ରାଜ୍ୟର ୩୬ ହଜାର ଲୋକ ପାଇଛନ୍ତି ସେବା

ଛତ୍ରପୁର, ୧୬ା୯(ଡି.ଏନ.ଏ.)-ଗଞ୍ଜାମ ଜିଲା ଆଇନ ସେବା ପ୍ରାଧିକରଣ ଏବଂ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଭାବେ ରବିବାର ଛତ୍ରପୁର ମିନି ଷ୍ଟାଡିୟମରେ ମେଗା ଆଇନ ସେବା ଓ ସଚେତନତା ଶିବିର ଆୟୋଜନ ହୋଇଥିଲା। ଏଥିରେ ଅତିଥି ଭାବେ ହାଇକୋର୍ଟ ବିଚାରପତି ସଞ୍ଜୁ ପଣ୍ଡା ଯୋଗଦେଇ ଲୋକଙ୍କୁ କିଭଳି ଆଇନ ସେବା ମିଳିବ ଏବଂ ସମସ୍ତେ ସୁସ୍ଥ ଜୀବନଯାପନ କରିବେ ସେ ଉପରେ ଗୁରୁତ୍ୱାରୋପ କରିଥିଲେ। ଆଦିବାସୀଙ୍କୁ ମୁଖ୍ୟସ୍ରୋତକୁ ଆଣିବା ଜରୁରୀ ହୋଇପଡିଛି। ସେ ଆହୁରି କହିଥିଲେ, ରାଜ୍ୟରେ ଏଭଳି ୧୭ ଶିବିରର ଆୟୋଜନ ହୋଇସାରିଛି ା ୩୬ ହଜାର ଲୋକଙ୍କୁ ସେମାନଙ୍କର ଅଧିକାର ଓ ସେବା ପ୍ରଦାନ କରାଯାଇଛି। ରାଜ୍ୟରେ ୫ ହଜାର ପାରା ଲିଗାଲ ସାମାଜିକକର୍ମୀ କାମ କରୁଛନ୍ତି ା ପ୍ରି ଲିଟିଗେଶନ ଡେସ୍କ କାମ କରୁଛି ା ସେଠାରେ ଟ୍ରେଣ୍ଡ୍‌ ମିଡିଏଟର ଅଛନ୍ତି। ଶନିବାର ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ ୫ ହଜାର ମାମଲାର ଫଇସଲା କରାଯାଇଛି। ଡିସେମ୍ବର ୧୪ରେ ପୁଣି ଏହି ଅଦାଲତ ଅନୁଷ୍ଠିତ ହେବ ା କିଭଳି ଏହାର ସଂଖ୍ୟା ବଢିବ ସେ ଉପରେ ବିଚାରପତି ପଣ୍ଡା ଗୁରୁତ୍ୱାରୋପ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଲିଟେରାସି କ୍ଲବ କାର୍ଯ୍ୟ କରୁଛି। ହାଇକୋର୍ଟର ଅନ୍ୟତମ ବିଚାରପତି ଡ. ଅକ୍ଷୟ କୁମାର ରଥ ତାଙ୍କ ବକ୍ତବ୍ୟରେ ରାଜ୍ୟର କେତେକ ଜେଲ୍‌, ହସ୍ପିଟାଲ, ସ୍କୁଲ ଓ କଲେଜରେ ଲିଗାଲ କ୍ଲିନିକ୍‌ ଚାଲିଥିବା ସୂଚନା ଦେଇଥିଲେ ା ସମସ୍ତଙ୍କ ବଞ୍ଚିିବା ହକ୍‌ଦାର ଏବଂ ଆପଣମାନେ ଏଥିରେ ସହଯୋଗ କରିବାକୁ ବିଚାରପତି ରଥ କହିଥିଲେ। ଦାରିଦ୍ର୍ୟ ଦୂରୀକରଣ ଓ ଆଦିବାସୀଙ୍କ ଅଧିକାର ସୁରକ୍ଷା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା। ଆଇନ ସେବା ପ୍ରାଧିକରଣ ସଚିବ ଦେବାଶିଷ ନାୟକ କହିଥିଲେ, ମହିଳା, ଶିଶୁ, ମାନବ ଚାଲାଣ, କିନ୍ନର, ଶିଳ୍ପ ଦୁର୍ଘଟଣାଗ୍ରସ୍ତ, ବରିଷ୍ଠ ନାଗରିକ ଏବଂ ବାର୍ଷିକ ଆୟ ୩ ଲକ୍ଷ ଟଙ୍କାରୁ କମ୍‌ ଥିବା ବ୍ୟକ୍ତିଙ୍କୁ ନିଃଶୁଳ୍କ ଆଇନ ସହାୟତା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଯୋଗାଇ ଦିଆଯାଉଛି। ୧୫୧୬ ନିଃଶୁଳ୍କ ନମ୍ବରରେ ଫୋନ୍‌ କରି ଆଇନ ସହାୟତା ଲୋକେ ମାଗି ପାରିବେ ବୋଲି ସଚିବ ନାୟକ ସୂଚନା ଦେଇଥିଲେ ା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ଏଥିରେ ଯୋଗଦେଇ ବିଭିନ୍ନ ସରକାରୀ ଯୋଜନାରେ ଲୋକେ କିପରି ସାମିଲ ହୋଇପାରିବେ ସେ ନେଇ ସଚେତନ କରିବାକୁ ଏଠାରେ ବିଭିନ୍ନ ବିଭାଗ ଷ୍ଟଲ ଖୋଲାଯାଇଥିବା କହିଥିଲେ। ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରଏ ତାଙ୍କ ବକ୍ତବ୍ୟରେ ବିଭିନ୍ନ ସରକାରୀ ଯୋଜନା ଓ ନିୟମ ସମ୍ପର୍କରେ ଲୋକମାନଙ୍କଠାରେ ସୂଚନାର ଅଭାବ ରହୁଛି। ଏଣୁ ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଉଥିବା କହିଥିଲେ। ଜିଲା ଜଜ୍‌ ବିଭୁ ପ୍ରସାଦ ରାଉତରାୟ ତାଙ୍କ ବକ୍ତବ୍ୟରେ ଶିବିରର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ ସ୍ବାଗତ ସମ୍ଭାଷଣ ପ୍ରଦାନ କରିଥିଲେ। ଛତ୍ରପୁର ଏଡିଜେ ଶିଖା ରାଣୀ ରଥ, ଗଞ୍ଜାମ ପରିବାର କୋଟ ବିଚାରପତି ପ୍ରଜ୍ଞା ପାଣିଗ୍ରାହୀ ଅତିଥିମାନଙ୍କୁ ମୋମେଣ୍ଟୋ ପ୍ରଦାନ କରିଥିଲେ ା ଅନ୍ୟମାନଙ୍କ ମଧ୍ୟରେ ବ୍ରହ୍ମପୁର ଏସ୍‌ପି ପିନାକ ମିଶ୍ର, ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ଆସିକା ଏମ୍‌ପି ପ୍ରମିଳା ବିଷୋୟୀ, ଜିଲା ପରିଷଦ ଅଧ୍ୟକ୍ଷା ସୋନମ ପଲେଇ, ଉପାଧ୍ୟକ୍ଷା ସ୍ନେହଲତା ପଣ୍ଡା, ବିଧାୟକ ବିକ୍ରମ ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଅତିରିକ୍ତ ଜିଲାପାଳ କବୀନ୍ଦ୍ର କୁମାର ସାହୁ, ଛତ୍ରପୁର ଉପଜିଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ପ୍ରମୁଖ ଉପସ୍ଥିତ ଥିଲେ ା ଲିଗାଲ ସେବା କମିଟି ସଚିବ ବିଜୟ କୁମାର ଦାଶ ଧନ୍ୟବାଦ ଦେଇଥିଲେ ା ଏହି ଅବସରରେ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀଙ୍କୁ ସହାୟତା ବଣ୍ଟନ କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବାଲେଶ୍ୱର,୨୦ା୯: ବାଲେଶ୍ବର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଶୁକ୍ରବାର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ ଚାଲିଛି। ଯନ୍ତ୍ରୀ ଏନ୍‌.ଭି ହରିହରରାଓଙ୍କ ଘରେ ଏହି...

ଭରତପୁର ଘଟଣା:ପୋଲିସକୁ ବଞ୍ଚାଇବାକୁ ଜୋର୍‌ଦାର ଉଦ୍ୟମ

ଭୁବନେଶ୍ୱର, ୨୦ା୯(ସୁନିତ୍‌ ମିଶ୍ର):ଭରତପୁର ଥାନାରେ ମେଜର ଗୁରୁଭନ୍ସ ସିଂ ଏବଂ ତାଙ୍କ ବାନ୍ଧବୀ ଅଙ୍କିତା ପ୍ରଧାନଙ୍କ ପ୍ରତି କରାଯାଇଥିବା ନିର୍ଯାତନା ଓ ଅତ୍ୟାଚାର ଘଟଣାକୁ ଇତିମଧ୍ୟରେ...

ଫେରିଘାଟକୁ ଯୋଗାଇ ଦିଆଗଲା ପାୱାର ବୋଟ୍‌, ଦୁର୍ବିପାକ ବେଳେ କରିବ ସହାୟତା

ମହାକାଳପଡ଼ା,୨୦ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବହୁ ଚର୍ଚ୍ଚିତ ବାହାକୁଦ, ମୂଷାଡ଼ିଆ, ମହାନଦୀ ଫେରିଘାଟ ଜିଲାରେ ସର୍ବୋତ୍ତମ ରାଜସ୍ବ ନିଲାମ ହେଉଥିବା ଘାଟ।...

ଲିଜ୍‌ଧାରୀଙ୍କୁ ୭.୩୮ କୋଟି ଜରିମାନା

ଯାଜପୁର,୨୦ା୯(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ଧର୍ମଶାଳା ତହସିଲ ଅନ୍ତର୍ଗତ ଡଙ୍କାରୀ ପାହାଡ଼ରେ ପଥର ଧସି ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଲିଜ୍‌ଧାରୀ ନାରାୟଣ ରାଉତଙ୍କୁ...

ବ୍ରାହ୍ମଣୀଗାଁ ଥାନାରେ ଯୋଗ ଦେଲେ ନୂଆ ଆଇଆଇସି, କହିଲେ ଆପରାଧିକ ନିୟନ୍ତ୍ରଣ ତାଙ୍କ ପାଇଁ…

ଦାରିଙ୍ଗବାଡ଼ି,୨୦ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନାରେ ନୂଆ ଆଇଆଇସି ଭାବେ ବିଜୟ କୁମାର ହାଇବୁରୁ ଗୁରୁବାର ବିଳମ୍ବିତ ରାତିରେ ଯୋଗଦାନ କରିଛନ୍ତି।...

ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା: ଉତ୍ତର ରଖିବାକୁ ସରକାରଙ୍କୁ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ) ସମ୍ବଲପୁର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ଭିସୁଟ୍‌) ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନୀ ସାହୁ ମୃତ୍ୟୁ ମାମଲା ଏବେ...

ପୋଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ ମାମଲା: ୨ ଲକ୍ଷ କ୍ଷତିପୂରଣ ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ,୧୯ା୯ (କାର୍ତ୍ତିକ ସାହୁ): ପୋଲିସ ହେପାଜତରେ ଥିବା ବେଳେ ଟ୍ରେନ୍‌ରୁ ଗଳି ଅଭିଯୁକ୍ତଙ୍କ ମୃତ୍ୟୁ ମାମଲାରେ ହାଇକୋର୍ଟ ୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ରାଜ୍ୟ...

ସାକ୍ଷୀଙ୍କୁ ଜେଲ୍‌ରୁ ମିଳିଥିଲା ଧମକ: ଅଭିଯୁକ୍ତଙ୍କୁ ୩ ବର୍ଷ ଜେଲଦଣ୍ଡ

ବ୍ରହ୍ମପୁର,୧୯ା୯(ସୁବାସ ଚନ୍ଦ୍ର ପାଢ଼ୀ): ଗୋଶାଣିନୁଆଗାଁ ଥାନା ଅଧୀନ ହିଲପାଟଣା ବହୁ ଚର୍ଚ୍ଚିତ ହେରିଟେଜ କ୍ଷୀର କମ୍ପାନୀ ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାରେ ମୁଖ୍ୟ ସାକ୍ଷୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri