ରାଜ୍ୟରେ ଶିଳ୍ପ ବନ୍ଦର ପ୍ରଭାବ: ୮ବର୍ଷରେ ୯୩୯୦ଜଣ ଚାକିରି ହରାଇଛନ୍ତି

ଭୁବନେଶ୍ୱର,୬ା୮(ବ୍ୟୁରୋ): ରାଜ୍ୟର ଅନୂ୍ୟନ ୧୭ ଶିଳ୍ପ ୨୦୧୦ରୁ ୨୦୧୮ ମଧ୍ୟରେ ବନ୍ଦ ହୋଇଯିବା କାରଣରୁ ୯,୩୯୦ ଲୋକ ଚାକିରି ହରାଇଛନ୍ତି। ରାଜ୍ୟ ଶିଳ୍ପମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ ଏକ ଲିଖିତ ଉତ୍ତରରେ ଏହା ଦର୍ଶାଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ, ଲାଞ୍ଜିଗଡ଼ ଅଞ୍ଚଳରେ ଥିବା ବେଦାନ୍ତ ୟୁନିଟ୍‌ ବନ୍ଦହେବାରୁ ସବୁଠାରୁ ଅଧିକ ୩,୩୫୦ କର୍ମଚାରୀ ପ୍ରଭାବିତ ହୋଇଛନ୍ତି। ଏହି ୟୁନିଟ୍‌ ୨୦୧୩ ଜୁନ୍‌ରେ ବନ୍ଦ ହୋଇଥିଲା। ସେହିପରି ଓଡ଼ିଶା ସ୍ପଞ୍ଜ ଆଇରନ ଲିମିଟେଡ୍‌ ୨୦୧୨ରେ କଞ୍ଚାମାଲ ଅଭାବ ଏବଂ ସର୍ବନିମ୍ନ ବଜାର ଦର କାରଣରୁ ବନ୍ଦ ହୋଇଥିଲା। ଫଳରେ ୯୬୪ ଜଣ ଚାକିରି ହରାଇଥିଲେ। ରଘୁନାଥ ପେପର ମିଲ୍‌ ବନ୍ଦ ହେବାପରେ ୯୬୪ ଜଣ, ମାହେଶ୍ୱରୀ ଇସ୍ପାତ ଲିମିଟେଡ୍‌ ବନ୍ଦ ହେବାରୁ ୮୦୦ ଏବଂ ଜର୍ଜ ଡିଷ୍ଟ୍ରିବ୍ୟୁଟର ବନ୍ଦ ହେବା ଫଳରେ ୫୦୦ କର୍ମଚାରୀ ଚାକିରି ହରାଇଛନ୍ତି। ଅନୁରୂପଭାବେ ଆଉ କେତୋଟି ବଡ଼ ଶିଳ୍ପ ଗତ ୧୮ ବର୍ଷ ମଧ୍ୟରେ ବନ୍ଦ ହୋଇଯାଇଛିି। ଆଇଆରସି ଟ୍ୟୁବ୍ସ ବନ୍ଦ ହେବାରୁ ୪୨୭ କର୍ମଚାରୀ, ଜେନ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ବନ୍ଦ ଯୋଗୁ ୨୮୬, ଡୀପକ ଷ୍ଟିଲ ଆଣ୍ଡ ପାଓ୍ବାର ଲିମିଟେଡ ବନ୍ଦ ହେବାରୁ ୪୬୯, ଶିବଶକ୍ତି ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ପରେ ୧୧୦, ପଓ୍ବନଜୟ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ଫଳରେ ୧୧୯ ଏବଂ ଗଣେଶ ସ୍ପଞ୍ଜ ଆଇରନ ଲିମିଟେଡ ବନ୍ଦ ହେବାପରେ ୧୧୦ କର୍ମଚାରୀ ଚାକିରି ହରାଇଥିବା ମନ୍ତ୍ରୀ ମିଶ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ୨୦୧୦ରୁ ୨୦୧୮ ମଧ୍ୟରେ ୯୫ଟି ଶିଳ୍ପ କାର୍ଯ୍ୟ ଆରମ୍ଭ କରିଛି। ଏହି ଶିଳ୍ପଗୁଡିକ ୧,୬୬,୬୧୩ ଲୋକଙ୍କୁ ନିଯୁକ୍ତି ଦେବାସହ ସେମାନେ ୨.୯୧ ଲକ୍ଷ କୋଟି ନିବେଶ କରିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବିଧାୟକ ପୂର୍ଣ୍ଣ ମାଝୀଙ୍କ ପରଲୋକ: ରାଜନୈତିକ ମହଲରେ ଶୋକ

ରାୟଗଡ଼ା,୫।୧୧(ଆଶିଷ ରଞ୍ଜନ ପଣ୍ଡା): କୋରାପୁଟ ଜିଲା ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ପୂର୍ଣ୍ଣଚନ୍ଦ୍ର ମାଝୀ ଓରଫ ପପୁ ମାଝୀ (୪୫)ଙ୍କ ସୋମବାର ରାତିରେ ଦେହାନ୍ତ ହୋଇଛି। ଭୁବନେଶ୍ୱରସ୍ଥିତ...

ପାଞ୍ଜିରେ ପର୍ବପର୍ବାଣିକୁ ନେଇ ବିବାଦ ଘଟଣା: ପାଣ୍ଡୁଲିପି ଦାଖଲ ପାଇଁ ପଞ୍ଜିକାରଙ୍କୁ ମନ୍ଦିର ପ୍ରଶାସନର ଚିଠି

ପୁରୀ,୫ା୧୧(ଅଜିତ୍‌ କୁମାର ମହାନ୍ତି): ଚଳିତ ବର୍ଷ ପାଞ୍ଜିରେ ଥିବା ତିଥି ତଥା ପର୍ବପର୍ବାଣିକୁ ନେଇ ବିବାଦ ଦେଖାଦେଇଥିଲା। ଭିନ୍ନ ଭିନ୍ନ ପାଞ୍ଜିରେ ଭିନ୍ନ ଭିନ୍ନ ତିଥିରେ...

ଗାଁ ଦାଣ୍ଡରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ହାଣିଲେ

ପୁରୁଷୋତ୍ତମପୁର,୫।୧୧(ସିମାଞ୍ଚଳ ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ସୋମବାର ରାତିରେ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରାଯାଇଛି। ସେ...

ଖବର ପ୍ରକାଶ ପରେ ଅଣ୍ଟା ଭିଡିଲା ଶ୍ରୀମନ୍ଦିର ପ୍ରଶାସନ, ଯୁଦ୍ଧକାଳୀନ ଭିତ୍ତିିରେ ମରାମତି ଆରମ୍ଭ 

ପୁରୀ,୫ା୧୧(ଅଜିତ୍‌ କୁମାର ମହାନ୍ତି): ଐତିହ୍ୟ ମେଘନାଦ ପାଚେରିରେ ଫାଟ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍‌ଆଇ ପକ୍ଷରୁ...

ଦୁର ହେବ ଦାଦନ ସମସ୍ୟା: ସରକାର ଗଠନ କଲେ ଟାସ୍କଫୋର୍ସ

ଭୁବନେଶ୍ୱର,୫ା୧୧: ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସହ ନଜ୍‌ ଇନଷ୍ଟିଚ୍ୟୁଟ୍‌ର ମ୍ୟାନେଜିଂ ଡ଼ାଇରେକ୍ଟର ଭି. ଶ୍ରୀରାମ ସୋମବାର ସୌଜନ୍ୟମୂଳକ ସାକ୍ଷାତକାର ଓ ଆଲୋଚନା କରିଛନ୍ତି। ଏହି...

ଦୁର୍ଘଟଣା ପରେ ଅଟୋ ଚାଳକଙ୍କୁ ଆକ୍ରମଣ: ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାପା ଉତ୍ତେଜନା

ଭୁବନେଶ୍ୱର,୫ା୧୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱର ବରମୁଣ୍ଡା ବସ୍‌ଷ୍ଟାଣ୍ଡ ନିକଟରେ ଟାଟା ଏସିଇ ଓ ଅଟୋ ମଧ୍ୟରେ ସୋମବାର ଅପରାହ୍ନରେ ଧକ୍କା ପରେ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଚାପା...

ଛାତ୍ର, ଶିକ୍ଷକଙ୍କୁ ଯୋଡ଼ିବ ଶିକ୍ଷାଜ୍ୟୋତି ପୋର୍ଟାଲ

ଭୁବନେଶ୍ୱର,୫ା୧୧(ଅନୁରାଧା ମହାରଣା): ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରସ୍ତୁତ ସିଙ୍ଗଲ୍‌ ଓ୍ବିଣ୍ଡୋଜ୍‌ ପୋର୍ଟାଲ ‘ଶିକ୍ଷାଜ୍ୟୋତି’ ଛାତ୍ର ଓ ଶିକ୍ଷକଙ୍କ ଭାବବିନିମୟରେ ସହାୟକ ହେବ। ଗତ...

ଆଳ ଦର୍ଶାଇ ଅଟକାଯାଇପାରିବ ନାହିଁ ଗ୍ରାଚ୍ୟୁଇଟି ଦେୟ

କଟକ,୫ା୧୧(କାର୍ତ୍ତିକ ସାହୁ): ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୋଧରେ ଶୃଙ୍ଖଳାଗତ ପ୍ରକ୍ରିୟା ଜାରି ରଖିବାକୁ କେନ୍ଦ୍ର ସମବାୟ ବ୍ୟାଙ୍କ ଚାକିରି ସର୍ତ୍ତାବଳୀ-୨୦୧୧ରେ କୌଣସି ଉଲ୍ଲେଖ ନାହିଁ। କଟକ କେନ୍ଦ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri