Posted inଜାତୀୟ

ରାଜ୍ୟ ସଭା ସାଇନ-ଏ-ଡାଏ

ନୂଆଦିଲ୍ଲୀ,୮ା୮(ପି.ଟି.): ରାଜ୍ୟ ସଭାକୁ ବୁଧବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁନ୍‌ ୨୦ରେ ଆରମ୍ଭ ହୋଇଥିବା ପାର୍ଲାମେଣ୍ଟ ଅଧିବେଶନ ଜୁଲାଇ ୨୬ରେ ଶେଷ ହେବାର ଥିଲା। ତେବେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଗୃହୀତ ହେବାକୁ ଥିବାରୁ ସରକାର ଏହାର କାର୍ଯ୍ୟକାଳକୁ ଅଗଷ୍ଟ ୭ ପର୍ଯ୍ୟନ୍ତ ବଢ଼ାଇଥିଲେ। ରାଜ୍ୟ ସଭାର ଏହି ୨୪୯ତମ ଅଧିବେଶନ ଗତ ୧୭ ବର୍ଷ ମଧ୍ୟରେ ସବୁଠୁ ଫଳପ୍ରଦ ଥିଲା ବୋଲି ଏହାର ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁ କହିଛନ୍ତି। ଅଧିବେଶନର ୩୫ କାର୍ଯ୍ୟଦିବସରେ ୩୨ଟି ବିଲ୍‌ ଗୃହୀତ ହୋଇଛି। ଉପରାଷ୍ଟ୍ରପତି ଯାହା ଆଶା କରିଥିଲେ ତାହା ପୂରଣ ହୋଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି। ଅତୀତର ଅଚଳାବସ୍ଥା ଦୂରହୋଇ ଗୃହକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରାଯାଇପାରିଥିବା ଭେଙ୍କାୟା କହିଥିଲେ। ଗତ ୧୭ ବର୍ଷର ୫୨ଟି ଅଧିବେଶନ ମଧ୍ୟରେ ଏହା ସର୍ବଶ୍ରେଷ୍ଠ ବୋଲି ରାଜ୍ୟ ସଭା ଅଧ୍ୟକ୍ଷ କହିଥିଲେ।
ଏହି ଅଧିବେଶନରେ ତିନି ତଲାକ୍‌ ବିଲ୍‌, ଜମ୍ମୁ-କଶ୍ମୀର ପୁନର୍ଗଠନ ବିଲ୍‌ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଗୃହୀତ ହୋଇଛି ବୋଲି ରାଜ୍ୟ ସଭାକୁ ସାଇନ୍‌-ଏ-ଡାଏ ଘୋଷଣା କରିବା ପୂର୍ବରୁ ଭେଙ୍କାୟା କହିଥିଲେ। ତଥ୍ୟ ଅନୁଯାୟୀ ୧୯୮୪ର ୧୩୧ତମ ଅଧିବେଶନ ସବୁଠୁ ଫଳପ୍ରଦ ଥିଲା, ଯେଉଁଥିରେ ୩୭ଟି ବିଲ୍‌ ଗୃହୀତ ହୋଇଥିଲା। ୨୦୦୨ରେ ୧୯୭ତମ ଅଧିବେଶନରେ ୩୫ ବିଲ୍‌ ଅନୁମୋଦିତ ହୋଇଥିଲା। ତେଣୁ ଗତ ୪୧ ବର୍ଷ ମଧ୍ୟରେ ଏହା ୫ମ ସର୍ବାଧିକ ଫଳପ୍ରଦ ଅଧିବେଶନ। ଏଥର ରାଜ୍ୟ ସଭାର ଫଳପ୍ରଦ ହାର ଥିଲା ୧୦୪.୯୨ ପ୍ରତିଶତ। ଗତ ୫ଟି ଅଧିବେଶନରେ ଗୃହର ଫଳପ୍ରଦତା ୭.୪୪ରୁ ୬୫.୬୦ ପ୍ରତିଶତ ରହିଥିଲା। ତେବେ ଏଥର ଗୃହ କାର୍ଯ୍ୟ ମୋଟ ୧୯ ଘଣ୍ଟା ୧୨ ମିନିଟ ବାଧାପ୍ରାପ୍ତ ହୋଇଥିଲା। ତେବେ ନିର୍ଦ୍ଧାରିତ ସମୟଠାରୁ ଅଧିକ ଦିନ ଅଧିବେଶନ ଚାଲିବାରୁ ଗୃହକୁ ଅଧିକ ୨୮ ଘଣ୍ଟା ମିଳିଥିଲା। ବିଭିନ୍ନ ବିଲ୍‌ ଗୃହୀତ କରାଇବାରେ ସରକାରୀ ଓ ବିରୋଧୀ ଦଳର ସଦସ୍ୟମାନଙ୍କୁ ଆପୋସ ବୁଝାମଣାକୁ ଭେଙ୍କାୟା ପ୍ରଶଂସା କରିଥିଲେ। ଏଭଳି ଧାରା ବଜାୟ ରଖିବା ଲାଗି ସେ ସଦସ୍ୟମାନଙ୍କୁ ଅପିଲ୍‌ କରିଥିଲେ। ଏହି ଅଧିବେଶନରେ ରାଜ୍ୟ ସଭା ସଦସ୍ୟମାନଙ୍କୁ ସେମାନଙ୍କ ମାତୃଭାଷାରେ କହିବା ସୁଯୋଗ ମିଳିଛି। ଏହା ଅତ୍ୟନ୍ତ ଖୁସିର କଥା। ଆଗାମୀ ଦିନରେ ଅନୁବାଦ ବ୍ୟବସ୍ଥା ଆହୁରି ଉନ୍ନତ ହେବ, ଯାହା ଫଳରେ ସବୁ ସଦସ୍ୟ ବୁଝିବାରେ ସମର୍ଥ ହୋଇପାରିବେ ବୋଲି ଭେଙ୍କାୟା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଦ୍ଧବ ଠାକରେଙ୍କୁ ବଡ଼ ଝଟ୍‌କା: ଟିକେଟ୍‌ ମିଳିବା ପରେ ନାଁ ପ୍ରତ୍ୟାହାର କଲେ ପ୍ରାର୍ଥୀ: ଏବେ ଏକନାଥ ଶିନ୍ଦେଙ୍କୁ ସମର୍ଥନ

ପୁଣେ,୨୮।୧୦: ମହାରାଷ୍ଟ୍ରରେ ନିର୍ବାଚନ ତାତି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ସମ୍ଭାଜିନଗର ସେଣ୍ଟ୍ରାଲରୁ ଉଦ୍ଧବ ଠାକରେଙ୍କ ଦଳର ପ୍ରାର୍ଥୀ ତାଙ୍କ ନାମ ପ୍ରତ୍ୟାହାର...

ଭଙ୍ଗା-ଗଢା ରାଜନୀତି କରୁଛି ଭାଜପା: ସଞ୍ଜୟ ରାଉତ

ମୁମ୍ବାଇ,୨୮।୧୦: ଶିବସେନାର ରାଜ୍ୟ ସଭା ଏମପି (ଉଦ୍ଧବ ବାଲାସାହେବ ଠାକରେ) ଏବଂ ଦଳର ମୁଖପାତ୍ର ସଞ୍ଜୟ ରାଉତ ଅଭିଯୋଗ କରିଛନ୍ତି ଯେ ବିଭିନ୍ନ ଦଳ ଭାଙ୍ଗି...

ସ୍ପେନିସ ଫୁଟବଲକୁ ନେଇ ଏମିତି କହିଲେ ମୋଦି

ବଦୋଦରା,୨୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ ସୋମବାର ଭଦୋଦରାସ୍ଥିତ ଟାଟା ଆଡଭାନ୍ସଡ ସିଷ୍ଟମ ଲିମିଟେଡ କ୍ୟାମ୍ପସରେ C-295 ବିମାନ ଉତ୍ପାଦନ...

ଭୋଟ ପୂର୍ବରୁ ମାଗଣା ବିଜୁଳି, ଋଣ ଛାଡ ଭଳି ଲଲିପପ ଦେଖାଉଛନ୍ତି ନେତା!

ରାଞ୍ଚି,୨୮।୧୦: ଝାଡ଼ଖଣ୍ଡର ୨୦୨୪ ବିଧାନସଭା ନିର୍ବାଚନ ପାଖେଇ ଆସିବା ମାତ୍ରେ ଗୋଡ୍ଡା ଜିଲାର ପଥରଗାମା ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଓ ଅବିଶ୍ୱାସର ଭାବନା ସୃଷ୍ଟି...

ମୁହଁ ଖୋଲିଲେ ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼, କହିଲେ କ’ଣ ହୋଇଥିଲା ଆଲୋଚନା

ନୂଆଦିଲ୍ଲୀ,୨୮ା୧୦: ଗଣେଶ ପୂଜାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଧାନ ବାସଭବନକୁ ଆସିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ପ୍ରଧାନ ବିଚାରପତି ଡି.ୱାୟୀ ଚନ୍ଦ୍ରଚୂଡ଼। ଏହି ଘଟଣାକୁ ନେଇ...

ଓ୍ବେଟିଂ ଲିଷ୍ଟ କନଫର୍ମ ହେବ କି ନା, ଟିକେଟରେ ଥିବା କୋଡ ଦେଖି ନିଜେ କରିପାରିବେ ଚେକ୍‌

ନୂଆଦିଲ୍ଲୀ,୨୮।୧୦: ଦୀପାବଳି ସମୟରେ ପ୍ରାୟ ସବୁ ଟ୍ରେନରେ ଯାତ୍ରୀଙ୍କ ଭିଡ ପରିଲକ୍ଷିତ ହୋଇଥାଏ। ବିଶେଷକରି ଉତ୍ତର ପ୍ରଦେଶ-ବିହାର ଯାଉଥିବା ଟ୍ରେନରେ କନଫର୍ମ ଟିକେଟ ପାଇବା କଷ୍ଟକର...

ଆସନ୍ତାକାଲି ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ, ନୂଆ କାର୍ଡରେ ସୁବିଧା ପାଇବେ…

ଭୁବନେଶ୍ୱର/ନୂଆଦିଲ୍ଲୀ,୨୮ା୧୦: ଆସନ୍ତାକାଲି ଅର୍ଥାତ୍‌ ମଙ୍ଗଳବାର ସାରା ଦେଶରେ ଆୟୁଷ୍ମାନ ଭାରତ ଯୋଜନାର ପାର୍ଟ-୨ ଆରମ୍ଭ ହେବ। ଏହାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନୂଆ...

ବିମାନ ପରେ ଏବେ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ମିଳିଲା ଧମକ

ତିରୁପତି,୨୮।୧୦: ତିରୁପତିସ୍ଥିତ ଇସ୍କନ ମନ୍ଦିରକୁ ବୋମାରେ ଉଡାଇ ଦେବାକୁ ଧମକ ମିଳିଛି। ରବିବାର ଇମେଲ ମାଧ୍ୟମରେ ଏହି ଧମକ ଗ୍ରହଣ କରାଯାଇଥିଲା। ମନ୍ଦିର ପ୍ରଶାସନ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri