ବଲିଉଡ୍ର କ୍ଲାସିକ୍ ରୋମାଣ୍ଟିକ୍ ଫିଲ୍ମ ମଧ୍ୟରେ ଦିୟା ମିର୍ଜା ଏବଂ ଆର୍ ମାଧବନଙ୍କ ଅଭିନୀତ ‘ରହନା ହୈ ତେରେ ଦିଲ୍ ମେଁ’ ଅନ୍ୟତମ। ଉକ୍ତ ସମୟରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଫିଲ୍ମଟି ବେଶ୍ ଲୋକପ୍ରିୟ ହୋଇଥିଲା। ଫିଲ୍ମ ରିଲିଜ୍ ହେବାର ୧୯ ବର୍ଷ ହୋଇଥିଲେ ମଧ୍ୟ ଆଜି ବି ଏହାକୁ ସିନେପ୍ରେମୀ ପସନ୍ଦ କରନ୍ତି।
ଦିୟା ଏବଂ ମାଧବନ ଏହି ଫିଲ୍ମ ମାଧ୍ୟମରେ ବଲିଉଡ୍ରେ ଡେବ୍ୟୁ କରିଥିଲେ। ନିକଟରେ ଏହି ଯୋଡି ଏକ ସ୍ପତନ୍ତ୍ର ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଥିଲେ। ଦର୍ଶକ ଏହାକୁ ବେସ୍ ପସନ୍ଦ ମଧ୍ୟ କରିଛନ୍ତି। ଏହି ଯୋଡିକୁ ପ୍ରଶଂସକ ଆଜି ବି ସେତିକି ଭଲ ପାଉଛନ୍ତି ଯେତିକି ଫିଲ୍ମ ରିଲିଜ୍ ସମୟରେ ପାଉଥିଲେ। ତେଣୁ ସେମାନେ ଫିଲ୍ମର ସିକୁଏଲ ଚାହୁଁଥିବା ମେସେଜ୍ ମାଧ୍ୟମରେ କହିଛନ୍ତି। ଫିଲ୍ମର ସିକୁଏଲ ବିଷୟରେ କହିବାକୁ ଯାଇ ଦିୟା କୁହନ୍ତି, ମୁଁ ଏବଂ ମାଧବନ ଫିଲ୍ମର ସିକୁଏଲ ପାଇଁ ଚେଷ୍ଟା ଚଳାଇଛୁ। ଏବେ କେବଳ ବାକି ରହିଲା ଦର୍ଶକ କେବେ ଉଭୟଙ୍କୁ ଉପରେ ଦେଖିବାକୁ ପାଇବେ।
Posted inମନୋରଞ୍ଜନ