ରାଜଧାନୀ ଓଭରବ୍ରିଜ୍‌ରେ ମାତିଲେ ଲୁଟେରା: ଅଧଘଣ୍ଟାରେ ସିରିଜ୍‌ ଲୁଟ୍‌; ଚେନ୍‌, ଭ୍ୟାନିଟି ଝାମ୍ପିନେଲେ;ଦୁଇ ମହିଳାଙ୍କ ମୁଣ୍ଡ ଫାଟିଲା

ଭୁବନେଶ୍ୱର, ୧୯।୫(ବ୍ୟୁରୋ)- ରାଜଧାନୀରେ ପୁଣି ସକ୍ରିୟ ହୋଇଉଠିଛି ଲୁଟେରା ଗ୍ୟାଙ୍ଗ୍‌। ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ ହୋଇଥିବା ସିରିଜ ଲୁଟ୍‌ ମାମଲାରେ ପୋଲିସ ଏଯାଏ ଲୁଟେରାଙ୍କୁ ଠାବ କରିପାରି ନ ଥିବାବେଳେ ଶନିବାର ଅଧଘଣ୍ଟା ଭିତରେ ଜାତୀୟ ରାଜପଥରେ ଏକାଧିକ ଲୁଟ୍‌ ହୋଇଛି। ରସୁଲଗଡ ଓ ନୟାପଲ୍ଲୀ ଓଭରବ୍ରିିଜ ଉପରେ ଘଟିଛି ଏହି ସିରିଜ ଲୁଟ୍‌॥ ଲୁଟେରାମାନେ ପଲସର ବାଇକରେ ଆସି ଗାଡିରେ ଯାଉଥିବା ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଲୁଟେରାମାନେ ଚେନ ଓ ଭ୍ୟାନିଟ୍‌ ଝାମ୍ପିନେବାବେଳେ ଗାଡିରୁ ଖସିପଡ଼ି ୪ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କ ମୁଣ୍ଡ ଫାଟି ଯାଇଛି। ସମସ୍ତ ଘଟଣାରେ ଆହତମାନଙ୍କୁ ପିସିଆର୍‌ ପୋଲିସ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୁଣ୍ଡ ଫାଟିଥିବା ମହିଳା ହେଲେ ପଳାଶୁଣୀରେ ରହୁଥିବା ଲୋଜନାଗନ୍ଧା ମହାନ୍ତି ଓ ପଟିଆରେ ରହୁଥିବା ଅଞ୍ଜନା ରାଉତ। ଏହାସହ ଗାଡି ଚଲାଉଥିବା ବଡଗଡ ବ୍ରିଟ୍‌ କଲୋନୀର ସୁବ୍ରତ ରଞ୍ଜନ ସାହୁ ଓ ଅଞ୍ଜନାଙ୍କ ସ୍ବାମୀ ଅଜୟ ରାଉତ ମଧ୍ୟ ଆହତ ହୋଇଛନ୍ତି। ଏନେଇ ମଞ୍ଚେଶ୍ୱର ଓ ନୟାପଲୀ ଥାନାରେ ଦୁଇଟି ଅଭିଯୋଗ ହୋଇଛି। ଦିନଦ୍ୱିପ୍ରହରରେ ଏଭଳି ଲୁଟ୍‌ ହୋଇଥିବାବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ରସୁଲଗଡ଼ ଓଭରବ୍ରିଜ୍‌ରେ ଦମ୍ପତିଙ୍କୁ ଟାର୍ଗେଟ
ପଟିଆରେ ପରିବାର ସହ ରୁହନ୍ତି ଅଞ୍ଜନା ରାଉତ। ଅପରାହ୍ନ ୪ଟାରେ ସେ ସ୍ବାମୀ ଅଜୟଙ୍କ ସହ ୟୁନିଟ୍‌-୪ ଅଞ୍ଚଳରୁ ବାହାରି ନିଜ ଗ୍ରାମ ଜଗତ୍‌ସିଂହପୁରକୁ ସ୍କୁଟିରେ ଯାଉଥିଲେ। ରସୁଲଗଡ ନିକଟରେ ହୋଇଥିବାବେଳେ ଦୁଇଜଣ ଲୁଟେରା ମୁହଁରେ କପଡା ବାନ୍ଧି ସେମାନଙ୍କ ପିଛା କରିଥିଲେ। ଓଭରବ୍ରିଜ ଉପରେ ଲୁଟେରାଙ୍କ ଗାଡ଼ି ଅଜୟଙ୍କ ସ୍କୁଟିର ବାମପଟେ ଅତି ନିକଟତର ହୋଇଥିଲା। ଏହି ସମୟରେ ପଛରେ ବସିଥିବା ଜଣେ ଲୁଟେରା ହଠାତ୍‌ ଅଞ୍ଜନାଙ୍କ ବେକରୁ ସୁନାଚେନ ଝାମ୍ପି ନେଉଥିଲେ। ହେଲେ ଅଞ୍ଜନା ଚେନ୍‌କୁ ଧରିପକାଇବାରୁ ଲୁଟେରାମାନେ ତାଙ୍କ ସ୍କୁଟିକୁ ଗୋଡ଼ରେ ଧକ୍କାମାରି ଚେନ୍‌ ନେଇ ପାର୍‌ ହୋଇଯାଇଥିଲେ। ଫଳରେ ଅଜୟ ଭାରସାମ୍ୟ ହରାଇବାରୁ ଗାଡିଟି ଓଭରବ୍ରିଜ ବାଡ଼ରେ ପିଟି ହୋଇଯାଇଥିଲା। ସ୍କୁଟି ପଛରେ ବସିଥିବା ଅଞ୍ଜନାଙ୍କ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିଲା ଓ ଅଜୟ ମଧ୍ୟ ଆହତ ହୋଇଥିଲେ।

ଚେନ୍‌ ନେଇ ନ ପାରି ଭ୍ୟାନିଟ୍‌ ଛାମ୍ପିଲେ
ପଳାଶୁଣୀରେ ରହୁଥିବା ଲୋଜନଗନ୍ଧା ମହାନ୍ତି ମାର୍କେଟିଂ କାମ କରନ୍ତି। ସେ ତାଙ୍କ ସଂସ୍ଥାର ଜଣେ ସହଯୋଗୀ ସୁବ୍ରତ ରଞ୍ଜନ ସାହୁଙ୍କ ସହ ଅଫିସ କାମରେ ଖୋର୍ଦ୍ଧା ଯାଉଥିଲେ। ରସୁଲଗଡ଼ ଓଭରବ୍ରିଜ୍‌ରେ ଲୁଟ୍‌ ପରେ ଲୋକେ ଜମା ହୋଇଥିବା ଦେଖି ସେମାନେ ସେଠାରେ କିଛି ସମୟ ଅଟକି ପୁଣି ନିଜ କାମରେ ଖୋର୍ଦ୍ଧା ଅଭିମୁଖେ ବାଇକରେ ଯାଉଥିଲେ। ନୟାପଲୀ ଓଭରବ୍ରିଜ୍‌ ଉପରେ ହୋଇଥିବାବେଳେ ଦୁଇଜଣ ଯୁବକ ଏକ ପଲ୍‌ସରରେ ପିଛା କରି ସମାନ ଢଙ୍ଗରେ ସେମାନଙ୍କ ବାମପଟେ ଅତି ନିକଟତର ହୋଇ ଲୋଜନାଙ୍କ ବେକରୁ ସୁନାଚେନ ଝାମ୍ପିଥିଲେ। ହେଲେ ଚେନ୍‌ଟି ତାଙ୍କ ଭ୍ୟାନିଟି ଭିତରକୁ ଖସି ପଡିବାରୁ ଲୁଟେରା ଉକ୍ତ ବ୍ୟାଗ୍‌କୁ ଛଡାଇବା ପାଇଁ ଉଦ୍ୟମ କରିଥିଲେ। ବାରମ୍ବାର ଭ୍ୟାନିଟ୍‌ ଟଣାଓଟରା କରିବାରୁ ସୁବ୍ରତ ଭାରସାମ୍ୟ ହରାଇଥିଲେ। ଫଳରେ ଗାଡିଟି ଓଭରବ୍ରିଜ ଡିଭାଇଡରରେ ପିଟି ହୋଇଯାଇଥିଲା। ହେଲମେଟ୍‌ ପିନ୍ଧିଥିବାରୁ ସୁବ୍ରତ ବର୍ତ୍ତିଯାଇଥିଲେ ମଧ୍ୟ ଲୋଜନାଙ୍କ ମୁଣ୍ଡ ମାଡ଼ ହୋଇ ଫାଟିଯାଇଥିଲା। ଏହାଦେଖି ଲୁଟେରା ଖଣ୍ଡଗିରି ଅଭିମୁଖେ ଫେରାର ହୋଇଯାଇଥିଲେ। ସେହିଭଳି ଯିବାବାଟରେ ସମ୍ପୃକ୍ତ ଲୁଟେରାମାନେ ଆଉ କେତେଜଣଙ୍କଠାରୁ ଲୁଟ୍‌ କରିଥିବା ଜଣାପଡିଛି।

ଗୋଟିଏ ଗ୍ୟାଙ୍ଗ୍‌ ସଂପୃକ୍ତ
କିଛିଦିନର ନୀରବତା ପରେ ପୁଣି ଲୁଟେରା ସକ୍ରିୟ ହୋଇଉଠିବା ପୋଲିସର ଚିନ୍ତା ବଢ଼ାଇ ଦେଇଛି। ତେବେ ଏହି ସିରିଜ୍‌ ଲୁଟ୍‌ ଘଟଣାରେ ଗୋଟିଏ ଗ୍ୟାଙ୍ଗ୍‌ର ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଛି। ସେମାନେ ରସୁଲଗଡରୁ ଲୁଟ କରିବା ପରେ ନୟାପଲୀ ଓଭରବ୍ରିଜ୍‌ ଉପରେ ମହିଳାଙ୍କଠାରୁ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଲୁଟ୍‌ରେ ସଂପୃକ୍ତ ଥିବା ଦୁଇ ଅଭିଯୁକ୍ତ ଜେଲ ଫେରନ୍ତା କିମ୍ବା ଇଞ୍ଜିନିୟରିଂ ଛାତ୍ର ହୋଇଥିବା ପୋଲିସ ସନ୍ଦେହ କରୁଛି।

ଖୁବ୍‌ ଶୀଘ୍ର ଗିରଫ କରାଯିବ: ସିପି
ଦିିନ ଦ୍ୱିପ୍ରହରରେ ରାଜଧାନୀର ଜନଗହଳିପୂର୍ଣ୍ଣ ରାଜପଥରେ ଏକାଧିକ ଲୁଟ୍‌ ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ପୂର୍ବରୁ ଏକାଧିକ ଲୁଟ୍‌ରେ ପୋଲିସ ବିଫଳ ହୋଇଥିବାବେଳେ ଏହି ଲୁଟ୍‌ରେ ସଂପୃକ୍ତଥିବା ଦୁଇଜଣ ଅଭିଯୁକ୍ତଙ୍କୁ କିପରି ଗିରଫ କରିବ ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ତେବେ ପୋଲିସ କମିଶନର (ସିପି) ସତ୍ୟଜିତ୍‌ ମହାନ୍ତି କହିଛନ୍ତି, ରାଜଧାନୀରେ ପାଟ୍ରୋଲିଂ କଡାକଡି କରାଯିବ। ବିଶେଷକରି ଏହି ଗ୍ୟାଙ୍ଗ୍‌କୁ ଖୁବ୍‌ଶୀଘ୍ର ଧରାଯିବ।

ଓଭରବ୍ରିଜ୍‌ ଉପରେ ପୋଲିସ ମୁତୟନ ଦାବି
ରାତି ହେଉ ଅବା ଦିନ ଶହୀଦନଗର,ରସୁଲଗଡ ଏବଂ ନୟାପଲୀ ଓଭରବ୍ରିଜ ଉପରେ ଅପରାଧୀମାନେ ସକ୍ରିୟ ରହୁଛନ୍ତି। ବାରମ୍ବାର ଲୁଟ୍‌ ଓ ଆକ୍ରମଣ ହେଉଛି। ଏହାସତ୍ତ୍ୱେ ଓଭରବ୍ରିଜ ଉପରେ କେତେବେଳେ ବି ପୋଲିସ କର୍ମଚାରୀଙ୍କୁ ଦେଖିବାକୁ ମିଳୁନି। ପୂର୍ବରୁ ବାରମ୍ବାର ଏପରି ଘଟଣା ପରେ ଓଭରବ୍ରିଜ ଉପରେ ପୋଲିସ ମୁତୟନ କରାଯାଇଥିଲା। ହେଲେ ପରେ ତାହାକୁ କାଢି ନିଆଯାଇଥିଲା। ତେଣୁ ଓଭରବ୍ରିଜ ଉପରେ ସ୍ଥାୟୀ ଭାବେ ସୁରକ୍ଷା ବ୍ୟବସ୍ଥା ଜାରି ରଖିବାକୁ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ଅଭିଯୁକ୍ତଙ୍କୁ ଶଗଡ଼ରେ ବାନ୍ଧି ଉଲଗ୍ନ ପରେଡ୍‌ କରାଇଲେ

ବାହରିଚ୍‌,୧୮।୪: ଉତ୍ତରପ୍ରଦେଶର ବାହରିଚ୍‌ ଜିଲାର ବିଶ୍ୱେଶ୍ୱରଗଞ୍ଜ ଅଞ୍ଚଳରେ ଜଣେ ବଳାତ୍କାର ଅଭିଯୁକ୍ତଙ୍କୁ ସ୍ଥାନୀୟ ଲୋକେ ଶଗଡ଼ରେ ବାନ୍ଧି ମାଡ଼ ମାରିବା ସହ ଉଲଗ୍ନ ପରେଡ୍‌ କରାଇଥିବା...

TVS ଆଣିଲା ସୁଲଭ ସ୍ପୋଟ୍ସ ବାଇକ୍‌, ଫଚ୍ୟୁନରଠାରୁ ଅଧିକ ରହିଛି ସ୍ପିଡ୍‌

ନୂଆଦିଲ୍ଲୀ,୧୮।୪: ଟିଭିଏସ୍‌ ମୋଟର କମ୍ପାନୀ ଅପଡେଟେଡ୍‌ ୨୦୨୫ ଆପାଚି ଆର୍‌ଆର୍‌ ୩୧୦ ଲଞ୍ଚ କରିଛି। ଟିଭିଏସ୍‌ ମୋଟରର ଏହି ବାଇକର ଅନେକ ବୈଶିଷ୍ଟ୍ୟ ରହିଛି। ଏହା...

‘ପଶ୍ଚିମବଙ୍ଗକୁ ଆଉ ଏକ ପାକିସ୍ତାନ କରିବାର ଷଡ଼ଯନ୍ତ୍ର…’

କୋଲକାତା,୧୮।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ତପସ୍ବୀ ଚଭନୀ ପୀଠାଧୀଶ୍ୱର ଜଗତଗୁରୁ ପରମହଂସ ଆଚାର୍ଯ୍ୟ ବଡ଼ ଅଭିଯୋଗ ଆଣିଛନ୍ତି। ସେ ପଶ୍ଚିମବଙ୍ଗକୁ ‘ଆଉ ଏକ...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ? ୟୁରୋପର ୪୪ ଦେଶରେ ମୁସଲମାନ ଶାସନ!

ନୂଆଦିଲ୍ଲୀ,୧୮।୪: ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଅନୁସାରେ, ୨୦୪୩ ସୁଦ୍ଧା ମୁସଲିମ ସମ୍ପ୍ରଦାୟ ୟୁରୋପରେ ମହାନ ରାଜନୈତିକ ଶକ୍ତି ହାସଲ କରିବେ। ୨୦୨୫ରୁ ୟୁରୋପରେ ଏକ ବଡ଼...

ଭାଜପାର ୨ ଗୋଷ୍ଠୀ ମଧ୍ୟରେ ଠେଲାପେଲା: ଦଳୀୟ ସମ୍ମିଳନୀରେ ଗୋଷ୍ଠୀ କନ୍ଦଳ

ବଡ଼ବିଲ,୧୮ା୪(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲଠାରେ ଭାଜପା ପକ୍ଷରୁ ଆୟୋଜିତ ସକ୍ରିୟ ସଦସ୍ୟ ସମ୍ମିଳନୀରେ ଶୁକ୍ରବାର ଦଳର ୨ ଗୋଷ୍ଠୀ ମଧ୍ୟରେ କଥା କଟାକଟି ଓ...

ପୋଲିସ୍ ପ୍ରତିଷ୍ଠା ଦିବସ ଅବସରରେ ବଡଖାନା

ଭଞ୍ଜନଗର,୧୮/୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା  ଭଞ୍ଜନଗର ନିକଟସ୍ଥ ତନରଡ଼ା ସ୍ଥିତ ଆଇ ଆର୍ ବି ୮ ମ ସ୍ଵତନ୍ତ୍ର ବାଟାଲିୟନ ପରିସରରେ ପୋଲିସ୍ ପ୍ରତିଷ୍ଠା ଦିବସ...

ମେ’ ୭ ରୁ ପୁରୁଷୋତ୍ତମପୁର ଠାକୁରାଣୀ ଯାତ୍ରା

ପୁରୁଷୋତ୍ତମପୁର,୧୮।୪ (ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରର ଐତିହାସିକ ପ୍ରସିଦ୍ଧ ମା’ କନକା ଠାକୁରାଣୀଙ୍କ ସମେତ କାଳୁଆ, ତାରାତାରିଣୀ, କାଳୀ ଓ ଫୁଲସୁନ୍ଦ ସୁନ୍ଦରୀ ଆଦି...

ଘରକୁ ଫେରି ପାରିଲେନି; ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ, ୩ ଗୁରୁତର

ଜି.ଉଦୟଗିରି,୧୮।୪(ଚିନ୍ମୟ କୁମାର ସେଠୀ): ଜି. ଉଦୟଗିରିରେ ୨ ପୃଥକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ସ୍ଥାନୀୟ ପରିଷଦ ଅନ୍ତର୍ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image