Posted inଜାତୀୟ

ରାଜନୀତିକୁ ଅପରାଧମୁକ୍ତ କରାଯାଉ

ନୂଆଦିଲ୍ଲୀ,୨୫ା୧,(ପି.ଟି./ଆଇଏଏନ୍‌ଏସ୍‌) : ଆପରାଧିକ ପୃଷ୍ଠଭୂମିର ବ୍ୟକ୍ତିମାନଙ୍କୁ ରାଜନୀତିରୁ ବାହାର କରାଯିବ। ସେମାନଙ୍କ ଉପସ୍ଥିତି ରାଜନୈତିକ ବାତାବରଣକୁ କଳୁଷିତ କରିବାରେ ଲାଗିଛି। ଏଥିପାଇଁ ରାଜନୀତିର ଅପରାଧୀକରଣକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଚିନ୍ତାବ୍ୟକ୍ତ କରିଛନ୍ତି। ଜଷ୍ଟିସ୍‌ ଆର୍‌.ଏଫ୍‌. ନରିମାନ ଏବଂ ଏସ୍‌. ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଖଣ୍ଡପୀଠ ରାଜନୀତିକୁ ଅପରାଧମୁକ୍ତ କରିବା ପାଇଁ କେତେକ ପଦକ୍ଷେପ ନେବା ସକାଶେ ନିର୍ବାଚନ କମିଶନ (ଇସି)ଙ୍କୁ ପରାମର୍ଶ ଦେଇଛନ୍ତି। ସେହିପରି ରାଜନୈତିକ ଦଳଗୁଡ଼ିକ ଦାଗୀ ନେତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଟିକେଟ ପ୍ରଦାନ ନ କରିବାକୁ ନିର୍ଦ୍ଦେଶ ଦେବା ଲାଗି ସର୍ବୋଚ୍ଚ ଅଦାଲତଙ୍କୁ ଅନୁରୋଧ କରିଛନ୍ତି ଇସି।
୨୦୧୮ ଅକ୍ଟୋବର ୧୦ରେ ଭାଜପା ନେତା ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ନିର୍ବାଚନୀ ସଂସ୍କାର ସକାଶେ ସୁପ୍ରିମକୋର୍ଟରେ ଏକ ପିଟିଶନ ଦାଏର କରିଥିଲେ। ସେପ୍ଟେମ୍ବରରେ ଏକ ପାଞ୍ଚଜଣିଆ ସାମ୍ବିଧାନିକ ପୀଠ ଏହାର ଶୁଣାଣି କରି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ପୂର୍ବରୁ ପ୍ରାର୍ଥୀମାନଙ୍କୁ ନିଜ ନିଜ ବିରୋଧରେ ବିଚାରାଧୀନ ଥିବା ଆପରାଧିକ ମାମଲାଗୁଡ଼ିକ ସମ୍ପର୍କରେ ଘୋଷଣା କରିବାକୁ ପଡ଼ିବ ବୋଲି ନିର୍ଦ୍ଦେଶ ଦେଇଥିଲେ। ସେହିପରି ପ୍ରାର୍ଥୀମାନଙ୍କ ସମ୍ପର୍କରେ ରାଜନୈତିକ ଦଳଗୁଡ଼ିକ ନିଜ ଓ୍ବେବ୍‌ସାଇଟ୍‌ରେ ସୂଚନା ଦେବେ। ପ୍ରାର୍ଥୀ ଓ ଦଳ ଏକ ଘୋଷଣାନାମା ଜାରି କରିବା ସହ ସେ ସମ୍ପର୍କିତ ତଥ୍ୟଗୁଡ଼ିକୁ ବିଭିନ୍ନ ଗଣମାଧ୍ୟମ ଜରିଆରେ ବହୁଳ ପ୍ରକାଶନ-ପ୍ରସାରଣ କରିବେ ବୋଲି ମଧ୍ୟ ନିର୍ଦ୍ଦେଶ ରହିଛି। ଶୀର୍ଷ ଅଦାଲତଙ୍କ ଏହି ତାଗିଦ ସତ୍ତ୍ୱେ ରାଜନୀତିର ଅପରାଧୀକରଣ ଚାଲିଛି। ଏଥିପାଇଁ ଏକ ବିକଳ୍ପ ବ୍ୟବସ୍ଥା ବାହାର କରିବାକୁ ପଡ଼ିବ ବୋଲି ଇସି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି। ଇସି ଆହୁରି କହିଛନ୍ତି ଯେ, ଯେଉଁ ପ୍ରାର୍ଥୀମାନେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି, ସେମାନେ ନିଜ ଆପରାଧିକ ପୃଷ୍ଠଭୂମି ସମ୍ପର୍କରେ ସତ୍ୟପାଠରେ ଘୋଷଣା କରିବା ବିଶେଷ ସହାୟକ ହୋଇନାହିଁ। ତେଣୁ ରାଜନୈତିକ ଦଳଗୁଡ଼ିକୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ। ଏହାକୁ ନେଇ ଖଣ୍ଡପୀଠ କହିଛନ୍ତି, ନିର୍ବାଚନ କମିଶନ ସପ୍ତାହେ ମଧ୍ୟରେ ଏକ ନୂଆ କାର୍ଯ୍ୟଯୋଜନା ପ୍ରସ୍ତୁତ କରନ୍ତୁ, ଯାହାକି ଜାତୀୟ ସ୍ବାର୍ଥ ପାଇଁ ରାଜନୀତିକୁ ଅପରାଧରୁ ମୁକୁଳାଇ ହେବ। ଏଥିସହ ଖଣ୍ଡପୀଠ ଭାଜପା ନେତା ତଥା ଆଇନଜୀବୀ-ଆବେଦନକାରୀ ଅଶ୍ୱିନୀ ଉପାଧ୍ୟାୟ ଏବଂ ଇସିଙ୍କୁ ଏକାଠି ବସି ଏହାର ମୁକାବିଲା ପାଇଁ ପ୍ରସ୍ତାବ ଦେବାକୁ ପରାମର୍ଶ ଦେଇଛନ୍ତି। ଶୁଣାଣି ବେଳେ ଇସିଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିକାଶ ସିଂ କହିଥିଲେ, ନିର୍ବାଚନ କମିଶନ ଅପରାଧରୁ ରାଜନୀତିକୁ ଦୂରେଇ ରଖିବା ସକାଶେ ଅନେକ ପଦକ୍ଷେପ ନେଇଛନ୍ତି। ଅଦାଲତଙ୍କ ୨୦୧୮ର ନିର୍ଦ୍ଦେଶ ସଫଳ ହୋଇନାହିଁ। ତେଣୁ ଦାଗୀ ନେତାଙ୍କୁ ଟିକେଟ ନ ଦେବା ଲାଗି ରାଜନୈତିକ ଦଳଗୁଡ଼ିକୁ ଉତ୍ତରଦାୟୀ କରାଯାଉ। ଉପାଧ୍ୟାୟଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣନ୍‌ ଅଦାଲତଙ୍କୁ କହିଲେ, ବର୍ତ୍ତମାନ ପାର୍ଲାମେଣ୍ଟରେ ଏଭଳି ୪୬% ସଦସ୍ୟ ଅଛନ୍ତି, ଯାହାଙ୍କ ନାମରେ ଆପରାଧିକ ମାମଲା ଗଡ଼ୁଛି। ଏଭଳି ସ୍ଥିତିରେ ପାର୍ଲାମେଣ୍ଟରେ ଏ ସଂକ୍ରାନ୍ତ ଆଇନ ଗୃହୀତ ହେବା ସମ୍ଭବପର ଭଳି ମନେହେଉନାହିଁ। ତେଣୁ ସୁପ୍ରିମକୋର୍ଟ ନିଜେ ଏହା ଉପରେ ନିର୍ଦ୍ଦେଶନାମା ଜାରି କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ: ଭୋଟଗ୍ରହଣ ଆରମ୍ଭ

ପୁଣେ,୨୦।୧୨:ମହାରାଷ୍ଟ୍ର-ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ସକାଳୁ ଭୋଟଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନେକ ହେଭିଓ୍ବେଟ୍‌ ନେତା ସକାଳୁ ଭୋଟଦାନ କରିଛନ୍ତି। ଏନସିପି (ଏସପି) ସୁପ୍ରିମୋ...

‘ଏଲ୍‌ଆଇସି ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ବ୍ୟବହାର ଭାଷାଗତ ସ୍ବେଚ୍ଛାଚାରିତା’

ଚେନ୍ନାଇ,୨୦ା୧୧(ପି.ଟି.):ଭାରତର ଜୀବନ ବୀମା ନିଗମ (ଏଲ୍‌ଆଇସି) ଓ୍ବେବ୍‌ସାଇଟ୍‌ରେ ହିନ୍ଦୀ ଭାଷା ବ୍ୟବହାରକୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ. ଷ୍ଟାଲିନ୍‌ ମଙ୍ଗଳବାର କଡ଼ା ସମାଲୋଚନା କରିଛନ୍ତି। ଏହା କେନ୍ଦ୍ରର...

ବାନ୍ଧବୀ ପାଇଁ ୩୦୦ କି.ମି. ଗଲା ବାଘ

ହାଇଦ୍ରାବାଦ,୨୦ା୧୧:ଏକ ବାଘୁଣୀର ସନ୍ଧାନରେ ମହାରାଷ୍ଟ୍ରର ଟିପେଶ୍ୱର ବନ୍ୟପ୍ରାଣୀ ଅଭୟାରଣ୍ୟରେ ରହୁଥିବା ବାଘ ‘ଜନି’ ୩୦୦ କିଲୋମିଟର ଅତିକ୍ରମ କରି ତେଲଙ୍ଗାନାର ନିର୍ମଳ ଜିଲାସ୍ଥିତ କଓ୍ବଲ ଟାଇଗର...

ସିସିଆଇ ନିଷ୍ପତ୍ତି ବିରୋଧରେ ଅପିଲ୍‌ କରିବ ମେଟା

ନୂଆଦିଲ୍ଲୀ, ୨୦।୧୧: ଭାରତ ସରକାର ଓ ଆମେରିକୀୟ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ପୁଣି ଥରେ ବିବାଦ ଆରମ୍ଭ ହୋଇଛି। ସୋମବାର ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ...

ବିଷାକ୍ତ କୁହୁଡ଼ିରେ ଦିଲ୍ଲୀ ଅଣନିଃଶ୍ୱାସୀ

ନୂଆଦିଲ୍ଲୀ ,୨୦ା୧୧: ଦିଲ୍ଲୀକୁ କ୍ରମାଗତ ୩ ଦିନ ହେଲା ବିଷାକ୍ତ ଧୂମକୁହୁଡ଼ିର ଘନ ଅସ୍ତରଣ ଘୋଡ଼ାଇ ରଖିଥିବାରୁ ଜନସାଧାରଣ ଅଣନିଃଶ୍ୱାସୀ ହୋଇପଡ଼ିଲେଣି। ପ୍ରଦୂଷଣ ଅତ୍ୟନ୍ତ ସାଂଘାତିକ...

ଭାଜପା ନେତା ଟଙ୍କା ବାଣ୍ଟିବା ନେଇ ଏତଲା: ନିର୍ବାଚନର ଦିନକ ପୂର୍ବରୁ ମହାରାଷ୍ଟ୍ରରେ ହାଇଡ୍ରାମା

ମୁମ୍ବାଇ,୧୯ା୧୧: ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଦିନକ ପୂର୍ବରୁ ହାଇଡ୍ରାମା ଦେଖିବାକୁ ମିଳିଛି। ଭାଜପା ନେତା ତଥା ପୂର୍ବତନ ମନ୍ତ୍ରୀ ବିନୋଦ ତାଓ୍ବଡେ ପାଲ୍‌ଘର ଜିଲାର ଭିରାରସ୍ଥିତ...

ମଣିପୁର ସ୍ଥିତି ନେଇ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଲା କଂଗ୍ରେସ

ନୂଆଦିଲ୍ଲୀ ,୧୯ା୧୧: ମଣିପୁରରେ ସ୍ଥିତି ଦିନକୁ ଦିନ ଅଧିକ ଖରାପ ହେବାରେ ଲାଗିଛି। ଏପରିସ୍ଥଳେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ...

ଦ୍ରୁତ ଗତିରେ ବଢି ଚାଲିଛି ଇ-କମର୍ସ କମ୍ପାନୀଙ୍କ ତେଜରାତି ବ୍ୟବସାୟ, ମୁଣ୍ଡରେ ହାତ ଦେଲେଣି ଖୁଚୁରା ଦୋକାନୀ

ନୂଆଦିଲ୍ଲୀ,୧୯।୧୧: ଖାଉଟି କ୍ରେତାଙ୍କୁ ବଡ଼ ମାତ୍ରାରେ ରିହାତି ଦେଇ ନିଜ ଆଡକୁ ଆକୃଷ୍ଟ କରୁଛନ୍ତି ଇ-କମର୍ସ କମ୍ପାନୀ। ପାର୍ବଣ ସମୟରେ ଏହା ଆହୁରି ଅଧିକ ରହୁଛି।...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri