ନୂଆଦିଲ୍ଲୀ,୧୨।୯: ଦେଶରେ ଏନ୍ଆର୍ଆଇକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ରାଜସ୍ଥାନରେ ରହୁଥିବା ପାକ୍-ବାଂଲାଦେଶୀ ନାଗରିକଙ୍କ ମୁଣ୍ଡବିନ୍ଧା ଆରମ୍ଭ ହୋଇଛି। ରାଜସ୍ଥାନରେ ପ୍ରାୟ ୭୮ ପାକିସ୍ତାନୀ ନାଗରିକ ଆସି ରହୁଥିବା ସୂଚନା ଥିଲା। ହେଲେ ଏବେ ଏମାନଙ୍କର କୌଣସି ସନ୍ଧାନ ମିଳିପାରୁ ନାହିଁ। ଏମିତିକି ଗୁଇନ୍ଦା ବିଭାଗ ମଧ୍ୟ ଏମାନଙ୍କୁ ଖୋଜି ପାଉ ନ ଥିବା କୁହାଯାଉଛି। ପ୍ରଶାସନ ପାଖରେ ମଧ୍ୟ ଏମାନଙ୍କ ସମ୍ପର୍କରେ କୌଣସି ସୂଚନା ନାହିଁ। ଏବେ ହଜିଯାଇଥିବା ଏହି ପାକ୍ ନାଗରିକ ରାଜସ୍ଥାନ ପାଇଁ ଚିନ୍ତାର କାରଣ ପାଲଟି ପାରନ୍ତି ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ବିଭିନ୍ନ ସମୟରେ ପାକିସ୍ତାନରୁ କେତେଜଣ ବ୍ୟକ୍ତି କିଛି କାମରେ ହେଉ ଅବା ନିଜ ସମ୍ପର୍କୀୟଙ୍କ ଘରକୁ ହେଉ ଭାରତ ଆସିଥାଆନ୍ତି। ଆଉ ଏମାନଙ୍କର ସମସ୍ତ ସୂଚନା ପୋଲିସ ନିକଟରେ ଥାଏ। ଏହାସହ ଏମାନଙ୍କ ରହଣି ଅବଧି ମଧ୍ୟ ପୋଲିସକୁ ସୂଚନା ଦିଆଯାଇଥାଏ। ହେଲେ ଏବେ ଜଣାପଡିଛି କି ଗତବର୍ଷ ପାକିସ୍ତାନରୁ ଆସିଥିବା ପ୍ରାୟ ୭୮ ଜଣ ନାଗରିକ ରାଜସ୍ଥାନ ଆସିବା ପରେ ଏଠାରେ ହିଁ ରହିଯାଇଥିଲେ। ହେଲେ ଏବେ ଏମାନଙ୍କର କୌଣସି ସୂଚନା ମିଳିପାରୁ ନାହିଁ।