ରନ୍ଧନ ଗ୍ୟାସ୍‌ ଗୋଦାମ୍‌ରେ ସିଲିଣ୍ଡର ଲିକ୍‌

ପଡ଼ିଆ,୩୦ା୪: ଗ୍ୟାସ୍‌ ସିଲିଣ୍ଡର୍‌ ଲିକ୍‌ ଯୋଗୁ ମାଲକାନଗିରି ଜିଲା ପଡ଼ିଆସ୍ଥିତ ଇଣ୍ଡେନ୍‌ ଗ୍ୟାସ୍‌ ବିତରଣ କେନ୍ଦ୍ରରେ ଭୟର ବାତାବରଣ ସୃଷ୍ଟି ହୋଇଥିଲା। ଘଟଣାରୁ ପ୍ରକାଶ ଯେ, ପୂର୍ବାହ୍ନରେ ଗ୍ରାହକ ମାନଙ୍କୁ ଗ୍ୟାସ୍‌ ବଣ୍ଟନ କାର୍ଯ୍ୟ ଚାଲିଥିବା ସମୟରେ ହଠାତ୍‌ ଗୋଦାମ୍‌ରେ ଥିବା ଏକ ସିଲିଣ୍ଡରରୁ ଗ୍ୟାସ୍‌ ଲିକ୍‌ ହୋଇଥିଲା। କର୍ମଚାରୀମାନେ ଗ୍ୟାସ୍‌ ବନ୍ଦ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ। ଫଳରେ ସେଠାରେ ଉପସ୍ଥିତ କେତେକ ଗ୍ରାହକ ଓ କର୍ମଚାରୀ ଭୟଭୀତ ହୋଇଯାଥିଲେ। ଖବର ପାଇ ଅଗ୍ନିଶମ ବିଭାଗୀୟ ଅଧ୍ୟକ୍ଷ ବିରେନ୍ଦ୍ର କୁମାର ସିଂ ଏବଂ ଟିମ୍‌ ପହଞ୍ଚି ଲିକ୍‌ ହେଉଥିବା ସିଲିଣ୍ଡରକୁ ନେଇ ଏକ ପୋଖରୀ ନିକଟ ଖୋଲା ସ୍ଥାନରେ ରଖିଥିଲେ। ସମ୍ପୂର୍ଣ୍ଣ ଗ୍ୟାସ୍‌ ବାହାରକୁ ଛାଡ଼ିଥିଲେ। ସିଲିଣ୍ଡରର ଅବଧି ୨୦୨୪ ମସିହା ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଏପରି ଲିକ୍‌ ହେଉଛି। ତେଣୁ ନିୟମିତ ବ୍ୟବଧାନରେ ନୋଜଲ୍‌ ଏବଂ ଆବଶ୍ୟକ ଜିନିଷ ବଦଳାଇବା ପାଇଁ ଗ୍ରାହକମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପା-ପୁଅଙ୍କୁ ମରଣାନ୍ତକ ଆକ୍ରମଣ, ଘରେ ବୋମାମାଡ଼

ପୁରୀ,୧୭।୯: ପୁରୀ ବଳିଆପଣ୍ଡା ଥାନା ନାଲିପଡ଼ିଆ ଅଞ୍ଚଳରେ ମଙ୍ଗଳବାର ଏକ ଅଘଟଣ ଘଟିଛି। କେତେକ ଦୁର୍ବୃତ୍ତଙ୍କ ମାରଣାସ୍ତ୍ରରେ ବାପା-ପୁଅଙ୍କୁ ଗୋଡାଇ ଗୋଡାଇ ମରଣାନ୍ତକ ଆକ୍ରମଣ କରିଛନ୍ତି।...

ଫୁଲୁଛୁ ନଦୀ, ପଶୁଛି ପାଣି: ଭାଙ୍ଗିଲା ଜାମକୁଣ୍ଡା ସ୍ଲୁଇସ୍‌ ଗେଟ୍‌

ଭୁବନେଶ୍ୱର,୧୭।୯: ମୟୁରଭଞ୍ଜ, ବାଲେଶ୍ବର ପରେ ଏବେ ସୁନ୍ଦରଗଡ଼ ଓ କେନ୍ଦୁଝରରେ ଅତି ପ୍ରବଳ ବର୍ଷା ନେଇ ପ୍ରବଳ ବର୍ଷିବ। ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ମଙ୍ଗଳବାର...

ଡାକ୍ତରୀମାଇନା କରୁନାହାନ୍ତି, ସିସିଟିଭି ଲଗେଇ ନାହାନ୍ତି 

ଭୁବନେଶ୍ୱର, ୧୭।୯(ସୁନିତ୍‌ ମିଶ୍ର): ଭୁବନେଶ୍ୱରସ୍ଥିତ ଭରତପୁର ଥାନା ଏପରି ସୁନ୍ଦର ଭାବେ ନିର୍ମାଣ କରାଯାଇଛି ବାହାରୁ ଦେଖିଲେ ତାହା ଏକ ହୋଟେଲ୍‌ ଭଳି ଲାଗୁଛି। ଏହି...

ନାରୀଶକ୍ତିକୁ ଆର୍ଥିକ କ୍ଷେତ୍ରରେ ସ୍ବାଧୀନତା ଦେବ ସୁଭଦ୍ରା: ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ ସରକାରୀ ଯୋଜନା...

ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ୱର,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୋଗଦେଇ ‘ସୁଭଦ୍ରା’ ଯୋଜନା ସହ ବିଭିନ୍ନ...

ମା’ ହାତୀ ମୃତ୍ୟୁର ତିନିଦିନ ପରେ ଛୁଆ ଉଦ୍ଧାର

ଭବାନୀପାଟଣା/ନର୍ଲା,୧୬ା୯ (ଉତ୍ତମ କୁମାର ଦାଶ/ସନ୍ତୋଷ ପାତ୍ର)- କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ନର୍ଲା ରେଞ୍ଜ ଅନ୍ତର୍ଗତ ରେଗଡିମାଲ ନିକଟ ଜଙ୍ଗଲ ପାର୍ଶ୍ୱରୁ ଗତ ଶୁକ୍ରବାର ଏକ...

ଗଣେଶ ଭସାଣି ଗଣ୍ଡଗୋଳରୁ ଆକ୍ରମଣ: ବଡ଼ଭାଇ ମୃତ, ସାନ ଗୁରୁତର

ସୋରଡା,୧୬ା୯(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଅଧୀନ ଅମୃତୁଲୁ ଗ୍ରାମରେ ଗଣେଶ ଭସାଣି ବେଳେ ହୋଇଥିବା ଏକ ବଚସା ୩ ଦିନ ପରେ ଉଗ୍ରରୂପ...

ନମ୍ବର ବିହୀନ ଗାଡ଼ିର ପିଛା କରି ମୋଷ୍ଟ ଓ୍ବାଣ୍ଟେଡ୍‌ ଭୁବନଙ୍କୁ ଧରିଲା ପୋଲିସ 

ନବରଙ୍ଗପୁର,୧୬।୯(ସଦାଶିବ ପ୍ରହରାଜ): ହତ୍ୟା, ଡକାୟତି ଭଳି ଘଟଣାରେ ସମ୍ପୃକ୍ତ ଜଣେ ମୋଷ୍ଟ ୱାଣ୍ଟେଡ୍‌ଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri