ଗାନ୍ଧିନଗର,୭।୬: ରାଜ୍ୟ ସଭା ନିର୍ବାଚନ ପାଇଁ ଦଳର ସୁରକ୍ଷାକୁ ଦୃଷ୍ଟିରେ ରଖି କଂଗ୍ରେସ ତା’ର ୧୫ ବିଧାୟକଙ୍କୁ ଗୁଜରାଟର ଆନନ୍ଦ ରିସର୍ଟ ପଠାଇ ଦେଇଥିବା ଜଣାପଡିଛି। ନିର୍ବାଚନ ପୂର୍ବରୁ କଂଗ୍ରେସର ୩ ନେତା ଇସ୍ତଫା ଦେବା ପରେ ଦଳର ସଦସ୍ୟଙ୍କୁ ଏକଜୁଟ କରି ରଖିବାକୁ କଂଗ୍ରେସ ଏଭଳି କରିଛି। ସୂଚନାଯୋଗ୍ୟ, ଜୁନ୍ ୧୯ରେ ରାଜ୍ୟ ସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ୩ ନେତା ଦଳ ଛାଡିବା କଂଗ୍ରେସକୁ ଶକ୍ତ ଧକ୍କା ଦେଇଥିଲା।