ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ: ଭାଜପା

ଭୁବନେଶ୍ବର,୧୬ା୧(ବ୍ୟୁରୋ):ରାଜ୍ୟରେ ଖେଳକୁ ପ୍ରୋତ୍ସାହନ ଦେଉଥିବା ମୁଖ୍ୟମନ୍ତ୍ରୀ ମହିଳା ଖେଳାଳିଙ୍କୁ ସୁରକ୍ଷା ଦେବାରେ ବିଫଳ ସାବ୍ୟସ୍ତ ହୋଇଛନ୍ତି। ଓଡ଼ିଶାରେ ବିଶ୍ୱସ୍ତରୀୟ ଖେଳାଳିଙ୍କ ଲାଗି ନବୀନ ବାବୁ କୌଣସି ବ୍ୟବସ୍ଥା କରୁନାହାନ୍ତି କି ଓଡ଼ିଶାର କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ମଧ୍ୟ କିଛି ପଦକ୍ଷେପ ନ ନେବା ଲଜ୍ଜା ଓ ପରିତାପର ବିଷୟ ବୋଲି ଭାଜପା ମହିଳାମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ କହିଛନ୍ତି।
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ରବିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସ୍ମୃତି କହିଛନ୍ତି, ଶାସକ ଦଳ ଏବେ ଖେଳକୁ ଢାଲ କରି ଲୋକଙ୍କୁ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ଖାଉଛି, ଯାହାର ଚିତ୍ର ଆପଣଙ୍କ ସାମ୍ନାରେ ଜଳ ଜଳ ହୋଇ ଦେଖାଯାଉଛି। ଓଡ଼ିଶାର ଗର୍ବ ଗୌରବକୁ ବୃଦ୍ଧି କରାଇଥିବା ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ଅକାଳ ମୃତ୍ୟୁ ଆମ ସମସ୍ତଙ୍କୁ ଅତ୍ୟନ୍ତ ମର୍ମାହତ କରିଛି ା ଗତ ୧୦ ତାରିଖରେ ରାଜଶ୍ରୀ ନିଖୋଜ ହୋଇଥିଲେ। ୧୩ ତାରିଖ ଦିନ କଟକ ଜିଲା ଗୁରୁଡ଼ିଝାଟିଆ ଜଙ୍ଗଲରୁ ରାଜଶ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ନିଖୋଜ ହେବା ପରେ ତପତ୍ରତାର ସହ ତଦନ୍ତ ହୋଇଥିଲେ ରାଜଶ୍ରୀଙ୍କ ମୃତ୍ୟୁ ହୋଇ ନ ଥାନ୍ତା। ଶନିବାର ମହିଳାମୋର୍ଚ୍ଚାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ରାଜଶ୍ରୀଙ୍କ ଗାଁକୁ ଯାଇ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ ା ମୃତ ରାଜଶ୍ରୀଙ୍କ ବାପା, ମା’ ଓ ପରିବାର ସଦସ୍ୟମାନେ ଭୟର ବାତାବରଣରେ ଅଛନ୍ତି ା ଯଥାଶୀଘ୍ର ରାଜ୍ୟ ସରକାର ରାଜଶ୍ରୀଙ୍କ ମୃତ୍ୟୁ ଲାଗି କିଏ ଦାୟୀ ତାକୁ ଧରନ୍ତୁ ବୋଲି ସେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com
Featured Video Play Icon

“ଆଗକୁ କଣ ଘଟିବ, ରାଜ୍ୟବାସୀ ଜାଣିବେ”

ଖୋର୍ଦ୍ଧା ପୌର ପରିଷଦ ଅନ୍ତର୍ଗତ ବି.ଡ଼ି.ଏ କଲ୍ୟାଣ ମଣ୍ଡପ ଠାରେ ଭାଜପାର ସଦସ୍ୟତା ଅଭିଯାନ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି।

ତାସ୍‌ ଘର ଭଳି ବିଜେଡି ଭୁଶୁଡ଼ି ଚାଲିଛି : ମୋକିମ୍‌

ଜଗତ୍‌ସିଂହପୁର, ୨୦।୧୦(ପ୍ରମୋଦ କୁମାର ନାୟକ):ବିଜେଡି ୨୪ ବର୍ଷ କାଳ ଶାସନ କଲା। ଶାସନରୁ ଯିବା ୩ ମାସ ହେଇଛି କି ନାହିଁ ବିଜେଡି ତାସ ଘର...

ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା: କୃତୀଙ୍କ ମୁହଁରୁ…

ପରିଶ୍ରମର ଫଳ ପାଇବି ବୋଲି ଆଶା ଥିଲା ପ୍ରଥମଥର ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ଦେଇଥିଲି। ତାଲିକାରେ ଦ୍ୱିତୀୟ ର଼୍ୟାଙ୍କ୍‌ରେ ମୋ ନାଁ ଥିବା ଦେଖି...

Featured Video Play Icon

ଭୟଙ୍କର ହେଉଛି ଘୂର୍ଣ୍ଣିବଳୟ, ପ୍ରବଳ…

ବଙ୍ଗୋପସାଗରରେ ଆସନ୍ତା ୨୦ ତାରଖରେ ସୃଷ୍ଟି ହେବ ଘୂର୍ଣ୍ଣି ବଳୟ।। ଏହା ପୂର୍ବରୁ ଆଜି ରାଜ୍ୟର କିଛି ଅଞ୍ଚଳରେ ବର୍ଷା ସମ୍ଭାବନା ରହିଛି। ଘଡ଼ଘଡ଼ି ସହ...

ଜାନୁଆରୀ ୮ରେ ଭୁବନେଶ୍ୱରରେ ପ୍ରବାସୀ ଭାରତୀୟ ଦିବସ ସମାରୋହ

ଭୁବନେଶ୍ୱର,୨୦।୧୦(ଅନିଲ ଦାସ): ୨୦୨୫ ଜାନୁଆରୀ ୮ରୁ ୧୦ ଯାଏ ସ୍ଥାନୀୟ ଜନତା ମଇଦାନରେ ପ୍ରବାସୀ ଭାରତୀୟ ଦିବସ ସମାରୋହ ଅନୁଷ୍ଠିତ ହେବ। ସମାରୋହ ଆୟୋଜନ ପାଇଁ...

ଆଇଇଡି ବିସ୍ଫୋରଣରେ ୨ ଯବାନ ନିହତ

ମାଲକାନଗିରି,୧୯।୧୦(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ୱାରା ଆଇଇଡି ବୋମା ବିସ୍ଫୋରଣରେ ୨ ଯବାନ ନିହତ ହୋଇଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।...

ଅଭାବରୁ ଅନ୍ୟ ହାତରେ ଟେକିଦେଲେ ଶିଶୁପୁତ୍ର, ଆଉ ତା’ ପରେ…

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଭାବ ଅନଟନରୁ ନିଜର ୧୭ ଦିନର ଏକ ଶିଶୁପୁତ୍ରକୁ...

ଧନୁଯାତ୍ରା ମହୋତ୍ସବକୁ ମିଳିନି ସରକାରୀ ଅନୁଦାନ, ବୈଠକରେ ଗତବର୍ଷ ଆୟ ବ୍ୟୟର ସୂଚନା

ବରଗଡ଼,୧୯ା୧୦(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ୨୦୨୫ ଜାନୁଆରୀ ୩ରୁ ଆରମ୍ଭ ହେବ। ଏହି ମହୋତ୍ସବକୁ ଆଉ ପ୍ରାୟ ଅଢ଼େଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri