ଭୁବନେଶ୍ୱର,୨୩ା୫(ବ୍ୟୁରୋ): ଶନିବାର ରାଜ୍ୟରେ ଆଉ ୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ୪୯୭ ଜଣ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନଙ୍କ ମଧ୍ୟରୁ ଗଞ୍ଜାମର ୪୧, ବାଲେଶ୍ୱରର ୧୫, ରାଉରକେଲାର ୨, ଭଦ୍ରକ, ମୟୂରଭଞ୍ଜ ଏବଂ ଯାଜପୁରର ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି। ଏହି ୬୨ ଜଣଙ୍କ ମଧ୍ୟରେ ମହାରାଷ୍ଟ୍ରର ଜଣେ ଆକ୍ରାନ୍ତ ଓଡ଼ିଶାରେ ଚିକିତ୍ସିତ ହେଉଥିବା ବେଳେ ସେ ମଧ୍ୟ ସୁସ୍ଥ ହୋଇଥିବା ପ୍ରକାଶ।
Posted inକରୋନା ଭାଇରସ୍, ମେଟ୍ରୋ, ରାଜ୍ୟ