ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ: ଭୁଶୁଡିଲା ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ; ପ୍ରାର୍ଥନା କ୍ଲାସ ଯୋଗୁ ବର୍ତ୍ତିଲେ ଛାତ୍ରୀ

ରଣପୁର,୮ା୯(ସ୍ବ.ପ୍ର.): ଶନିବାର ଭୋର ସମୟରେ ପ୍ରାର୍ଥନା ହେଉଥିବାବେଳେ ନୟାଗଡ଼ ଜିଲା ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ନିର୍ମାଣାଧୀନ ଗୃହର ୬୦ ଫୁଟ୍‌ର ତାଜା ଓ ଲିନ୍‌ଟେଲ ଭୁଶୁଡି ପଡିଛି। ହେଲେ ଏଥିରେ କାହାରି କ୍ଷତି ହୋଇନାହିଁ। ପ୍ରାର୍ଥନା କ୍ଲାସ ସେମାନଙ୍କୁ ବଞ୍ଚାଇଦେଲା ବୋଲି ଛାତ୍ରୀମାନେ କହିଛନ୍ତି। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଥିବା ଏହି ବିଦ୍ୟାଳୟରେ ୧୫୦ ଛାତ୍ରୀ ପାଠ ପଢ଼ନ୍ତି। ଘଟଣା ପରେ ଛାତ୍ରୀ, ଅଭିଭାବକ, ସ୍କୁଲ ଶିକ୍ଷକ ଭୟଭୀତ ହୋଇ ପଡିଛନ୍ତି। ଏ ନେଇ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ବସନ୍ତ କୁମାର ସାହୁ କୁହନ୍ତି, ଅର୍ଦ୍ଧନିର୍ମିତ ଘର ହୋଇଥିଲେ ହେଁ ବିପଦସଙ୍କୁଳ ଥିଲା। ପୁଣି ୨ଦିନ ହେଲା ଲଗାଣ ବର୍ଷା ଲାଗିରହିଥିଲା। ଏଥିଯୋଗୁ ଆମେ ଛାତ୍ରୀମାନଙ୍କୁ ଅନ୍ୟତ୍ର ବସାଉଥିଲୁ। ଯାହାହେଉ କାହାରି କିଛି ଅସୁବିଧା ହୋଇ ନାହିଁ।

ବିପଦସଙ୍କୁଳ ଘର ଭଙ୍ଗାଯାଇ ନ ଥିଲା
ରଣପୁର ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ଲିନ୍‌ଟେଲ ପତନ ପର୍ଯ୍ୟନ୍ତ ଥିବା ଘର ୨ବର୍ଷ ତଳେ ତିଆରି ହୋଇଥିଲା। ପୂର୍ଣ୍ଣାଙ୍ଗ କାମ ନ ହୋଇ ୨ବର୍ଷର ଘର ବିପଦସଙ୍କୁଳ ଥିଲେ ମଧ୍ୟ ତାହାକୁ ଭଙ୍ଗାଯାଇ ନ ଥିଲା। ଯଦି କିଛି ଅଘଟଣ ଘଟିଥାନ୍ତା ତେବେ କିଏ ଦାୟୀ ହୋଇଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠୁଛି। ଅର୍ଦ୍ଧନିର୍ମିତ ଘର ନ ଭାଙ୍ଗିବା ପଛରେ କିଏ ଦାୟୀ ତା’ର ତଦନ୍ତ ହେବା ଦରକାର। ସେହିପରି ସିମେଣ୍ଟ, ଇଟାରେ ତିଆରି ହୋଇଥିବା ଘର ମାତ୍ର ୨ବର୍ଷ ମଧ୍ୟରେ ଭାଙ୍ଗିଥିବାରୁ ଏହା ନିମ୍ନମାନର କାମ ବୋଲି ସ୍ପଷ୍ଟ ହୋଇଛି। ତେଣୁ ଯେଉଁ ଠିକାଦାର ଏହାକୁ ନିର୍ମାଣ କରିଥିଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସ୍ଥାନୀୟ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। ଅନ୍ୟପକ୍ଷେ ରଣପୁର ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟଠାରୁ ମାତ୍ର ୨୦ଫୁଟ ଦୂରରେ ରହିଛି ବିଦ୍ୟାଳୟ। ନିଜ କାର୍ଯ୍ୟାଳୟ ନିକଟରେ ଥିବାବେଳେ ବିଦ୍ୟାଳୟର ବିପଦସଙ୍କୁଳ ଅର୍ଦ୍ଧନିର୍ମିତ ଘରକୁ ତଦନ୍ତ ନ କରିବା ପରିତାପର ବିଷୟ ହୋଇଛି। ଏ ସମ୍ପର୍କରେ ନୟାଗଡ଼ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ତୁଷାରକାନ୍ତ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ୨ବର୍ଷ ତଳେ ନିର୍ମାଣ ହୋଇଥିବା ଘର କେଉଁ ପରିସ୍ଥିତିରେ ଭୁଶୁଡିଲା ତା’ର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ।

୭ ଶିଶୁଙ୍କ ମୃତ୍ୟୁ ପରେ ବି ନାହିଁ ଚିନ୍ତା
୨୦୧୨ ଜୁଲାଇ ୯ରେ ରଣପୁର ସୁଅଁାସିଆ ସାହିରେ ଚାଲୁଥିବା ଅଙ୍ଗନୱାଡି କେନ୍ଦ୍ରର କାନ୍ଥ ଭୁଶୁଡି ୭ଜଣ ଶିଶୁ ପ୍ରାଣ ହରାଇଥିଲେ। ଏହି ଘଟଣା କେବଳ ଜିଲା ନୁହେଁ ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏହା ପରେ ବି ପ୍ରଶାସନର ଚେତା ଫେରୁନି। ୭ ବର୍ଷ ପରେ ବାଳିକା ଉଚ୍ଚ ବିଦ୍ୟାଳୟ ଉପର ମହଲାରେ ୬୦ ଫୁଟର ତାଜା ଓ ଲିନ୍‌ଟେଲ ଭୁଶୁଡିବା ପ୍ରଶାସନର ଖାମଖିଆଲ ମନୋଭାବକୁ ପଦାରେ ପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ

ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...

ପୂର୍ବତନ ବାୟୁସେନା ଅଧିକାରୀ ଗିରଫ

ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍‌ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...

ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍‌ ଗଲେ ମହିଳା ଅଭିଯୁକ୍ତ

ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...

ରିକି କେଜ୍‌ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ

ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍‌ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍‌ କଭର ଚୋରି...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ

ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri