ରାଜ୍ୟକୁ କେନ୍ଦ୍ରର ପରାମର୍ଶ: ଦରମାରେ ଖର୍ଚ୍ଚ ନ କରି ଜଙ୍ଗଲ ସୃଷ୍ଟି କର, କାମ୍ପା ପାଣ୍ଠିରେ ରାଜ୍ୟକୁ ମିଳିଲା ୫୯୩୪ କୋଟି

ଭୁବନେଶ୍ୱର, ୨୯।୮ (ବ୍ୟୁରୋ)-କ୍ଷତିପୂରକ ବନୀକରଣ ପାଣ୍ଠି ପରିଚାଳନା ଓ ଯୋଜନା(କାମ୍ପା) ପାଇଁ ଜାତୀୟ କ୍ଷତିପୂରକ ବନୀକରଣ ଜମା ରାଶିରୁ କେନ୍ଦ୍ର ସରକାର ଓଡିଶା ଅଂଶଧନ ୫୯୩୩.୯୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଗୁରୁବାର ନୂଆଦିଲ୍ଲୀଠାରେ ପରିବେଶ ଭବନଠାରେ ଅନୁଷ୍ଠିତ ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀମାନଙ୍କ ସମ୍ମିଳନୀରେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରକାଶ ଜାଭେଦକର ଏହି ଅର୍ଥରାଶି ରାଜ୍ୟ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ ପ୍ରଦାନ କରିଛନ୍ତି। ଛତିଶଗଡକୁ ଏବାବଦରେ ୫୭୯୧.୭୦ କୋଟି ଟଙ୍କା ମିଳିଥିବା ବେଳେ ମଧ୍ୟପ୍ରଦଶେ ୫୧୯୬.୬୯ କୋଟି, ଝାଡଖଣ୍ଡ ୪୧୫୮.୦୨ କୋଟି ଏବଂ ମହାରାଷ୍ଟ୍ରକୁ ୩୮୪୪.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡିଶାକୁ ଅନ୍ୟ ରାଜ୍ୟଗୁଡିକଠାରୁ ସର୍ବାଧିକ ଅର୍ଥ ମିଳିଛି। ତେବେ ଏହି ଅର୍ଥକୁ କର୍ମଚାରୀଙ୍କ ଦରମା, ଗସ୍ତ ଖର୍ଚ୍ଚ, ସ୍ବାସ୍ଥ୍ୟ ଭତ୍ତାରେ ଖର୍ଚ୍ଚ ନ କରି ନୂତନ ଜଙ୍ଗଲ ସୃଷ୍ଟି କରିବା, ବନ୍ୟପ୍ରାଣୀଙ୍କ ବାସସ୍ଥଳୀ ସୃଷ୍ଟି, ନଦୀକୂଳରେ ବନୀକରଣ, ଜଙ୍ଗଲ ନିଆଁ ଲିଭାଇବା, ମୃତ୍ତିକା ସଂରକ୍ଷଣ କରିବା ଆଦି କ୍ଷେତ୍ରରେ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପରାମର୍ଶ ଦେଇଛନ୍ତି।
ଜଙ୍ଗଲ ସୀମା ଓ ଆୟତ୍ତନ ଦୃଷ୍ଟିରୁ ଓଡିଶା ଦେଶର ଚତୁର୍ଥ ରାଜ୍ୟ। ବ୍ୟାପକ ବୃକ୍ଷ ରୋପଣ ଏବଂ ଜଙ୍ଗଲ ସଂରକ୍ଷଣ ପରିଚାଳନା ଯୋଗୁ ରାଜ୍ୟରେ ଜଙ୍ଗଲ ଆୟତ୍ତ ନ ବୃଦ୍ଧି ପାଇଛି। ଗତ ୨ ବର୍ଷ ମଧ୍ୟରେ ଓଡିଶାରେ ଜଙ୍ଗଲ ଅଞ୍ଚଳ ୮୮୫ ବର୍ଗ କିଲୋମିଟରକୁ ବୃଦ୍ଧି ପାଇଛି। ଏହି ସମ୍ମିଳନୀରେ ଯୋଗ ଦେଇ ଆରୁଖ କହିଛନ୍ତି ଯେ କ୍ଷତିପୂରଣ ବନୀକରଣ ପାଣ୍ଠି ଉପଯୋଗ କରିବାରେ ଓଡିଶା ଅଗ୍ରଣୀ ରାଜ୍ୟ। କାମ୍ପା ଯୋଜନାରେ ୨୦୦୯ରୁ ୨୦୧୭-୧୮ ପର୍ଯ୍ୟନ୍ତ ୯ଟି ବାର୍ଷିକ କାମ୍ପା ଯୋଜନାରେ ଓଡିଶାକୁ ସମୁଦାୟ ୨ ହଜାର ୬୪୪ କୋଟି ଟଙ୍କା ମିଳିଥିଲା। ରାଜ୍ୟ ସରକାର ସେଥିରୁ ୯୨ ପତିଶତ ଅର୍ଥାତ୍‌ ୨ ହଜାର ୬୦୭ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୦୧୯-୨୦ରେ କମ୍ପାରେ ରାଜ୍ୟକୁ ମୁଖ୍ୟତ ବନୀକରଣ, ବନ୍ୟଜନ୍ତୁ ପରିଚାଳନା, ସୁରକ୍ଷା, ଦକ୍ଷତା ବଅଦ୍ଧି ଏବଂ ଆନୁଷଙ୍ଗିକ ବ୍ୟୟ ବାବଦକୁ ଓଡିଶା ପାଇଁ ୫୯୨.୫୨ କୋଟି ଟଙ୍କାର ଅନୁଦାନ, ୩୮ କୋଯି ମୂଲ୍ୟରେ କାମ୍ପା କାପାସିଟି ବିଲ୍ଡିଂ ସେଣ୍ଟର ନିର୍ମାଣ ଅନୁମୋଦନ, କାମ୍ପାରେ ପ୍ରଦାନ କରାଯାଇଥିବା ଅନୁଦାନ ଅର୍ଥର ୨ ପ୍ରତିଶତ ପ୍ରଶଣାସନିକ ବ୍ୟୟ ପାଇଁ ଅନୁମତି ପ୍ରଦାନ କରିବାକୁ ମନ୍ତ୍ରୀ ଆରୁଖ ସମ୍ମିଳନୀରେ ଦାବି ଉପସ୍ଥାପନ କରିଛନ୍ତି। ଏହି ସମ୍ମିଳନୀରେ ଜଙ୍ଗଲ ଓ ପରିବେଶ ସଚିବ ମୋନା ଶର୍ମା, ପ୍ରଧାନ ମୁଖ୍ୟ ବନ୍ୟ ସଂରକ୍ଷକ ସନ୍ଦୀପ ତ୍ରିପାଠୀ ଏବଂ ମୁଖ୍ୟ ବନ୍ୟ ସଂରକ୍ଷକ ଉମା ନାନ୍ଦୁରୀ ପ୍ରମୁଖ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅକ୍ଟୋବର ୯କୁ ଦିଆଯିବ ସୁଭଦ୍ରା ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମ କିସ୍ତି, ଏହି ତାରିଖ ସୁଦ୍ଧା ସରିବ ପ୍ରସ୍ତୁତି

ନୂଆଦିଲ୍ଲୀ,୩।୧୦: ମହିଳାମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରୁଥିବା ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ “ସୁଭଦ୍ରା” ଯୋଜନାର ପ୍ରଥମକିସ୍ତି ଅର୍ଥରାଶି ପ୍ରଥମ ପର୍ଯ୍ୟାୟରେ ୨୫ଲକ୍ଷ ୨୯ହଜାର ୭୨୦...

ଚାଷୀନେତାଙ୍କୁ ଅଭ୍ୟାସଗତ ଅପରାଧୀ ଦର୍ଶାଇବା ଘଟଣା: କୃଷକ ସଙ୍ଗଠନର ଆନ୍ଦୋଳନ ଚେତାବନୀ

ବରଗଡ଼,୨।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ଚାଷୀନେତା ତଥା ସଂଯୁକ୍ତ କୃଷକ ସଙ୍ଗଠନର ଉପଦେଷ୍ଟା ରମେଶ ମହାପାତ୍ରଙ୍କୁ ପୋଲିସ ଅଭ୍ୟାସଗତ ଅପରାଧୀ ଭାବେ ଉଲ୍ଲେଖ କରିବା ଏବଂ...

ଟ୍ରାକିଂବେଳେ ବନ କର୍ମଚାରୀଙ୍କୁ ଶୁଣ୍ଢରେ ଟେକି କଚାଡ଼ିଲା ହାତୀ, ଭାଙ୍ଗିଦେଲା ହାତ

ବଣାଇଁ,୩ା୧୦(ପ୍ରଦୀପ ତ୍ରିପାଠୀ): ଗୁରୁବାର ବଣାଇଁ ବନଖଣ୍ଡ ତଥା କୁଳିପୋଷ ରେଞ୍ଜ ଅଧୀନ ଗଣିଘଷା ନିକଟରେ ଗତକାଲି ଠାରୁ ଘୂରି ବୁଲୁଥିବା ୪ଟିକିଆ ହାତୀ ପଲ ସମ୍ପର୍କରେ...

ଓଡ଼ିଶାରେ ହେବ ଶିଳ୍ପ ହବ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର/ନୂଆଦିଲ୍ଲୀ,୩ା୧୦: ଉତ୍କର୍ଷ ଓ କନ୍‌କ୍ଲେଭ ପାଇଁ ଦିଲ୍ଲୀ ଗସ୍ତରେ ଯାଇ ମୁଖ୍ୟମନ୍ତ୍ରୀ ୩୪ଟି ଦେଶର ରାଷ୍ଟ୍ରଦୂତଙ୍କ ସହ ଓ୍ବାନ୍‌ ଟୁ ଓ୍ବାନ୍‌ ଆଲୋଚନା କରିଥିଲେ। ବୈଠକରେ...

ବବିଙ୍କ ରଣହୁଙ୍କାର ପରେ ମୁହଁ ଖୋଲିଲେ ସୁଜାତା, କହିଲେ ମୋର ଇସ୍ତଫା…

ଭୁବନେଶ୍ୱର,୩ା୧୦: ବୁଧବାର  ବିଜେଡି ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ରଣହୁଙ୍କାର ପରେ ଗୁରୁବାର ସୁଜାତା ସାହୁ ଏକ ବଡ଼ ବୟାନ...

ଯାଜପୁର ଦେଖିବ ଉପନିର୍ବାଚନ? ଗଣେଶ୍ୱର ବେହେରାଙ୍କ ବୟାନ ପରେ ବଢିଲା ଚର୍ଚ୍ଚା

ଭୁବନେଶ୍ୱର,୩।୧୦: ବିଜେଡିର ବଡ଼ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ବବି ଦାସଙ୍କ ପୁଣିଥରେ ନିର୍ବାଚନ ଲଢିବା ବୟାନକୁ ନେଇ ରାଜନୀତି ଜୋର ଧରିଛି। ନିକଟରେ...

ଆସିଲା ବାଘ ଗଣନାର ପ୍ରଥମ ରିପୋର୍ଟ: ଓଡ଼ିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ୱର,୩ା୧୦(ବନ୍ଦନା ସେଠୀ): ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ ଗୁରୁବାର ପ୍ରକାଶ ପାଇଛି। ଓଡ଼ିଶାରେ ୬୯୬ କଲରାପତରିଆ ବାଘ ଥିବା ରିପୋର୍ଟରୁ ଜଣାପଡ଼ିଛି। ଏନ୍‌ଟିସିଏ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri