ରଣପୁର ବଡଦାଣ୍ଡ ପାଲଟିଛି ନର୍ଦ୍ଦମା:ଡ୍ରେନ ସ୍ଥାନରେ କଂକ୍ରିଟ ରାସ୍ତା ,ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ପ୍ଲାନ ଡାକିଆଣିଛି ଦୁର୍ଦ୍ଦଶା

ରଣପୁର,୧୧ା୯(ସ୍ବ.ପ୍ର.): ଡ୍ରେନ ପାଇଁ ସ୍ଥାନ ନ ଛାଡି ସମୁଦାୟ ଅଞ୍ଚଳରେ କଂକ୍ରିଟ ରାସ୍ତା କରିଦେବାରୁ ନୂଆ ଜଗନ୍ନାଥ ସଡକର ରଣପୁର ବଡଦାଣ୍ଡ ନର୍ଦ୍ଦମା ପାଲଟିଛି। ଡ୍ରେନ ନ ଥିବାରୁ ବର୍ଷାଜଳ ଦୋକାନ ଘରେ ଓ ସ୍ଥାନୀୟ ଲୋକଙ୍କ ଘରେ ପଶୁଛି। ରାସ୍ତାରେ ବର୍ଷାଜଳ ଲହଡି ଭାଙ୍ଗି କୃତ୍ରିମ ପୋଖରୀ ସୃଷ୍ଟି କରୁଛି। ଅନ୍ୟପକ୍ଷେ ରାସ୍ତା ଉପରେ ବର୍ଷାଜଳ ବାରମ୍ବାର ପ୍ରବାହିତ ହୋଇ ଝର ବାହାରିଲାଣି। ବର୍ଷା ନ ହେଲେ ମଧ୍ୟ ରଣପୁର ବଜାର ରାସ୍ତା ତଥା ବଡଦାଣ୍ଡରେ ଝରଣା ପରି ଜଳ ପ୍ରବାହିତ ହେଉଛି। ଏପରି ସ୍ଥିତି ପଥଚାରୀ, ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଦୁର୍ଦ୍ଦଶା ଡାକି ଆଣିଥିବାବେଳେ ଝରଜଳ ରାସ୍ତାକୁ ନଷ୍ଟ କରିଚାଲିଛି । ପୂର୍ତ୍ତ ବିଭାଗର ତ୍ରୁଟିପୂର୍ଣ୍ଣ ପ୍ଲାନ ଯୋଗୁ ସାଧାରଣ ଲୋକେ ନର୍କଯନ୍ତ୍ରଣା ଭୋଗୁଛନ୍ତି। ଏହାର ସମାଧାନ କରିବାକୁ ହେଲେ ରାସ୍ତା ତାଡି ଡ୍ରେନ କରାଯିବ। ଏଥିପାଇଁ ପୁଣି ଲକ୍ଷାଧିକ ଟଙ୍କା ବ୍ୟୟ ହେବ। ରାସ୍ତା ନିର୍ମାଣ ନଁାରେ ସରକାରୀ ଅର୍ଥ ଅପବ୍ୟୟ ହେଉଥିଲେ ମଧ୍ୟ ପ୍ରଶାସନିକ ଓ ସରକାରୀ ସ୍ତରରେ ପଦକ୍ଷେପ ନାହିଁ।
ରଣପୁରରେ ଥିବା ଶ୍ରୀଜଗନ୍ନାଥଙ୍କ ପୀଠ ୨ୟ ଶ୍ରୀକ୍ଷେତ୍ର ରୂପେ ପରଚିତ। ଏଠାରେ ପ୍ରତିବର୍ଷ ରଥଯାତ୍ରା ଓ ବାହୁଡା ଯାତ୍ରା ହୁଏ। ଏହି ଯାତ୍ରା ରଣପୁର ବଜାର ଦେଇ ଯାଇଥିବା ନୂଆ ଜଗନ୍ନାଥ ସଡକ ଉପରେ ହୋଇଥାଏ। ରଥଯାତ୍ରା ଓ ବାହୁଡା ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଆଖିଆଗରେ ରଖି ରଣପୁର ବଜାରର ପ୍ରାୟ ଦେଢ଼କିମି ବଡଦାଣ୍ଡକୁ ସରକାର ଓସାରିଆ କରି ନିର୍ମାଣ କରିଥିଲେ। ହେଲେ ନିର୍ମାଣ ସମୟରେ ଡ୍ରେନ କରି ନ ଥିଲେ । ଏପରି କି ଡ୍ରେନ ପାଇଁ ସ୍ଥାନ ନ ଛାଡି ସମୁଦାୟ ଅଞ୍ଚଳରେ କଂକ୍ରିଟ ରାସ୍ତା ନିର୍ମାଣ କରିଦେଲେ। ରାସ୍ତା ନିର୍ମାଣ ସମୟରେ ଡ୍ରେନ ନର୍ମାଣ ଦାବି ଉଠିଥିଲା। ହେଲେ ଲୋକଙ୍କ ଦାବିକୁ ଉପେକ୍ଷା କରାଯାଇ କେବଳ ରାସ୍ତା ନିର୍ମାଣ କରାଗଲା । ଏବେ ରାସ୍ତା ଉପରେ ଝର ଫିଟିବାରୁ ସିଉଳି ହୋଇ ଦୁର୍ଘଟଣା ଘଟିଲାଣି। ଏ ସମ୍ପର୍କରେ ରଣପୁର ଏନ୍‌ଏସି ଉପାଧ୍ୟକ୍ଷ ପ୍ରିୟବ୍ରତ ପ୍ରହରାଜ କୁହନ୍ତି, ରାସ୍ତା ନିର୍ମାଣ ବେଳେ ଉଭୟ ପାର୍ଶ୍ୱରେ ଡ୍ରେନର ଆବଶ୍ୟକତା ଥିଲା। ଏ ନେଇ ଲୋକଙ୍କ ଦାବି ମଧ୍ୟ ରହିଥିଲା। କିନ୍ତୁ ପୂର୍ତ୍ତ ବିଭାଗ ଡ୍ରେନ ନ କରିବାକୁ ସାଧାରଣ ଲୋକ, ପଥଚାରି ହଇରାଣ ହେଉଛନ୍ତି। ଘରେ ପାଣି ପଶୁଛି । ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ପ୍ରଦୀପ ପଟ୍ଟନାୟକ କୁହନ୍ତି, ରାସ୍ତା ନିର୍ମାଣ ବେଳେ ଡ୍ରେନ ନ ହେବାରୁ ଲୋକମାନଙ୍କ ଘରେ ପାଣି ପଶୁଛି। ପୁଣି ରାସ୍ତାରେ ପାଣି ଯାଉଛି। ଏଣୁ ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ପୁଣି ଡ୍ରେନ କରାଯିବାକୁ ପଦକ୍ଷେପ ନିଆଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ରକ୍ଷା କରିବା ପାଇଁ ଯାଇ ପିଟିହେଲା ଦୁଇ ଟ୍ରକ୍‌: ଚାଲିଗଲା ୨ ଜୀବନ, ୨ ଗୁରୁତର

ନୟାଗଡ଼,୨୬ା୭(ଲୋକନାଥ ମିଶ୍ର): ଶନିବାର ସନ୍ଧ୍ୟାରେ ବଲାଙ୍ଗୀର ଖୋର୍ଦ୍ଧା ୫୭ ନମ୍ବର ଜାତୀୟ ରାଜପଥର ଟାକରା ନିକଟସ୍ଥ ଅସନିବେରେଣା ରାସ୍ତା ନିକଟରେ ଏକ ବାଇକ୍‌କୁ ରକ୍ଷା କରିବାକୁ...

ବାଘଛାଲ ବିକ୍ରି ବେଳେ ମାଡ଼ି ବସିଲା କ୍ରାଇମବ୍ରାଞ୍ଚ

ନୟାଗଡ଼,୨୪।୭: ବାଘଛାଲ ବିକ୍ରି ବେଳେ କ୍ରାଇମବ୍ରାଞ୍ଚ STF ଚଢାଉ କରି ନୟାଗଡ଼ ବାଣୀଗୋଚ୍ଛା ଅଞ୍ଚଳରୁ ଗୁରୁବାର ୨ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି। କ୍ରାଇମବ୍ରାଞ୍ଚ STF...

ତୁରନ୍ତ ନ୍ୟାୟ ଦାବିରେ ଥାନାରେ ବିଷ ପିଇଦେଲେ ଯୁବତୀ

ନୟାଗଡ଼,୨୧।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଇଟାମାଟି ଥାନା ପରିସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ତ୍ୱରିତ ନ୍ୟାୟ ପ୍ରଦାନ ଦାବିରେ ଜଣେ ଯୁବତୀ ବିଷ...

କୋରମ ଅଭାବରୁ ଆରମ୍ଭ ହୋଇପାରୁନି ଜିଲାପରିଷଦ ବୈଠକ, ୧୯ ସଭ୍ୟ ଅନୁପସ୍ଥିତ

ନୟାଗଡ଼,୧୮ା୭(ଲୋକନାଥ ମିଶ୍ର): କୋରମ ଅଭାବରୁ ଆରମ୍ଭ ହୋଇପାରୁନି ନୟାଗଡ଼ ଦଶମ ଜିଲା ପରିଷଦ ବୈଠକ। ୨୨ ଜିଲା ପରିଷଦ ସଭ୍ୟ ମଧରୁ ୧୯ ସଭ୍ୟ ଅନୁପସ୍ଥିତ...

ଟାଙ୍ଗିଆ ଚୋଟରେ କବିର ପ୍ରଧାନଙ୍କ ମୃତ୍ୟୁ

ନୟାଗଡ଼,୬।୭(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଦଶପଲ୍ଲା ଥାନା ବୁଗୁଡ଼ା କଲୋନୀରେ ଏକ ହତ୍ୟାକାଣ୍ଡ ଘଟିଛି। ଅଶୋକ ମଳିକଙ୍କ ଟାଙ୍ଗିଆ ଚୋଟରେ ଉକ୍ତ ଗ୍ରାମର କବିର ପ୍ରଧାନ(୭୦)ଙ୍କ...

୭ଶହ ବର୍ଷର ପରମ୍ପରା ଭାଙ୍ଗିଲା: ୩ ରଥରେ ଛେରାପହରା କଲେନି ରାଜା

ରଣପୁର,୬ା୭(ସୁକାନ୍ତ କିଶୋର ଡାକୁଆ): ଦ୍ୱିତୀୟ ଶ୍ରୀକ୍ଷେତ୍ର କୁହାଯାଉଥିବା ନୟାଗଡ଼ ଜିଲା ରଣପୁର ବାହୁଡ଼ାଯାତ୍ରାରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି। ରାଜପୁରୋହିତ ଓ ରାଜାଙ୍କ ମଧ୍ୟରେ...

ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା: ଯାତ୍ରୀଙ୍କ ସୁରକ୍ଷାରେ ରହିବେ ଯବାନ

ନୂଆଦିଲ୍ଲୀ,୬।୬: ଅମରନାଥ ଯାତ୍ରୀଙ୍କ ପାଇଁ ଆସିଲା ଖୁସି ଖବର। ଜୁଲାଇ ୩ରୁ ଆରମ୍ଭ ହେବ ଅମରନାଥ ଯାତ୍ରା। ଅଗଷ୍ଟ ୯ରେ ସରିବ। ଚଳିତ ବର୍ଷ ୩୮...

ଦୁର୍ଗା ବଜାରରେ ଫୁଟିଲା ବୋମା: ୪ ଆହତ

ଦଶପଲ୍ଲା: ନୟାଗଡ଼ ଜିଲା ୫୭ ନମ୍ବର ଜାତୀୟ ରାଜପଥ ଦୁର୍ଗା ବଜାର ନିକଟରେ ଶୁକ୍ରବାର ଦିନ ଦ୍ୱିପ୍ରହରରେ ଏକ ବୋମା ମାଡ଼ ଘଟିଛି। ବୋମାମାଡ଼ରେ ୪ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image