଫୋର୍ସ ଦେଉ ନ ଥିବାରୁ ଚଢ଼ାଉ କରିବା କଷ୍ଟକର ହେଉଛି । ରାସ୍ତାରେ ଯାଉଥିବା ମାଙ୍କଡା ପଥର ଯାନବାହନ ଧରପଗଡ କରାଯାଉଛି । ଫୋର୍ସ ମିଳିଲେ ଚଢ଼ାଉକୁ ତ୍ୱରାନ୍ବିତ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲିଯାତ୍ରା ପାଇଁ ଗଠନ ହେବ ନୂଆ କମିଟି

କଟକ,୩ା୧୦(କାର୍ତ୍ତିକ ସାହୁ): ଚଳିତ ବର୍ଷ ବାଲିଯାତ୍ରା ଆୟୋଜନ ଦାୟିତ୍ୱରୁ କଟକ ମହାନଗର ନିଗମ (ସିଏମ୍‌ସି)କୁ ଅନ୍ତର କରାଯାଇଥିବା ନେଇ ପ୍ରଚାରିତ ଗୁଜବକୁ ଶୁକ୍ରବାର ଖଣ୍ଡନ କରାଯାଇଛି।...

ସମ୍ପର୍କରେ କଳଙ୍କ: ମା’ଙ୍କୁ ବଳାତ୍କାର କଲେ ପୁଅ

ଦେବଗଡ଼,୩।୧୦(ଶଶାଙ୍କ ଶେଖର ଝାଙ୍କର): ସମ୍ପର୍କରେ ଲାଗିଛି କଳଙ୍କର ଛିଟା। ଜନ୍ମଦାତ୍ରୀ ମା’ଙ୍କୁ ବଳାତ୍କାର ଭଳି ଜଘନ୍ୟ ଅପରାଧ କରିବାକୁ ପଛାଇନାହାନ୍ତି ଜଣେ ପୁଅ। ଦେବଗଡ଼ ଜିଲା...

ଆହାର କେନ୍ଦ୍ରକୁ ନେଇ ଆସିଲା ମନ୍ତ୍ରୀଙ୍କ ବଡ଼ ବୟାନ

ସମ୍ବଲପୁର,୩।୧୦ (ଭବାନୀଶଙ୍କର ଭୋଇ): ଓଡ଼ିଶା ସରକାରଙ୍କ ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଗୁରୁବାର ଜେଲ୍‌ ଛକ ସ୍ଥିତ ସାର୍ବଜନୀନ ଆହାର କେନ୍ଦ୍ର...

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ...

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri