ହିନ୍ଦୁ ଧର୍ମରେ ଥିବା କିଛି ପରମ୍ପରା ଆଜିବି ଅନେକ ଲୋକ ପାଳନ କରି ଆସୁଛନ୍ତି। ହେଲେ କେହି କେହି ଏହାକୁ ଅନ୍ଧ ବିଶ୍ୱାସ କହି ଏଡାଇ ଯାଉଛନ୍ତି। ଏମିତି କିଛି ପରମ୍ପରା ଅଛି ଯାହା ପଛରେ ବୈଜ୍ଞାନିକ କାରଣ ମଧ୍ୟ ନିହିତ ରହିଛି। ଅନେକ ସମୟରେ ଶୁଣିବାକୁ ମିଳେ ରାତିରେ ଘର ପୋଛିବା ମନା। ତେବେ ଏହା ପଛରେ ବି କିଛି କାରଣ ଅଛି। କେହି କେହି କୁହନ୍ତି ରାତିରେ ଘର ପୋଛିଲେ ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଆଉ ସମୟ କ୍ରମେ ଘରେ ଅଭାବ ଲାଗି ରହିଥାଏ। ହେଲେ ବୈଜ୍ଞାନିକ ମତରେ ରାତି ସମୟରେ ଆଦ୍ରତା କମ୍ ରହିଥାଏ। ଏହି ସମୟରେ ଯଦି ଘର ପୋଛାଯାଏ ତେବେ ସଂକ୍ରମଣ ବା ଇନ୍ଫେକ୍ସନର ମାତ୍ରା ପ୍ରାୟ ୨ଶହ ଗୁଣା ବଢି ଯାଇଥାଏ ବୋଲି ବିଶେଷଜ୍ଞମାନେ କୁହନ୍ତି। କେବଳ ସେତିକି ନୁହେଁ ରାତିରେ ଘର ପୋଛିଲେ ଚଟାଣରେ ଲାଗିଥିବା ଧୂଳିମଳି ଠିକ୍ ଭାବେ ସଫା ହୋଇ ନ ଥାଏ। ତେବେ ପୂର୍ବରୁ ଏହାକୁ ପରମ୍ପରା ଭାବେ ପାଳନ କରାଯାଉଥିଲେ ମଧ୍ୟ ଏହା ପଛରେ ଥିବା ବୈଜ୍ଞାନିକ କାରଣ ଜାଣି ଏହାକୁ ପାଳନ କଲେ ଲାଭ ମିଳିବ।