ବ୍ୟାଟ୍ମ୍ୟାନ୍, ସୁପରମ୍ୟାନ୍, ହି ମ୍ୟାନ୍ ପରି ଅନେକ କାଳ୍ପନିକ ସୁପର୍ହିରୋ ସମ୍ପର୍କରେ ଜାଣିଥିବେ। ହେଲେ କେବେ ଡକ୍ ସୁପରହିରୋ ସମ୍ପର୍କରେ ଜାଣି ନ ଥିବେ। ଜାପାନର ତୋମୋହିରୋ ନିଜ ପାଖରେ ଥିବା ସାତୋଟି ରବର୍ ଡକ୍କୁ କାଟି, ଜଏଣ୍ଟ କରି ତାକୁ ଦେଇଛନ୍ତି ଡକ୍ ସୁପର୍ହିରୋ ରୂପ। ଆଉ ତାହା ବେଶ୍ ଆକର୍ଷକ ହୋଇଛି। ହାତ ଗୋଡ ହଲାଇ ପାରୁଥିବା ଏହି ଡକ୍ ସୁପରହିରୋକୁ ଦେଖିଲେ ଲାଗେ ଏହା ବହୁ ମୂଲ୍ୟର ଅଟେ। ହେଲେ ମାତ୍ର ୧୦୦ ୟେନ୍ରେ କିଣିଥିବା ରବର୍ ଡକ୍ରେ ଏହା ତିଆରି।