ରତ୍ନବେଦୀକୁ ଫେରିଲେ ଚତୁର୍ଦ୍ଧାମୂରତି

କେନ୍ଦୁଝର,୨୮।୬(ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶ୍ୱର ସର୍ବବୃହତ ରଥରେ ରଥାରୁଢ଼ ହୋଇ ରତ୍ନବେଦୀକୁ ଭଉଣୀ ଦେବୀ ସୁଭଦ୍ରାଙ୍କୁ ଧରି ଫେରିଛନ୍ତି କେନ୍ଦୁଝରର ଆରାଧ୍ୟ ଶ୍ରୀ ବଳଦେବଜୀଉ ଏବଂ ପ୍ରଭୁ ଶ୍ରୀଜଗନ୍ନାଥ । ବାହୁଡ଼ା ଯାତ୍ରା ପାଇଁ ପ୍ରାତଃ ୪ଟାରୁ ଅବକାଶ ନୀତି ପରେ ୫ଟାରେ ଲୁଗାଲାଗି, ୮ଟାରେ ପ୍ରାତଃ ଧୂପ, ପୂର୍ବାହ୍ନ ୧୦ଟାରେ ପୁଷ୍ପାଞ୍ଜଳ ହୋଇଥିଲା। ୧ଟା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଳଦେବଜୀଉଙ୍କ ପହଣ୍ଡି ହୋଇଥିଲା। ପରେ ମା’ ଶୁଭଦ୍ରା ଏବଂ ଶେଷରେ ଜଗନ୍ନାଥ ପହଣ୍ଡିରେ ଆସି ରଥ ପରିକ୍ରମା ପରେ ଚାରମାଳ ଦେଇ ରଥାରୂଢ କରିଥିଲେ। ଶ୍ରୀଜିଉଙ୍କ ପହଣ୍ଡି ସମୟରେ ଭକ୍ତମାନଙ୍କ ହୁଳହୁଳି ଏବଂ ହରିବୋଲରେ ବଡ଼ଦାଣ୍ଡ ପ୍ରକମ୍ପିତ ହୋଇଥିଲା। ପାଗ ଅନୁକୂଳ ଥିବାରୁ ଭକ୍ତଙ୍କ ପ୍ରବଳ ଭିଡ଼ ହୋଇଥିଲା।

ଏହି ଅବସରେରେ ରଥ ସମ୍ମୁଖରେ ତାଳଧଜ ପତ୍ରିକା ଉନ୍ମୋଚିତ ହୋଇଥିଲା। ରଥ ଟଣା ଆରମ୍ଭ ୪.୫୦ରେ ହୋଇଥିଲା। ହଜାର ହଜାର ସଂଖ୍ୟାରେ ଭକ୍ତ ରଥ ଦଉଡ଼ି ଟାଣି ବଡଦେଉଳରେ ୬.୩୪ ମିନିଟରେ ରଥକୁ ପହଞ୍ଚାଇଥିଲେ।

ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କେନ୍ଦୁଝର ରାଜା ଧନଞ୍ଜୟ ନାରାୟଣ ଭଞ୍ଜଦେଓ ଛେରପହଁରା କରିଥିଲେ। ପହଣ୍ଡି ସମୟରେ ବଡ଼ ପଣ୍ଡା ରାଜକିଶୋର ପଣ୍ଡା, ଏସ୍‌ପି ନିତିନ କୁଶଲକର, ଉପଜିଲ୍ଲାପାଳ ତଥା ଦେବୋତ୍ତର ଅଧିକାରୀ ରାମଚନ୍ଦ୍ର କିସ୍କୁ, ପୋଲିସ ଉପଖଣ୍ଡ ଅଧିକାରୀ ମହେନ୍ଦ୍ର ମୁର୍ମୁ, ସୂଚନା ଲୋକ ସମ୍ପର୍କ ବିଭାଗ ଉପ ନିର୍ଦ୍ଦେଶକ ସଞ୍ଜୀବ ବାରିକ, ଟାଉନ ଥାନା ଅଧିକାରୀ ସୁନୀଲ କରଙ୍କ ସହ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶାନ୍ତି ପୂର୍ଣ୍ଣ ଭାବେ ରଥ ଟଣା ଶେଷ ହେବା ସହ ବଦଦେଉଳକୁ ପହଞ୍ଚି ଥିଲେ ତିନି ଠାକୁର।


Enter your email to get our daily news in your inbox.

All Right Reserved By Dharitri.Com

ଅଳିଆ ଗଦାରେ ଦାରିଙ୍ଗବାଡି: ପରିମଳ ନିୟନ୍ତ୍ରଣ ପାଇଁ ନିବେଦନ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ)-ଅଳିଆ ଗଦାରେ ଦାରିଙ୍ଗବାଡି। ପର୍ଯ୍ୟଟନକ୍ଷେତ୍ର ଭାବେ ରାଜ୍ୟ ତଥା ରାଜ୍ୟ ବାହାରେ ପରିଚିତ ରହିଥିବା ଦାରିଙ୍ଗବାଡି ଏବେ ପରିବେଶ ଦୂଷିତ ହେବାରେ ଲାଗିଛି। ସହରରୁ...

କାର୍ତ୍ତିକ ଦ୍ବିତୀୟ ସୋମବାର : ବର୍ଷା ସତ୍ତ୍ବେ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ବୁଗୁଡ଼ା,୨୮।୧୦(କାଳିଚରଣ ଦାଶ): ପୂଣ୍ୟ ଓ ଧର୍ମ ମାସ କାର୍ତ୍ତିକର ଦ୍ବିତୀୟ ସୋମବାର ବର୍ଷା ସତ୍ତ୍ବେ ପ୍ରସିଦ୍ଧ ଶୈବପୀଠ ବୁଦ୍ଧଖୋଲରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାବେଶ ଦେଖିବାକୁ...

ସାଇ ମନ୍ଦିରରୁ ଚୋରି:୧୭ କେଜି ଅଳଙ୍କାର ନେଇଗଲେ ଚୋର

ଭବାନୀପାଟଣା,୨୮।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅଞ୍ଚଳରେ ସୋମବାର ସକାଳୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଭାଗିରଥି ପାର୍କ ନିକଟସ୍ଥ...

ଆସୁ ଆସୁ ବଡ଼ କାମ କଲେ ବିଡିଓ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଗତ ୨ ବର୍ଷ ଧରି ସଫଳତାର ସହ ଷ୍ଟ୍ରବେରୀ ଚାଷ ହୋଇଥିବା ବେଳେ ଚଳିତ ବର୍ଷ...

ଭିଡ଼ ଭିତରେ ନୂଆ ବିଡ଼ିଓ, ସ୍ବାଗତ କଲେ ଶହ ଶହ ଲୋକ

ଦାରିଙ୍ଗବାଡି,୨୮।୧୦(ଅରୁଣ ସାହୁ): ଦାରିଙ୍ଗବାଡିରେ ନୂଆ ବିଡ଼ିଓ ପ୍ରୀତିରଞ୍ଜନ ରଥ କାର୍ଯ୍ୟରେ ଯୋଗଦେବା ପରେ ତାଙ୍କୁ ଭେଟିବାକୁ ଲୋକଙ୍କ ବ୍ଲକ କାର୍ଯ୍ୟାଳୟରେ ଭିଡ଼ ଦେଖିବାକୁ ମିଳିଛି। କଂଗ୍ରେସର...

ଅଲୋଡ଼ା ହେଲା ଶିଶୁକନ୍ୟା: ପୋଖରୀ କୂଳରେ ବ୍ୟାଗ୍‌ ଭିତରେ ପୂରାଇ ଛାଡ଼ି ଚାଲିଗଲେ…

ପାଟଣା,୨୮ା୧୦(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରୀ ଶିଶୁ ବିଦ୍ୟାମନ୍ଦିର ପଛ ପଟରେ ଥିବା ଏକ ପୋଖରୀ କୂଳରେ ବ୍ୟାଗ୍‌ ଭିତରୁ ସୋମବାର ସକାଳୁ...

ମଦ ବିରୋଧରେ ଅଣ୍ଟାଭିଡ଼ିଲେ ୬ ଗାଁର ମହିଳା

ଅମରପାଲି,୨୮ା୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଅବାଧରେ ଦେଶୀ ବିଦେଶୀ ମଦ ବିକ୍ରି ଚାଲିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଅବକାରୀ...

ଶପଥ ନେଲେ ଦାରିଙ୍ଗବାଡି ଥାନା ପୋଲିସ: ଦୁର୍ନୀତି କରିବାନି କି ହେବାକୁ ଦେବାନି

ଦାରିଙ୍ଗବାଡି, ୨୮।୧୦(ଅରୁଣ ସାହୁ ): ରାଜ୍ୟରେ ଚାଲିଛି ଦୁର୍ନୀତି ନିବାରଣ ସଚେତନ କାର୍ଯ୍ୟକ୍ରମ। ସରକାରଙ୍କ ବିଭିନ୍ନ କାର୍ଯ୍ୟାଳୟରେ ଏ ନେଇ ସଚେତନ କରାଯାଉଛି। ଏହି କ୍ରମରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri