ରାଜଧାନୀ ରାତିରେ ଲୁଟେରାଙ୍କ ରାଜ୍‌: ଶୋଇଯାଉଛି ପୋଲିସ, ମାତୁଛନ୍ତି ଅପରାଧୀ

ଭୁବନେଶ୍ୱର, ୨୫।୬(ବ୍ୟୁରୋ): ଦିନକୁ ଦିନ ଅସୁରକ୍ଷିତ ହୋଇପଡୁଛି ରାଜଧାନୀ ରାତି। ୧୦ଟା ଟପିଲେ ଉତ୍ପାତ ଆରମ୍ଭ କରୁଛନ୍ତି ଅପରାଧୀ। ଜାତୀୟ ରାଜପଥଠାରୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା ଓ ଗଳିକନ୍ଦିରେ କରୁଛନ୍ତି ରାଜୁତି। ବନ୍ଧୁକ, ଖଣ୍ଡା, ଭୁଜାଲି ବୁଲୁଛି। ଜାତୀୟ ରାଜପଥରେ ଛକି ରହି କାର ଡ୍ରାଇଭରଙ୍କଠାରୁ ଲୁଟପାଟ କରୁଛନ୍ତି। ସୀମା ଟିପିଛି ଚୋରି ଓ ଡକାୟତି। ଏପଟେ ଶୋଇଯାଉଛି ସ୍ମାର୍ଟସିଟିର ଅନ୍‌ସ୍ମାର୍ଟ ପୋଲିସ। କେତେବେଳେ ଥାନା ଚୌକିରେ ବସି ଘୁମାଉଛନ୍ତି ତ ଆଉ କେତେବେଳେ ପିସିଆର୍‌ ଭ୍ୟାନ୍‌ ରାସ୍ତାରେ ରଖି ପାଳିକରି ଘୁଙ୍ଗୁଡି ମାରୁଛନ୍ତି। କିଛି ଘଟଣା ଘଟିବା ପରେ ଚିଇଁକି ଉଠୁଥିବା ପୋଲିସ ବ୍ଲକିଂ, ଚେକିଂ, ଚଢ଼ାଉ କରି ପୁଣି ଶୋଇଯାଉଛି। ଫଳରେ ଅପରାଧୀଙ୍କ ଆତଙ୍କରାଜ୍‌ରେ ଭୟଭୀତ ଅବସ୍ଥାରେ ରହୁଛନ୍ତି ସହରବାସୀ। ରାତିରେ ଘରୁ ବାହାରିବାକୁ ଡରୁଛନ୍ତି। ତେବେ ଗତକିଛିଦିନ ହେବ ରାଜଧାନୀ ରାତିର ସ୍ଥିତି ସବୁଠୁ ବିଗିଡି ଯାଇଛି। ଅପରାଧୀମାନେ ନିଶାଖାଇ ଉତ୍ପାତ କରୁଥିବାବେଳେ ନାନା ଅପରାଧ ଘଟାଉଛନ୍ତି। ଏହାକୁ ନେଇ ସହରବାସୀଙ୍କ ଚିନ୍ତା ବଢ଼ିଯାଇଥିବାବେଳେ ପୋଲିସ ପାଇଁ ଚ୍ୟାଲେଞ୍ଚ ହୋଇଛି।

ଲୁଟ୍‌ କାରରେ ଘଟାଉଛନ୍ତି ଅପରାଧ

କିଛିଦିନ ହେବ ରାଜଧାନୀରେ କାର୍‌ ଲୁଟ୍‌ ଘଟଣା ବଢ଼ି ଚାଲିଛି। ଏହି ଘଟଣା ପଛରେ ରହିଥିବା ରହସ୍ୟ ପଦାକୁ ଆସିଛି। ଅପରାଧୀମାନେ ଅପରାଧରେ ବ୍ୟବହାର ପାଇଁ କାର୍‌ ଲୁଟ୍‌ କରୁଥିବା ଜଣାପଡ଼ିଛି। କାରଣ ପୋଲିସ ଧରିବାକୁ ଚେଷ୍ଟାକଲେ ଗାଡି ଛାଡି ସହଜରେ ଖସି ଯାଇ ହେବ। ଲୁଟ୍‌ ଗାଡି ହୋଇଥିବାରୁ ପୋଲିସ ସେମାନଙ୍କର ସୁରାକ ବି ପାଇପାରିବ ନାହିଁ। ବିଗତ ଦିନରେ ଅପରାଧୀମାନେ ଚୋରି କିମ୍ବା ଲୁଟ୍‌ କାର ବ୍ୟବହାର କରି ଅପରାଧ ଘଟାଇଥିବା ନଜିର ରହିଛି। ଗତ ଫେବୃୟାରୀ ମାସରେ କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ୍‌ କଣ୍ଡିରା ପଞ୍ଚାୟତରେ ଏକ ଅପରାଧୀ ଗ୍ୟାଙ୍ଗ୍‌ର ସଦସ୍ୟମାନେ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ଗୁଳିକରି ହତ୍ୟା କରିଥିଲେ। ଅଭିଯୁକ୍ତମାନେ ଛାଡ଼ି ଯାଇଥିବା କାର୍‌ଟି ଘଟଣାର କିଛିଦିନ ପୂର୍ବରୁ ଯାଜପୁର ଅଞ୍ଚଳରୁ ଲୁଟ୍‌ କରିଥିବା ଜଣାପଡିଥିଲା। ଅପରାଧ ଘଟାଇବାକୁ ଉକ୍ତ କାର୍‌ ଲୁଟ୍‌ କରିଥିବା ଧରାପଡିଥିବା ଜଣେ ଅଭିଯୁକ୍ତ କହିଥିଲେ। ତେଣୁ ପୋଲିସ କାର୍‌ ଚୋରି ଘଟଣାକୁ ହାଲ୍‌କା ଭାବେ ଗ୍ରହଣ ନ କରି ଏହା ଉପରେ ଗୁରୁତ୍ୱ ଦେବା ଜରୁରୀ ହୋଇପଡିଛି।

ମାସକରେ ୧୬ରୁ ଊର୍ଦ୍ଧ୍ୱ ଲୁଟ୍‌

ରାଜଧାନୀରେ ଗୋଟିଏ ମାସ ମଧ୍ୟରେ ୧୬ରୁ ଊର୍ଦ୍ଧ୍ୱ ଲୁଟ୍‌ ଘଟଣା ଘଟିଛି। ଯାତ୍ରୀଙ୍କଠାରୁ ୧୨ରୁ ଊର୍ଦ୍ଧ୍ୱ ଲୁଟ୍‌ ହୋଇଥିବାବେଳେ ୪ଟି କାର ଲୁଟ୍‌ ହୋଇଥିବା ଅଭିଯୋଗ ରହିଛି। ଖଣ୍ଡଗିରି, ଶହୀଦନଗର, ମଞ୍ଚେଶ୍ୱର, ନୟାପଲ୍ଲୀ ଓ ବାଲିଅନ୍ତା ଥାନାଞ୍ଚଳରେ ଏସବୁ ଘଟଣା ଘଟିଛି। ପୋଲିସ କେବଳ ମାମଲା ରୁଜୁ କରି ତଦନ୍ତ କରୁଥିବା କହୁଥିଲେ ମଧ୍ୟ ସମ୍ପୃକ୍ତ ଅପରାଧୀଙ୍କୁ ଧରିବାରେ ବିଫଳ ହୋଇଛି। ଗତ ୧୭ ତାରିଖରେ ଖଣ୍ଡଗିିରି ଥାନା ଅନ୍ତର୍ଗତ ଆମ୍ରି ହସ୍ପିଟାଲ ଦେଇ ସରୋଜ କୁମାର ସାମନ୍ତରାୟ ପରିବାର ସହ କାରରେ ଯାଉଥିବାବେଳେ ଲୁଟେରାମାନେ ଅଟକାଇ ସୁନା ଗହଣା ଲୁଟିନେଇଥିଲେ। ବାଲିଅନ୍ତା ଥାନା ହଂସପାଳ ଛକ ନିକଟରେ ଲୁଟ୍‌ ଓ ବାଇକ ଚାଳକଙ୍କୁ ଅପହରଣ କରାଯାଇଥିଲା ଅଭିଯୋଗ ହୋଇଥିଲା। ଖଣ୍ଡଗିରି ଘାଟିକିଆ ଅଞ୍ଚଳରେ ବନ୍ଧୁକ ଦେଖାଇ ଲୁଟ, ନୟାପଲ୍ଲୀ ଆଇଆର୍‌ସି ଭିଲେଜରୁ ଶିବ ସୁନ୍ଦରଙ୍କୁ ଅପହରଣ ସହ କାର ଲୁଟ୍‌ ଉଦ୍ୟମ, ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ପାଣ୍ଡରା ଛକରେ ବାଇକ୍‌ ଚାଳକଙ୍କ ବେକରେ କଟୁରି ଲଗାଇ ଲୁଟ୍‌, ଜୟଦେବବାଟିକା ନିକଟରେ ବନ୍ଧୁକ ମୁନରେ ଲୁଟ, ଘାଟିକିଆ ସୁଚିତ୍ରା ମିଶ୍ରଙ୍କଠାରୁ ଲୁଟ ଉଦ୍ୟମ ଓ ମଞ୍ଚେଶ୍ୱର ଥାନା ରସୁଲଗଡ ଓଭରବ୍ରିଜ ଉପରୁ ଶୁକ୍ରବାର ରାତିରେ କାର ଲୁଟ ଉଦ୍ୟମ ହୋଇଥିଲା। ସେହିଭଳି ନିକଟରେ ନିଆଳି ଅଞ୍ଚଳର ଏକ ବ୍ୟାଙ୍କରୁ ଟଙ୍କା ଜମା ପାଇଁ ଭୁବନେଶ୍ୱର ମୁଖ୍ୟ ବ୍ରାଞ୍ଚ୍‌କୁ କାରରେ ଅଣାଯାଉଥିବାବେଳେ ପାହାଳ ଫାଣ୍ଡି ନିକଟରେ ଦୁର୍ବୃତ୍ତମାନେ ଲକ୍ଷାଧିକ ଲୁଟିନେଇଥିଲେ। ସୋମବାର ଚନ୍ଦ୍ରଶେଖରପୁର ଥାନା ହାଇସିଂବୋର୍ଡ ନିକଟରେ ଏକ ଘର ତାଲିଭାଙ୍ଗି ଦୁର୍ବୃର୍ତ୍ତମାନେ ସୁନା ଗହଣା ସହ ପ୍ରାୟ ୪ଲକ୍ଷ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏବାଦ୍‌ ଅନ୍ୟ କେତେକ ଳୁଟ୍‌ ଓ ଚୋରି ଘଟଣା ନେଇ ଥାନାରେ ଅଭିଯୋଗ ହୋଇ ନ ଥିବା ମଧ୍ୟ ସୂଚନା ମିଳିଛି।

ତ୍ରିନାଥ ମହାନ୍ତି

 


Enter your email to get our daily news in your inbox.

All Right Reserved By Dharitri.Com

ବିଜେଡିର ଭୁବନେଶର ବନ୍ଦ ଡାକରା: ମନ୍ତ୍ରୀ ସୁରେଶ ପୂଜାରୀ କହିଲେ ସହିପାରୁନି….

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

୩ ଘଣ୍ଟା ପ୍ରବଳରୁ ଅତି ପ୍ରବଳ ବର୍ଷିବ: ଏସବୁ ସ୍ଥାନରେ…

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

କାହିଁକି ଦୀପାଳିଙ୍କ ନାଁରେ ଏତଲା? 

କାହିଁକି ଦୀପାଳିଙ୍କ ନାରେ ଏତଲା? ଭୁବନେଶ୍ୱର,୨୨।୯: ଝାରସୁଗୁଡ଼ାର ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା  ହୋଇଛି। ସମ୍ବଲପୁରସ୍ଥିତ...

କଂଗ୍ରେସ ବିଜେଡି ମେଣ୍ଟ: ବିଜେଡିର ଚକ୍ରାନ୍ତ ଲୋକମାନେ ଜାଣନ୍ତି …

ଜାଣିଛନ୍ତଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମ୍‌ପି...

ଓଡ଼ିଶାରେ ହେବ ବିଜେଡି-କଂଗ୍ରେସ ମେଣ୍ଟ! ଭିତିରି ପ୍ଲାନ କହିଦେଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ୱର,୨୨।୯: ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ। ଆଉ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଛନ୍ତି ବିଜେଡି ଏମପି...

ମଙ୍ଗଳବାର ଭୁବନେଶ୍ୱର ବନ୍ଦ, ହେବ ବଡ଼ ଆନ୍ଦୋଳନ…

ଭୁବନେଶ୍ୱର,୨୨।୯: ୨୪ ତାରିଖ ଭୁବନେଶ୍ୱରରେ ଚଖଅଖ ବନ୍ଦ ଡାକରା। ଚାଲିବନି ଗାଡି଼ ମଟର। ଆସନ୍ତା ୨୪ରେ ୬ ଘଣ୍ଟିଆ ଭୁବନେଶର ବନ୍ଦ । ସକାଳ ୬...

ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୨।୯: ଆସୁଛି ଆଉ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ତା ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହା ସୋମବାର ସୁଦ୍ଧା...

ନବୀନ-କନକବର୍ଦ୍ଧନ ମୁହାଁମୁହିଁ, କହିଲେ ପ୍ରଥମ ଥର ଖୋଲିଲେ ମୁହଁ…

କଟକ,୨୨ା୯(ଶିଳ୍ପା ପ୍ରିୟଦର୍ଶିନୀ): ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଓ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ଉପରେ ହୋଇଥିବା ନିର୍ଯାତନା ଘଟଣାକୁ ରାଜନୀତୀକରଣ କରା ନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri