Posted inଫୁରସତ

ରାକ୍ଷୀରେ ଦିଅନ୍ତୁ ଏପରି ଗିଫ୍ଟ ଖୁସି ହୋଇଯିବେ ଭଉଣୀ

ଭଉଣୀ ଭାଇର ପବିତ୍ର ସମ୍ପର୍କକୁ ସୁଦୃଢ଼ କରିଥାଏ ରାକ୍ଷୀ। ତେବେ ଏହି ରାକ୍ଷୀପୂର୍ଣ୍ଣିମାକୁ ସବୁ ଭାଇଭଉଣୀ ଉତ୍ସୁକତାର ସହ ଅପେକ୍ଷା କରିଥାନ୍ତି। ରକ୍ଷାବନ୍ଧନ ଆସିଗଲେ ବଜାରରେ ରାକ୍ଷୀ, ମିଠା, ଚକୋଲେଟ ସହ ଗିଫ୍ଟ ଦୋକାନରେ ପ୍ରବଳ ଭିଡ଼ ଦେଖିବାକୁ ମିଳେ। କାରଣ ରକ୍ଷାକବଚ ଭାବି ଭଉଣୀଟିଏ ପବିତ୍ର ଡୋରୀକୁ ଭାଇଙ୍କ ହାତରେ ବାନ୍ଧି ଦେଇଥାନ୍ତି। ଏହାର ପ୍ରତିବଦଳରେ ଭଉଣୀଟି ସ୍ନେହରେ କିଛି ଗିଫ୍ଟ ଚାହିଁଥାନ୍ତି ଭାଇଙ୍କଠାରୁ।
ଅନେକ ଭାଇ ଅଛନ୍ତି ସେମାନେ ଭଉଣୀଙ୍କୁ ଗିଫ୍ଟ ଦେବାକୁ ଚାହୁଁଥିଲେ ମଧ୍ୟ କେଉଁ ଗିପ୍ଟ ଦେଲେ ଭଉଣୀଟିଏ ଖୁସି ହେବ ସେନେଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ତେବେ ଜାଣନ୍ତୁ କେଉଁ ଉପହାର ଦେବେ ଭଉଣୀଙ୍କୁ…
ଉପହାର ଦେବା ସମୟରେ ନଜର ରଖିବେ ଭଉଣୀଙ୍କୁ କ’ଣ ପସନ୍ଦ ହୋଇଥାଏ। ଯାହା ଦେବା ଫଳରେ ସେ ଅଧିକ ଖୁସି ହୋଇପାରିବେ।

ଯାନ୍ତ୍ରିକ ଉପକରଣ ବା ଲାପଟପ୍‌: ଆପଣ ଯଦି ଦାମୀ ଉପହାର ଦେବାକୁ ଚାହୁଁଛନ୍ତି ଲାପଟପ୍‌ ଦେଇ ପାରିବେ। କାରଣ ଟେକ୍‌ନିକାଲ ଯୁଗରେ ଏହି ସାମଗ୍ରୀ ବେଶୀ ଦରକାରରେ ଆସିଥାଏ। ଏହାଠୁ ଅଧିକ ଦାମୀ ଜିନିଷ ଦେବାକୁ ଚାହୁଁଥିଲେ ଗାଡ଼ି ମଧ୍ୟ ଦେଇପାରିବେ।

ବର୍ତ୍ତମାନ ସମୟରେ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଯଥା ସନ୍‌ ଗ୍ଲାସ, ପରଫ୍ୟୁମ, ଘଣ୍ଟା ଆଦି ଗିଫ୍ଟ କରିପାରିବେ। ଏଥିରେ ସେମାନେ ଅଧିକ ଖୁସି ହେବେ।

ସ୍ବାସ୍ଥ୍ୟ କିମ୍ବା ଜୀବନ ବୀମା : ଏହା ସବୁଠୁ ମହତ୍ତ୍ୱପୂର୍ଣ୍ଣ ଉପହାର। ଯାହା ସବୁଦିନ ପାଇଁ ମନେ ରହିବ। ଭଉଣୀ କିମ୍ବା ଭାଇଙ୍କ ଭବିଷ୍ୟତରେ କାର୍ଯ୍ୟରେ ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

ଶ୍ରୀମନ୍ଦିରକୁ ସୁରକ୍ଷା ଦେଉଥିବା ମେଘନାଦ ପାଚେରି ଅସୁରକ୍ଷିତ: ଗଳୁଛି ପାଣି

ପୁରୀ ୧୪।୧୨( ଅଜିତ୍‌ କୁମାର ମହାନ୍ତି ): ଶ୍ରୀମନ୍ଦିର ମେଘନାଦ ପ୍ରାଚୀର ବିପଦରେ ଥିବା ଦେଖିବାକୁ ମିଳିଛି । ମେଘନାଦ ପାଚେରି ଯୋଡେଇ ଫାଟ ହୋଇ...

ବ୍ୟକ୍ତିଙ୍କୁ ଏମିତି ଆକ୍ରମଣ କଲା ବିଶାଳକାୟ ଅଜଗର, ଭିଡିଓ ଦେଖିଲେ…

ସାପକୁ ସାମ୍ନା କରିବା କିମ୍ବା ବୀରତ୍ୱପୂର୍ଣ୍ଣ ସାହସ ପ୍ରଦର୍ଶନ କରିବା ପ୍ରାୟତଃ ଘାତକ ସାବ୍ୟସ୍ତ ହୋଇଥାଏ। ତେଣୁ ଅଧିକାଂଶ ଲୋକ ସାପଠାରୁ ଦୂରେଇ ରହିବାକୁ ପସନ୍ଦ...

ପ୍ରସିଦ୍ଧ ଲେଖକ ତଥା ପଦ୍ମଶ୍ରୀ ରସ୍କିନ ବଣ୍ଡ ଗୁରୁତର ଅସୁସ୍ଥ

ନୂଆଦିଲ୍ଲୀ,୧୪।୧୨: ପ୍ରସିଦ୍ଧ ଲେଖକ ଏବଂ ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ୯୧ ବର୍ଷିୟ ରସ୍କିନ ବଣ୍ଡଙ୍କୁ ଡେରାଡୁନର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେ ଗତ ଚାରି...

ମେସିଙ୍କ ସହ ସେଲ୍‌ଫି ନେବାକୁ ଚାହୁଁଥିଲେ ବିକ୍ରି କରିବାକୁ ପଡ଼ିପାରେ ଆପଣଙ୍କ ଘର! ଟିକେଟର ଦାମ ଶୁଣିଲେ…

ନୂଆଦିଲ୍ଲୀ,୧୪।୧୨: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ ମେସି ବର୍ତ୍ତମାନ ତିନି ଦିନିଆ ଭାରତ ଗସ୍ତରେ ଅଛନ୍ତି। ସେ ପ୍ରଥମେ କୋଲକାତାରେ ପହଞ୍ଚିଥିଲେ, ତା’ପରେ ହାଇଦ୍ରାବାଦରେ ପହଞ୍ଚିଥିଲେ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

‘ଗିରଫ ହୁଅନ୍ତୁ ମମତା,’ କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ଗୁଆହାଟି,୧୪।୧୨: ଶନିବାର କୋଲକାତାରେ ଆର୍ଜେଣ୍ଟିନା ଫୁଟବଲ ତାରକା ଲିଓନେଲ ମେସିଙ୍କ ଏକ କାର୍ଯ୍ୟକ୍ରମରେ ଘଟିଥିବା ବିଶୃଙ୍ଖଳା ପରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିରୋଧୀଙ୍କ ସମାଲୋଚନାର ଶିକାର...

‘ଜଞ୍ଜିରରେ ହୋଇଛି ବନ୍ଧା…ମାଡ଼ରେ ଶରୀର ରୁଟି ଭଳି ଫୁଲିଯାଇଛି…’, ମାସୁଦ ଆଝାରଙ୍କ ଭାଇରାଲ ଅଡିଓ କ୍ଲିପକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୧୪।୧୨: ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ନେତା ମାସୁଦ ଆଝାରଙ୍କ ଏକ ଚାଞ୍ଚଲ୍ୟକର ଅଡିଓ କ୍ଲିପ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ଏହି...

ଦାରିଙ୍ଗବାଡିରେ ଅସହ୍ୟ ଶୀତ: ଚତୁର୍ଥ ଦିନରେ ତୁଷାରପାତ 

ଦାରିଙ୍ଗବାଡି,୧୪।୧୨ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ଗତ କିଛିଦିନ ହେଲା କାଶ୍ମୀର ଭଳି ପରିସ୍ଥିତି ଦେଖାଯାଇଛି। ରବିବାରକୁ ମିଶାଇ ଗତ ଚାରିଦିନ ଧରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri