ରାଜ୍ୟ ବାହାର ଲୋକ ଆସିଲେ ବଢ଼ିପାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା; ସରକାରଙ୍କୁ ସହଯୋଗ କରନ୍ତୁ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ନୂଆ ୪ଜଣ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଏହି ସଂଖ୍ୟା ୧୨୨ରେ ପହଞ୍ଚିନ୍ତି। ବିଶେଷକରି ଆଜିକାଲି ପଶ୍ଚିମବଙ୍ଗ ଫେରନ୍ତାମାନେ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ହେତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ବାର୍ତ୍ତା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗତ ୧୦ ଦିନ ତଳେ ମୁଁ ଆପଣମାନଙ୍କ ସହିତ କଥା ହୋଇଥିଲି । ସେତେବେଳେ ଆମ ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ୬୧ ଥିଲା । ଏବେ ତାହା ଦୁଇ ଗୁଣ ବଢିଗଲାଣି। କିନ୍ତୁ କିଛି ନାହିଁ । ଆମେ ସତର୍କ ରହିଲେ ବିପଦକୁ ଏଡାଇ ପାରିବା। ପ୍ରଥମେ ବିଦେଶରୁ ଫେରୁଥିବା ଓଡିଆ ଭାଇଭଉଣୀଙ୍କ ଯତ୍ନ ନେବା ଆମ ପାଇଁ ଚ୍ୟାଲେଞ୍ଜ ଥିଲା। ଓଡିଶା ପ୍ରଥମ ରାଜ୍ୟ, ଯିଏ କି ସେମାନଙ୍କ ପାଇଁ ରେଜିଷ୍ଟ୍ରେସନ ଆରମ୍ଭ କରିଥିଲା। ସେତେବେଳେ ସରକାରଙ୍କୁ ସହଯୋଗ କରିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରିଥିଲି। ଆପଣମାନେ ସହଯୋଗ କରିଥିଲେ। ଫଳରେ ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଲେ।

ଏହା ପରେ ଚ୍ୟାଲେଞ୍ଜ ହେଲା ଦିଲ୍ଲୀ ନିଜାମୁଦ୍ଦିନ ଫେରୁଥିବା ବ୍ୟକ୍ତିଙ୍କ ଯତ୍ନ ନେବା। ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କରିଥିଲି। ଆପଣମାନେ ସହଯୋଗ କରିଥିଲେ। ଫଳରେ ପୁଣିଥରେ ଆମେ ପରିସ୍ଥିତିକୁ ଭଲ ଭାବରେ ନିୟନ୍ତ୍ରଣ କରିପାରିଥିଲେ। ଏବେ ଆମର ତୃତୀୟ ଆହ୍ବାନ ହେଉଛି, ପଶ୍ଚିମବଙ୍ଗରୁ ଫେରୁଥିବା ଭାଇଭଉଣୀ ମାନଙ୍କର ଯତ୍ନ । ରାଜ୍ୟରେ ବର୍ତ୍ତମାନ କରୋନା ପଜିଟିଭମାନଙ୍କ ମଧ୍ୟରୁ କେବଳ ପଶ୍ଚିମବଙ୍ଗ ଫେରନ୍ତା ହେଉଛନ୍ତି ୫୦। ଆପଣମାନଙ୍କ ସହଯୋଗରେ ଆମେ ପରିସ୍ଥିତିକୁ ଭଲ ଭାବରେ ମୁକାବିଲା କରିପାରିଛୁ । ପରିସ୍ଥିତି ନିୟନ୍ତ୍ରଣରେ ଅଛି।

ଆଗାମୀ କିଛି ଦିନ ଆମ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ଦେଶର ସବୁଠାରୁ ଅଧିକ ସଂକ୍ରମିତ ରାଜ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ, କର୍ଣ୍ଣାଟକ, ରାଜସ୍ଥାନ ତଥା ଆମ ପଡୋଶୀ ପଶ୍ଚିମବଙ୍ଗରୁ ବହୁ ଓଡିଆ ଭାଇଭଉଣୀ ରାଜ୍ୟକୁ ଫେରିବେ। ସେମାନେ ଆମ ଘର ଲୋକ। ବିପଦ ସମୟରେ ମା ଓ ମାତୃଭୂମି ଆଗ ଆମ ମନକୁ ଆସିଥାଏ। ସେମାନେ ସମସ୍ତେ ଆମର ପିଲାଛୁଆ। ଆମ ଭାଇଭଉଣୀ। ସେମାନଙ୍କ ଯତ୍ନ ନେବା ଆମର ଦାୟିତ୍ୱ। ବାହାରୁ ଲୋକ ଆସିଲେ ପଜିଟିଭ୍‌ ସଂଖ୍ୟା ବଢିବ। କିନ୍ତୁ ଯଦି ଆପଣମାନେ ସରକାରକୁ ପୁରା ସହଯୋଗ ଯୋଗାଇ ଦେବେ ତେବେ ପରିସ୍ଥିତି ନିୟନ୍ତ୍ରଣରେ ରହିପାରିବ।

ତେଣୁ ଆମେ ସାବଧାନ ରହିବା। ଧୌର୍ଯ୍ୟ ରଖିବା। ବାହାରୁ ଫେରୁଥିବା ଲୋକଙ୍କ ରେଜିଷ୍ଟ୍ରେଶନ କରିବା। ସେମାନଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖିବାରେ ସରକାରଙ୍କୁ ପୁରା ସହଯୋଗ କରିବା। ଏହାଦ୍ବାରା ସେମାନେ ସୁସ୍ଥ ରହିବେ। ଆମ ପରିବାର ସୁସ୍ଥ ରହିବ। ଆମ ଗାଁ ଓ ଆମ ସମାଜ ମଧ୍ୟ ସୁସ୍ଥ ରହିବ। ଆପଣମାନଙ୍କର ଟିକିଏ ହେଳା ସମସ୍ତଙ୍କୁ ବିପଦରେ ପକାଇ ପାରେ। ଏହା ହେଉଛି ଜୀବନ ଓ ମୃତ୍ୟୁର କଥା। ଏପରିକି ୧୦ ପ୍ରତିଶତ ଲୋକଙ୍କ ଭୁଲ ଦ୍ବାରା, ସମସ୍ୟା ୧୦୦ ଗୁଣ ବଢିଯିବ।

ଓଡିଶାର ପରିସ୍ଥିତି ଅନ୍ୟ ରାଜ୍ୟମାନଙ୍କଠାରୁ ବହୁତ ଭଲ ଅଛ। ଆମେ ଯଦି ସରକାରଙ୍କ ନିୟମ ମାନି ଚଳିବା, ସରକାରଙ୍କୁ ପୁରା ସହଯୋଗ ଯୋଗାଇ ଦେବା, ତେବେ ଓଡିଶା କରୋନା ନିୟନ୍ତ୍ରଣ କରିବାରେ ସାରା ଦେଶରେ ଇତିହାସ ସୃଷ୍ଟି କରିପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫରେଷ୍ଟରଙ୍କ ଆତ୍ମହତ୍ୟା ମାମଲା: ଜାରିଙ୍ଗ ନର୍ସରୀରେ ତଦନ୍ତ ଆରମ୍ଭ

ଭବାନୀପାଟଣା,୨୯।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଜାରିଙ୍ଗ ସିଲଭି କଲଚର ଅଧୀନ ହାଇଟେକ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ (୩୩) ଆତ୍ମହତ୍ୟା ଘଟଣାରେ...

ଅଭ୍ୟାସଗତ ଅପରାଧୀ ଭାବେ ଚାଷୀନେତାଙ୍କୁ ନୋଟିସ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀଙ୍କ ହକ୍‌ ପାଇଁ ଆନ୍ଦୋଳନର ନେତୃତ୍ୱ ନେଉଥିବା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ତଥା ଚାଷୀନେତା ରମେଶ ମହାପାତ୍ରଙ୍କୁ ବରଗଡ଼...

ଏସ୍‌ପି ସ୍ତରରେ ବ୍ୟାପକ ଅଦଳ ବଦଳ: ବଦଳିଲେ ଏସବୁ ଜିଲାର ପୋଲିସ ମୁଖିଆ

ଭୁବନେଶ୍ୱର,୨୯।୯: ରବିବାର ରାଜ୍ୟ ସରକାର ଆଇପିଏସ ସ୍ତରରେ ଆମୂଳଚୂଳ ପରିବର୍ତ୍ତନ କରିଛନ୍ତି। ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବିଭାଗ ତଥା ଅନେକ ଜିଲାର...

ମହଙ୍ଗା ପଡ଼ିଲା ଭରତପୁର ଥାନା ମାମଲା: ବଦଳିଲେ ଟ୍ୱିନ୍ ସିଟି କମିଶନର, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୯: କମିସନରେଟ ପୋଲିସ ଉପରେ ଭାରି ପଡିଛି ଭରତପୁର ଥାନା ମାମଲା। ଏକାସାଙ୍ଗରେ ବଦଳିଛନ୍ତି କଟକ-ଭୁବନେଶ୍ୱର କମିଶନର ସଞ୍ଜୀବ ପଣ୍ଡା ଏବଂ ଭୁବନେଶ୍ୱର ଡିସିପି ପ୍ରତୀକ...

ସାଙ୍ଗଙ୍କ ଭଉଣୀଙ୍କୁ ପ୍ରେମ କରିବା ପଡ଼ିଲା ମହଙ୍ଗା: କାତି ଚୋଟରେ ସାଙ୍ଗ ଗୁରୁତର

ଦିଗପହଣ୍ଡି/ପାଟପୁର, ୨୯।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପଦ୍ମପୁର ଗ୍ରାମର ଜଣେ ଯୁବକଙ୍କ କାତି ଚୋଟରେ କରାଖଣ୍ଡି ଗ୍ରାମର...

ଆଇପିଏସ ସ୍ତରରେ ବଡ଼ ଅଦଳବଦଳ: ବଦଳିଲେ ଟ୍ୱିନ୍ ସିଟି ପୋଲିସ କମିଶନର

ଭୁବନେଶ୍ୱର,୨୯।୯: ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି ଓଡିଶା ସରକାର। ଭରତପୁର ଥାନା ମାମଲାରେ ବଦନାମ ହୋଇଥିବା କମିସନରେଟ ପୋଲିସ ମୁଖ୍ୟ ସଞ୍ଜୀବ ପଣ୍ଡାଙ୍କୁ...

Featured Video Play Icon

ଅକ୍ଟୋବର ୯ରେ ଭିଲେନ୍: ଶୁଣନ୍ତୁ ଫିଲ୍ମକୁ ନେଇ କ’ଣ କହୁଛନ୍ତି …

ଅକ୍ଟୋବର ୯ରେ ରିଲିଜ ହେବ ଓଡ଼ିଆ ଚଳଚ୍ଚିତ୍ର ଭିଲେନ୍ । ଏହି ଚଳଚ୍ଚିିତ୍ରରେ ନଜର ଆସିବେ ଅଭିନେତା ଅଦେ୍ର୍ଧନ୍ଦୁ ଏବଂ ଅଭିନେତ୍ରୀ ତମ୍ମନା । ତେବେ...

EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ: ବନ୍ଦ ହେବ…

ଭୁବନେଶ୍ୱର,୨୯।୯: EKYC ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ରବିବାର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ ପାତ୍ର କହିଛନ୍ତି, ଶେଷ ଲୋକର EKYC ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri