ସେଓ ଖାଇବା ସ୍ବାସ୍ଥ୍ୟ ପାଇଁ ହିତକର। ତେବେ ଏହାକୁ ଦିନର କେତେକ ନିର୍ଦ୍ଦିଷ୍ଟ ସମୟରେ ଖାଇବା ଆବଶ୍ୟକ। ଦିନରେ ଖାଦ୍ୟ ଖାଇ ସାରିବାର ଅଧଘଣ୍ଟା କିମ୍ବା ଘଣ୍ଟେ ପରେ ସେଓ ଖାଇଲେ ହଜମ ପ୍ରକ୍ରିୟା ଭଲ ହୋଇଥାଏ। ସେଓରେ ଆସ୍କରବିକ୍ ଏବଂ ମାଲିକ୍ ଏସିଡି ଥାଏ। ଏହା ପେଟରେ ଏସିଡି ସୃଷ୍ଟି କରିଥାଏ। ଫଳରେ ଖାଦ୍ୟ ହଜମ ହେବା ସହଜ ହୋଇଥାଏ। ତେବେ ରାତିରେ ସେଓ ଖାଇବାକୁ ଚିକିତ୍ସକ ବାରଣ କରିଥାନ୍ତି। ସୂର୍ଯ୍ୟାସ୍ତ ପରେ ସାଧାରଣତଃ ହଜମ ହେବା ପ୍ରକ୍ରିୟା ଧିମା ହୋଇ ଯାଇଥାଏ। ତେଣୁ ସେଓ ଖାଇଲେ ଏହା ଏସିଡ୍ ସୃଷ୍ଟି କରିବା ସହିତ ଦୀର୍ଘ ସମୟ ଧରି ପେଟରେ ରହିଥାଏ। ଏହାଯୋଗୁ ରାତିରେ ନିଦ ଭଲରେ ହୋଇ ନ ଥାଏ। ସେଥିପାଇଁ ରାତିରେ ସେଓ ଖାଇବାକୁ ମନା କରାଯାଇଥାଏ।